ବରଗଡ :- ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ପଶ୍ଚିମ ଓଡିଶାରେ ଅନେକ ସ୍ଥାନ ଅଛି ଯାହାର କି ଧାର୍ମିକ ମାହାତ୍ମ୍ୟ ରହିଛି । ପ୍ରତେକ ଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ତଥା ପର୍ଯଟକ ଏହି ସବୁ ସ୍ଥାନକୁ ଆସିଥାନ୍ତି । ଏହି ସବୁ ଧାର୍ମିକ ସ୍ଥଳୀମାନଙ୍କର ଉନ୍ନତି କରଣ ପାଇଁ ଓ ଏହିସବୁ ସ୍ଥାନରେ ଆବଶ୍ୟକୀୟ ଭିତ୍ତିଭୂମିର ବିକାଶ ପାଇଁ ଏବେ ରାଜ୍ୟର କ୍ୟାବିନେଟ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ତତ୍ପରତାର ସହିତ ଆଗକୁ ଆସି ଚେଷ୍ଟା ଆରମ୍ଭ କରିଛନ୍ତି । ପ୍ରଥମେ ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିରର ପାରିପାର୍ଶ୍ବିକ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ସହିତ ଆଲୋଚନା ଓ ପ୍ଲାନିଂ ଆରମ୍ଭ ହୋଇ ଯାଇଛି । ସେହିଭଳି ବରଗଡ଼ ଜିଲ୍ଲାର ଭଟଲି ସ୍ଥିତ ମହାପ୍ରଭୁ ଦଧିବାମନଙ୍କର ମନ୍ଦିର ଓଡ଼ିଶାରେ ପଶ୍ଚିମ ଓଡିଶାର ଶ୍ରୀକ୍ଷେତ୍ର ଓ ଚକ୍ରତୀର୍ଥ ଭାବରେ ବିଶ୍ୱରେ ପରିଚିତ । ତୀର୍ଥଯାତ୍ରୀ ଓ ପର୍ଯଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ଭଟଲିରେ ଅନେକ ଅବସର ରହିଛି । ଦଧିବାମନ ମନ୍ଦିରର ପାରିପାର୍ଶ୍ବିକ ଉନ୍ନତି ଓ ସୌନ୍ଦର୍ଯ୍ୟକରଣ, ତଥା ଅତ୍ୟାଧୁନିକ ଆଲୋକୀକରଣ ନିମନ୍ତେ ଖୁବ ଶୀଘ୍ର ପ୍ରଥମ ସ୍ତରର ସର୍ଭେ କାର୍ଯ୍ୟ ଆରମ୍ଭ ହେବ ବୋଲି ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ କହିଛନ୍ତି । ମନ୍ତ୍ରୀଙ୍କର ପ୍ରୟାସ ନିଶ୍ଚିତ ଭାବରେ ପ୍ରଶଂସନୀୟ । କାରଣ ଭଟଲି ହେଉ କି ନୃସିଂହନାଥ ପରିସର ଯଦି ଏହିସବୁ ଅଂଚଳର ଉନ୍ନତିକରଣ ଓ ସୌନ୍ଦର୍ୟକରଣ କରାଯାଏ ତେବେ ପର୍ଯଟକ ମାନଙ୍କର ସଂଖ୍ୟା ବହୁ ଗୁଣରେ ବୃଦ୍ଧି ପାଇବା ସହିତ ଅଂଚଳର ସ୍ଥାନୀୟ ଲୋକଙ୍କ ପାଇଁ ରୋଜଗାର ର ଏକ ନୂଆ ବାଟ ମଧ୍ୟ ଖୋଲିଯିବ ଏଥିରେ ସନ୍ଦେହ ନାହିଁ ।
ରାଜ୍ୟ
ସୁଦୃଶ୍ୟ ଅତ୍ୟାଧୁନିକ ଆଲୋକରେ ଝଲସିବ ଚକ୍ରତୀର୍ଥ
- Hits: 953