ହେଡଲାଇନସ୍:

ଆଜିଠୁ ସମସ୍ତେ ପାଇବେ ମାଁ ସମଲେଶ୍ବରୀଙ୍କ ଦର୍ଶନ I

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର(ରମାକାନ୍ତ ବିଶ୍ବାଳ) :-ଆଜି ଠାରୁ ଜିଲ୍ଲା ବାହାରର ଭକ୍ତଙ୍କ ପାଇଁ ବି ମାଁ ସମଲେଶ୍ବରୀଙ୍କ ଦର୍ଶନ ଉନ୍ମୁକ୍ତ ହେବ । ଗତ ୩ ତାରିଖରୁ ମନ୍ଦିର ଖୋଲିଥିଲେ ବି ପ୍ରଥମ ୫ ଦିନ ଏହା କେବଳ ସମ୍ବଲପୁର ଜିଲ୍ଲାବାସୀ ଓ ଏଠାରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଖୋଲା ଯାଇଥିଲା। ପରିଚୟ ପତ୍ର ଯାଞ୍ଚ ପରେ ଭକ୍ତଙ୍କୁ ମନ୍ଦିର ପରିସରକୁ ଛଡ଼ା ଯାଉଥିଲା। ତେବେ ଆଜି ଠାରୁ ଏହି କଟକଣା କୋହଳ ହୋଇଛି I ସମସ୍ତ ଭକ୍ତ ମାଁ ଙ୍କ ଦର୍ଶନ କରିପାରିବେ କିନ୍ତୁ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ୧୦ ବର୍ଷରୁ କମ୍ ଶିଶୁ ଓ ୬୫ ବର୍ଷରୁ ଅଧିକ ବୟସର ବରିଷ୍ଠ ନାଗରିକ ମନ୍ଦିର ନ ଆସିବାକୁ ପରାମର୍ଶ ଦିଆଯାଇଛି। ସେହିପରି ମନ୍ଦିର ପ୍ରବେଶ ପୂର୍ବରୁ ହସ୍ତ ବିଶୋଧନ, ତାପମାତ୍ରା ଯାଞ୍ଚ ଆଦି ପୂର୍ବଭଳି ଜାରି ରହିବ। ମନ୍ଦିର ପ୍ରବେଶ ସମୟ ସକାଳ ୬ଟାରୁ ଦିନ ୧୧ଟା ୩୦ ଓ ଅପରାହ୍ନ ୩ଟାରୁ ସଂଧ୍ୟା ୭ଟା ୩୦ ପୂର୍ବ ଭଳି କାଏମ ରହିଛି ।

0
0
0
s2sdefault