ହେଡଲାଇନସ୍:

ପକ୍ଷରୁ ଧନବାଦ ଏଲେପି ଏକ୍ସପ୍ରେସର ପୁନଃ ରହଣି ଦାବି 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

 8 ତାରିଖ ରେଙ୍ଗାଲି ବନ୍ଦ ସହ ରେଲ ରୋକୋ ପାଇଁ ଚେତାବନୀ।

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ): ରେଙ୍ଗାଲି ନାଗରିକ କ୍ରିୟାନୁଷ୍ଠାନ  କମିଟି ପକ୍ଷରୁ କମିଟି ଆବାହକ ଅନ୍ତର୍ଯ୍ୟାମୀ ପାଣିଙ୍କ ଅଧ୍ୟକ୍ଷତାରେ ଏକ କମିଟି ବିଭାଗୀୟ ରେଳ ପରିଚାଳକ ଅଧିକାରୀଙ୍କୁ ଭେଟି  ଧନବାଦ ଏଲେପି ଏକ୍ସପ୍ରେସର ପୁନଃ ରହଣି ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା | କମିଟି ରେ ଅନ୍ତର୍ଯ୍ୟାମୀ  ପାଣି,ମୋତିଲାଲ ତନ୍ତୀ,ସଲିମ ଖାଁ,ବିଭାଗୀୟ ରେଳ ପରିଚାଳକ ଅଧିକାରୀଙ୍କ ସହିତ ବୈଠକ ହୋଇଥିଲା | ଧନବାଦ ଏଲେପି ଏକ୍ସପ୍ରେସ ୧୩୩୫୧ ଓ ୧୩୩୫୨ ରେଙ୍ଗାଲି ରେଲ ଷ୍ଟେସନରୁ ରହଣିକୁ ନାମଞ୍ଜୁର କରିବାପରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏହାର ତୀବ୍ର ନିନ୍ଦା କରିବା ସହ ଆସନ୍ତା ୮ ତାରିଖ ଶୁକ୍ରବାର ଦିନ ରେଙ୍ଗାଲି ବନ୍ଦ ସହ ରେଲ ରୋକୋ ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥି ପାଇଁ ରେଙ୍ଗାଲି ର ବୁଦ୍ଧିଜୀବୀ ସଚେତନ ନାଗରିକ  ରାଜୀବ ମିଶ୍ର,ଅଶୋକ ଅଗ୍ରୱାଲ, ବିଶ୍ୱନାଥ ଅଗ୍ରୱାଲ,ସନ୍ଦୀପ ଶର୍ମା,ନାରାୟଣ ଶର୍ମା,ଅଶୋକ ଗୁରୁ,ଅମିତ ସାହୁ,ଚମ୍ପେଶ୍ୱର ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।

 

 

 

 

 

 

0
0
0
s2sdefault