ହେଡଲାଇନସ୍:

ସୋଆରେ ଆୟୋଜିତ ହେବ ଦୂରଗାମୀ ପାଇପଲାଇନ ସମ୍ପର୍କିତ ଆନ୍ତର୍ଜାତୀୟ କର୍ମଶାଳା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ଖଣିଜ ପଦାର୍ଥ ପରିବହନ ନିମନ୍ତେ ରୂପରେଖ, ନିର୍ମାଣ ଏବଂ  କାର୍ଯ୍ୟ ଦୃଷ୍ଟିରୁ ଦୂରଗାମୀ ପାଇପ୍ଲାଇନ ସମ୍ପର୍କିତ ଏକ ଦୁଇ ଦିନିଆ ଭର୍ଚୁଆଲ୍ କର୍ମଶାଳା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଜାନୁଆରୀ  ୮ ତାରିଖରୁ ଆୟୋଜନ କରାଯାଉଛି । 

ସୋଆ ପରିଚାଳିତ ଇନଷ୍ଟିଟ୍ୟୁଟ  ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ର ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗ ଓ କୋଲକାତା ସ୍ଥିତ ଆଥା) ଗ୍ରୁପ୍ ମିଳିତ ସହଭାଗିତାରେ ଏହି କର୍ମଶାଳା ଆୟୋଜନ କରାଯାଉଥିବା ବିଭାଗୀୟ ମୁଖ୍ୟ ପ୍ରଫେସର (ଡଃ) ଡି.ଏନ୍. ଥାଟୋଇ ସୂଚନା ଦେଇଛନ୍ତି । 

ଦୂରଗାମୀ ପାଇପଲାଇନ ଦ୍ୱାରା ଖଣିଜ ପଦାର୍ଥ ର ହାଇଡ୍ରୋଲିକ୍ ପରିବହନ କିଭଳି ହୋଇପାରିବ ତା’ ର ରୂପରେଖ ଓ ଆବଶ୍ୟକତା, ସିଏଫଡି  ପର୍ଯ୍ୟବେସିତ ସିମୁଲେସନ୍ ଏବଂ ମଡେଲିଂ ସଫ୍ଟୱେୟାର ସମ୍ପର୍କରେ ଅଧିକ ଜ୍ଞାନ ଆହରଣ କରିବା ସହ ଶିଳ୍ପାନୁଷ୍ଠାନ  ଏବଂ ଗବେଷଣା କେନ୍ଦ୍ର ଓ ଶିକ୍ଷାନୁଷ୍ଠାନ ଗୁଡ଼ିକ ମଧ୍ୟରେ ଆଲୋଚନାକୁ ସୁଯୋଗ ଦେବା ଏହି କର୍ମଶାଳାର ମୂଳ ଲକ୍ଷ୍ୟ ବୋଲି ପ୍ରଫେସର ଥାଟୋଇ କହିଛନ୍ତି । ଏହି କର୍ମଶାଳାରେ ପାଇପଲାଇନ ଡିଜାଇନ୍, ଇଞ୍ଜିନିୟରିଂ ଆଣ୍ଡ ପମ୍ପ୍ସ, ଭାଲଭସ ଆଣ୍ଡ ଅପରେସନ୍, ମେଣ୍ଟନାନ୍ସ ଆଣ୍ଡ ସେଫ୍ଟି ସମ୍ପର୍କରେ ଆଲୋଚନା କରାଯିବ ବୋଲି ସେ କହିଛନ୍ତି । 

ଏହି କର୍ମଶାଳାରେ ୟୁଏସ୍ଏ ସ୍ଥିତ ଅସେନ୍କୋ ପାଇପ୍ଲାଇନ୍ ସିଷ୍ଟମ୍ସର ଶ୍ରୀ ରାଜେନ୍ଦ୍ର ତାଲାମୁଡୁପୁଲା ଏବଂ ଶ୍ରୀମତି ଜୁଲି ହାରିସ୍, ପିଟରସନ୍ ଆଣ୍ଡ କୁକ୍ ର ଶ୍ରୀ ଜୁଲିଆନ୍ ରସ୍କୋନି ଏବଂ ଶ୍ରୀ ମାଇକ୍ ଟର୍ନେ, ଆଥା ଗ୍ରୁପ୍ର ସଭାପତି ପ୍ରୋଜେକ୍ଟସ୍ ଶ୍ରୀ ଏନ୍.ଡି. ରାଓ, ନୂଆଦିଲ୍ଲୀ ସ୍ଥିତ ମେକନର  ଶ୍ରୀ ଅମିତ୍ ଗଙ୍ଗଲ୍, ନେଦରଲ୍ୟାଣ୍ଡ ଗେହୋର ଶ୍ରୀ ମାଲ୍କମ୍. ଜେ. ହାରିସନ୍, ଭୁବନେଶ୍ୱର ସ୍ଥିତ ଆଇଏମଏମଟି ଚିଫ୍ ସାଇନ୍ଟିଷ୍ଟ ଡ. ଏସ୍.କେ. ବିଶ୍ୱାଳ, ଜର୍ମାନୀ  ଫେଲୁୱାର ଶ୍ରୀ ହେନ୍ କି୍ରମ୍ପେନ୍ଫୋର୍ଟ, ଭାରତର ଏସାର୍ ମୀନମେଟର  ଶ୍ରୀ ଏ.ଏସ୍. ପ୍ରସାଦ, ଆର୍ସେଲର୍ ମିତଲର  ଶ୍ରୀ ୟୁ.ଏସ୍.ଆର୍. ରାଜୁ ଏବଂ ଚିଲି ସ୍ଥିତ ଅସେନକୋର  ଶ୍ରୀ ଜର୍ଜ ମାର୍ଟିନେଜ୍ ଙ୍କ ଭଳି ଆନ୍ତର୍ଜାତୀୟ ବିଶେଷଜ୍ଞ ଏହି କର୍ମଶାଳାରେ ଯୋଗଦେବେ । 

 

0
0
0
s2sdefault