ହେଡଲାଇନସ୍:

ସୋଆର ପରିବେଶ ଓ ଜଳବାୟୁ କେନ୍ଦ୍ରର ନିର୍ଦ୍ଦେଶକ ଦାୟିତ୍ୱ ଗ୍ରହଣ କଲେ ବିଶିଷ୍ଟ ପାଣିପାଗ ବିଜ୍ଞାନୀ ଡକ୍ଟର ଶରତ ଚନ୍ଦ୍ର ସାହୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

05-06-18-Dr-S.C.-Sahu.jpg - 24.67 kB

ଭୁବନେଶ୍ୱର, ୫/୬ : ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ତଥା ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ରର ପୁର୍ବତନ ନିର୍ଦ୍ଦେଶକ  ଡକ୍ଟର ଶରତ ଚନ୍ଦ୍ର ସାହୁ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ପରିବେଶ ଓ ଜଳବାୟୁ କେନ୍ଦ୍ରର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । 

ପାଣିପାଗ ବିଜ୍ଞାନୀ ଡ. ସାହୁ ଦୀର୍ଘ ୧୪ ବର୍ଷ ଧରି ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇ ପାଣିପାଗ ବିଷୟରେ ସୂଚନା ଦେଇ ଆସୁଥିଲେ । ତାଙ୍କ କାର୍ଯ୍ୟକାଳ ଭିତରେ ଦୁଇଟି ବାତ୍ୟା ସମ୍ପର୍କରେ ସଠିକ୍ ସୂଚନା ଦେଇଥିଲେ । ୨୦୧୩ରେ ‘ଫାଇଲିନ୍’ ଏବଂ ୨୦୧୪ରେ ‘ହୁଡହୁଡ’ ବାତ୍ୟା ସମୟରେ ପାଣିପାଗର ସଠିକ ପୂର୍ବାନୁମାନ ଓ ଆକଳନ କରି ପାରିଥିଲେ । ଡ. ସାହୁଙ୍କ  ବାତ୍ୟା ବିଷୟରେ ସୂଚନାକୁ ଆଧାର କରି ରାଜ୍ୟ ସରକାର ଫାଇଲିନ୍ ଭଳି ଶକ୍ତିଶାଳୀ ବାତ୍ୟାକୁ ସଫଳତାର ସହ ମୁକାବିଲା କରିବା ସହ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିପାରିଥିଲେ । ଫାଇଲିନ୍ ସମୟରେ ଗୋପାଳପୁର ନିକଟରେ ଲ୍ୟାଣ୍ଡଫଲ୍ ହୋଇଥିବା ବେଳେ ଦିନରାତି ଏକ କରି ଚବିଶ ଘଂଟା କାଳ ସେ ପ୍ରଶାସନ ଓ ଗଣମାଧ୍ୟମକୁ ବାତ୍ୟା ସମ୍ପର୍କରେ ଆଗୁଆ ସୂଚନା ଦେଇଥିଲେ । ଅତ୍ୟାଧୁନିକ ଜ୍ଞାନ କୋ÷ଶଳର ପ୍ରୟୋଗ କରି ଓଡ଼ିଶାରେ ପାଣିପାଗ ସୂଚନା ଦେବା କ୍ଷେତ୍ରରେ ତାଙ୍କର ନିର୍ଦ୍ଧିଷ୍ଟ ଭୂମିକା ରହିଛି । 

0
0
0
s2sdefault