ହେଡଲାଇନସ୍:

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ମିଳିତ ବୈଠକ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକ ପ୍ରଶାସକ)- ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ପଦ୍ମପୁରର କନ୍ଫରେନ୍ସ ହଲରେ  PTA ଓ SMCର ଏକ ମିଳିତ ବୈଠକ ଉଙଠଓଊ-୧୯ ମାର୍ଗଦର୍ଶିକା ଅନୁପାଳନ ପୂର୍ବକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସେବାଶ୍ରୀ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ହୋଇଯାଇଛି । ଉକ୍ତ ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡିଶା ସରକାରଙ୍କ Odisha school reopening plan ମାର୍ଗଦର୍ଶିକା ଓ SOPର ଅନୁପାଳନ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । SMC  ଅଧ୍ୟକ୍ଷା ଶ୍ରୀମତୀ ସରସ୍ୱତୀ ଭୋଇ ଓ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ବିଶ୍ୱନାଥ ଦାଶ ମଂଚାସୀନ ଥିଲେ । ବିଦ୍ୟାଳୟର ବରିଷ୍ଠ  ଶିକ୍ଷକ ଶ୍ରୀ ବୃନ୍ଦାବନ ଦାଶ ସମସ୍ତଙ୍କ ସ୍ୱାଗତ କରିବା ସଙ୍ଗେ ସଙ୍ଗେ ସଭାକାର୍ଯ୍ୟ ସଂଯୋଜନା କରିଥିଲେ । ସ୍ୱାସ୍ଥ୍ୟ, ପରିମଳ, ନିରାପତ୍ତା ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଦ୍ୟାଳୟର ପୂର୍ବ ପ୍ରସ୍ତୁତି ଓ ପ୍ରତିଷେଧାତ୍ମକ ବ୍ୟବସ୍ଥା ଉପରେ ପ୍ରଧାନ ଶିକ୍ଷୟିତ୍ରୀ ସମସ୍ତଙ୍କୁ ଅବଗତ କରାଇଥିଲେ । ଶିକ୍ଷକ ଶ୍ରୀ ଗୋପାଲଜୀ ପ୍ରସାଦ ପାଣିଗ୍ରାହୀ ୧୦୦ ଦିନର ପାଠପଢାରେ ଅଭିଭାବକ ମାନଙ୍କର ପୂର୍ଣ୍ଣ ସହଯୋଗ କାମନା କରିବା ସଙ୍ଗେ ସଙ୍ଗେ PTA ଓ SMCର ଭୂମିକା ଉଲ୍ଲେଖ କରିଥିଲେ । ଉପସ୍ଥିତ ଅଭିଭାବକ ଅଭିଭାବିକା ମାନେ ପୂର୍ଣ୍ଣ ସହଯୋଗର ହାତ ବଢାଇବା ପାଇଁ ପ୍ରତିଶୃତି ଦେଇଥିଲେ । ବିଦ୍ୟାଳୟର ଶିକ୍ଷକ ଚିନ୍ତାମଣି ସାହୁ, ପ୍ରେମାନନ୍ଦ ବେହେରା, ମାନସ ରଂଜନ ସତପଥୀ, ସୁରେଶ ଚନ୍ଦ୍ର ଚୌହାନ, ଜୀବନାନନ୍ଦ ସାହୁ, ବାଦଲ କୁମାର ସେଠୀ, ଜ୍ୟୋତ୍ସ୍ନାରାଣୀ ସାହୁ, ମିନତୀ ଦାଶ, ନୀଲିମାରାଣୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ସୁଷମା ଦାଶ, ନନ୍ଦିନୀ ବାଗ, ଦୁଷ୍ମନ୍ତ ଛତର ଓ କମଳା କୁମ୍ଭାର ବିଶେଷ ସହାୟତା କରିଥିଲେ । ଶେଷରେ ଶ୍ରୀ ସୁରେନ୍ଦ୍ର କୁମାର ଭୋଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

 

 

0
0
0
s2sdefault