ହେଡଲାଇନସ୍:

ଜାନୁଆରୀ ୧୬ ପର୍ଯ୍ୟନ୍ତ ଦିନ-ରାତିର ତାପମାତ୍ରା ବୃଦ୍ଧି ପାଇବ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର(ଶାସକ ପ୍ରଶାସକ)  : ପ୍ରତ୍ୟେକ ଦିନ ରାତିର ତାପମାତ୍ରା ବଦଳୁ ଥିବାବେଳେ ଜାନୁଆରୀ ୧୬ ତାରିଖ ପର୍ଯ୍ୟନ୍ତ ଉଭୟ ଦିନ ଏବଂ ରାତିର ତାପମାତ୍ରା ବୃଦ୍ଧି ପାଇପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଏବଂ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ପବନର ଗତି ବଙ୍ଗୋପ ସାଗରରୁ ଆଦ୍ରତା ଆହରଣ ଏହା ନିରୂପଣ କରିଥାଏ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି । ରାତ୍ରିରେ ସାଧାରଣତଃ ପୃଥିବୀ ପୃଷ୍ଠର ବିକିରଣ ଦ୍ୱାରା ଓ ଉତର ଭାରତରୁ ପ୍ରବାହିତ ହେଉଥିବା ଥଣ୍ଡା ପବନ ଦ୍ୱାରା ତାପମାତ୍ରା କମିଥାଏ । ଏହି ଅବସ୍ଥା ଓଡ଼ିଶାରେ ଡ଼ିସେମ୍ବର ଶେଷ ପର୍ଯ୍ୟନ୍ତ ରହିଥିଲା ।

ଜାନୁଆରୀ ୧୫ ତାରିଖରୁ ରାତିର ତାପମାତ୍ରା କମିବାର ସମ୍ଭାବନା ଥିବାବେଳେ ଉତର ଭାରତରେ ଏହା ବୃଦ୍ଧି ପାଇବା ସମ୍ଭାବନା ଦୃଷ୍ଟିରୁ ରାତିର ତାପମାତ୍ରା ସାମାନ୍ୟ ଅବା ତାଠାରୁ ଅଧିକ ହୋଇପାରେ । ସେହିପରି ଦିନରେ ତାପମାତ୍ରା ଅଧିକ ହେବାର ସମ୍ଭାବନା ରହିଥିବାବେଳେ ଜାନୁଆରୀ ତୃତୀୟ ସପ୍ତାହ ବେଳକୁ ଏହା ୩୨ ରୁ ୩୪ ଡିଗ୍ରୀ ରହିପାରେ ବୋଲି କୁହାଯାଇଛି । 

 

0
0
0
s2sdefault