ହେଡଲାଇନସ୍:

କଣ୍ଟାମାଳରେ ପରୀରଥ ଓ ସଚେତନତା କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

05-06-18-b.jpg - 94.49 kB

କଣ୍ଟାମାଳ, ବୌଦ୍ଧ (ବଂଶିଧର ମାଝୀ/ସିମୁନ ନାଏକ) ; ରାଜ୍ୟ ସରକାର ଓ ଓଡିଶା ପୋଲିସ୍ ର ମିଳିତ ସହଯୋଗରେ ଆୟୋଜିତ ଶିଶୁ ସୁରକ୍ଷା ଉପରେ ଆଧାରିତ ସଚେତନତା କାର୍ଯ୍ୟକ୍ରମ ଓ ପରୀରଥ ମଙ୍ଗଳବାର ଦିନ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଠାରେ ବ୍ଲକସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଛି । ସକାଳୁ କଣ୍ଟାମାଳ ଗିରି ଗୋବର୍ଦ୍ଧନ ମନ୍ଦିର ସମ୍ମୁଖରେ ବହୁ ଲୋକଙ୍କ ଗହଣରେ ସ୍ୱାଗତ କରାଯିବା ପାଇଁ ବୌଦ୍ଧ ଏସପି ସୁଧାଂଶୁ ଶେଖର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ସଚେତନତା ସଭାରେ ମୁଖ୍ୟ ଅତିଥି ଭାବେ କଣ୍ଟାମାଳ ବିଧାୟକ ମହିଧର ରଣା, କଣ୍ଟାମାଳ ବ୍ଲକ ଅଧ୍ୟକ୍ଷା ଯାଗ୍ୟେଶ୍ୱରୀ  ପ୍ରଧାନ, ଉପାଧକ୍ଷା ମମତା ବେହେରା, ଜିଲ୍ଲା ପରିଷଦ ସଭ୍ୟା ମମତା ପ୍ରଧାନ, ମୁକ୍ତାସିନୀ ମଲ୍ଲିକ, ଆଦିବାସୀ ନେତା ସାମନ୍ତ ମାଝୀ, ଅତିରିକ୍ତ ଆରକ୍ଷି ଆଧିକ୍ଷକ ସୁଶିଲ କୁମାର ପାଣିଗ୍ରାହି ଏସଡ଼ିପିଓ  ଏସ୍ ଟିଗା ସମ୍ମାନିତ ଅତିଥି ଭାବେ ମଂଚାସୀନ  ଥିବା ବେଳେ ଅଧ୍ୟପକ ସନ୍ତୋଷ କୁମାର ବିଶି ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ସମାଜସେବୀ ଦିବ୍ୟଶଙ୍କର ରାଉତ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଅତିରିକ୍ତ ଏସପି ସୁଶିଲ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ବ୍ରାହ୍ମଣିର ମାଁ ପୁର୍ଣବାସୀ ଶିଶୁ ସାଂସ୍କୃତିକ ଦଳର ଗାୟକ ଦିପ୍ତିମୟୀ ମିଶ୍ର , ବାଦକ ଚନ୍ଦନ ପ୍ରସାଦମିଶ୍ର, ସହଯୋଗୀ ମଦନମୋହନ ମିଶ୍ର, ସଂଯୁକ୍ତା ବେହେରା, ପ୍ରେମଶିଳା ଘିବଲାଙ୍କ ଦ୍ୱାରା ପାଲା ମାଧ୍ୟମରେ, ଶିଶୁ ସୁରକ୍ଷା ଉପରେ ସଚେତନତା ବାର୍ତା ପ୍ରଦାନ କରିଥିଲେ । ପରୀରଥ ଘଣ୍ଟାପଡା ଅଂଚଳକୁ ମଧ୍ୟ ଭ୍ରମଣ କରି ଏଲଇଡି ମାଧ୍ୟମରେ ସଚେତନତା ବାର୍ତା ପ୍ରଦର୍ଶନ କରାଯାଇଥିଲା । କଣ୍ଟାମାଳ ଥାନା ଅଧିକାରୀ ନରେଶ କୁମାର ପ୍ରଧାନ ଓ ଥାନାର ସମସ୍ତ କାର୍ଯ୍ୟରତ ପୋଲିସ୍ କର୍ମଚାରୀ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ଅଂଚଳରୁ ବହୁ ମହିଳା, ଶିଶୁ , ଜନସାଧାରଣ, ଆଇନଜୀବ ଓ ସାମାଜିକ କର୍ମୀ ଉପସ୍ଥିତ ଥିଲେ । 

0
0
0
s2sdefault