୨ଟି ବାଲି ଗାଡି ଜବତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଝାରବନ୍ଧ-ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ତହସିଲ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଲଘୁ ଖଣିଜ ଚାଲାଣ କରୁଥିବା ଗାଡି କୁ ଜବତ କରି ଜରିମାନା ଆଦାୟ କରିଛନ୍ତି। ତହସିଲଦାର ସୀମାସବିତା କୁଲୁ ବିଶ୍ୱସ୍ତ ସୂତ୍ର ରୁ ଖବର ପାଇ ରେଭିନିଉ ସୁପରରଭାଇଜର ନବୀନ ରାଉତ,ଆର.ଆଇ ଲିଂକନ ସରାଫ,ହେମାନନ୍ଦ ବାରିକ,ରମେଶ ସିଦାର ଓ ଅନ୍ୟ କର୍ମଚାରୀ ଜଙ୍ଘ ନଦୀ ରୁ ବାଲି ଚୋରି ହେଉଥିବା ଖବର ପାଇ ନିକଟସ୍ଥ ଡଭା ଗ୍ରାମ ପାଖରେ ଦୁଇଟି ଟ୍ରାକ୍ଟର କୁ ଧରିଥିଲେ ଚୋରାବାଲି ଟ୍ରାକ୍ଟର ଉପରେ ୧୨୦୦୦ ମୋଟ ୨୪୦୦୦ ହଜାର ଜରିମାନା ଆଦାୟ କରିଛନ୍ତି ।ଝାରବନ୍ଧ ତହସିଲଦାର ଙ୍କ ଏପରି ପଦକ୍ଷେପ କୁ ସାଧାରଣ ରେ ଆନନ୍ଦ ପ୍ରକାଶ ପାଇଛି।ବାଲି ଚଢ଼ାଉ ଏପରି ଜାରି ରହିବ ବୋଲି ତହସିଲଦାର ଗଣମାଧ୍ୟମ କୁ କହିଛନ୍ତି।

0
0
0
s2sdefault