ହେଡଲାଇନସ୍:

ହୀରାକୁଦ ଜଳଭଣ୍ଡାରରେ ପକ୍ଷୀ ଗଣନା ଆରମ୍ଭ। 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ) : ଆଜି ସକାଳ 6ଟା ରୁ ହୀରାକୁଦ ଜଳଭଣ୍ଡାର ର ନୀଳ ଜଳ ରାଶି ରେ ଆରମ୍ଭ ହୋଇଛି ବିଦେଶୀ ପକ୍ଷୀ ଗଣନା । ସମ୍ବଲପୁର, ବରଗଡ଼ ଓ ଝାରସୁଗୁଡା ଫରେଷ୍ଟ  ଡିଭିଜନ ର ମୋଟ 21 ଟି ଟିମ ସହିତ ୭୨ ଜଣକର୍ମଚାରୀ ସହ ସମ୍ବଲପୁର ଓୟୁଏଟି ର ଛାତ୍ରଛାତ୍ରୀ ଏହି ପକ୍ଷୀ ଗଣନା ରେ ସାମିଲ ହୋଇଛନ୍ତି ।  ପ୍ରତେକ ଟିମ ମୋଟର ଚାଳିତ ଡଙ୍ଗା ରେ ପକ୍ଷୀ ଗଣନା ପାଇଁ ବ୍ୟବହୃତ ବାଇନାକୁଲାର ,କ୍ୟାମେରା ଆଦି ଧରି ଜଳଭଣ୍ଡାର କୁ ପ୍ରବେଶ କରିଛନ୍ତି ।  ଆଜିର ଏହି ଗଣନାରେ14 ଟି ଡଙ୍ଗା, 6 ଟି ଲଞ୍ଚ ଓ ଗୋଟିଏ ମଟର ଭେଇକେଲ ଏଥିରେ ସାମିଲ ଅଛି।   

ଗତ ବର୍ଷ ହୀରାକୁଦ ଜଳଭଣ୍ଡାର କୁ 92 ପ୍ରଜାତିର ଏକ ଲକ୍ଷ 45 ହଜାର 946 ପକ୍ଷୀ ଆସିଥିଲେ । କାସପିଆନ ସି, ଅରାଲ ସି, ମଙ୍ଗୋଲିଆ,ହିମାଳୟ ଆଦି ଅଂଚଳରୁ ପୋଚାର୍ଡ , ବିଲ, ପେଂଟେଡ଼ ଷ୍ଟ୍ରକ, ଗ୍ରେଟ ଡକ ଭଳି ଅନେକ ପ୍ରଜାତିର ପକ୍ଷୀ  ହୀରାକୁଦ ଜଳଭଣ୍ଡାର କୁ ଆସିଥାନ୍ତି ।ଦୂର ଦୁରାନ୍ତ ରୁ ଆସିଥିବା ଏହି ପକ୍ଷୀ ମାନେ ମାର୍ଚ୍ଚ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଏଠାରେ ରହିଥାନ୍ତି ।ଅନୁକୂଳ ପାଗ ଓ ହୀରାକୁଦ ଜଳଭଣ୍ଡାର ର ଜଳସ୍ତର କୁ ଦେଖିଲେ ବିଦେଶୀ ପକ୍ଷୀ ଙ୍କ ପାଇଁ ଖାଦ୍ୟ ସମସ୍ୟା ରହିବ ନାହିଁ  । ସେପଟେ ଚଳିତବର୍ଷ ହୀରାକୁଦ ଜଳଭଣ୍ଡାରକୁ ଅଧିକ ବିଦେଶୀ ପକ୍ଷୀ ଆସିଥିବା ମଧ୍ୟ ଜଣାପଡିଛି। 

0
0
0
s2sdefault