ହେଡଲାଇନସ୍:

ଝିଅକୁ ନେଇ ପୁଣି ବିବାଦରେ ସ୍ବାସ୍ଥ୍ୟମନ୍ତ୍ରୀ। 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଝାରସୁଗୁଡ଼ା :(ସୁଭାଷ ସହାରେ) : ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କୁ ତାଙ୍କ ଝିଅଙ୍କ ପାଇଁ ସମସ୍ୟା ପିଛା ଛାଡ଼ୁ ନାହିଁ । ବାରମ୍ବାର ନୂଆ ନୂଆ ସମସ୍ୟା ଆସି ତାଙ୍କ ସାମନାରେ ଛିଡ଼ା ହୋଇ ଯାଉଥିବାରୁ ମିଡିଆ ସାମନାରେ ହଟହଟା ହେବାକୁ ପଡ଼ୁଛି ନବଙ୍କୁ। 

ଗତକାଲି 'ଗାଁ'କୁ କାମ, ମା'ଙ୍କୁ ସମ୍ମାନ କାର୍ଯ୍ୟକ୍ରମ'ରେ ସରକାରୀ ବ୍ୟାନରରେ ନବଙ୍କ କନ୍ୟା ଦୀପାଳୀ ଦାସଙ୍କ ଫଟୋ ରହିଥିବା ନେଇ ପ୍ରଶ୍ନ ଉଠାଇଥିଲେ ସାମ୍ବାଦିକ। ମାତ୍ର ନବବାବୁ 'ନୋ କମେଣ୍ଟ' କହି ଚାଲିଯିବା ଅନେକଙ୍କୁ ଖାପଛଡ଼ା ଲାଗିଥିଲା। ଏହି ବୈଠକରେ ଜିଲ୍ଲା ପ୍ରକଳ୍ପ ଉନ୍ନୟନ ଅଧିକାରୀ ଶ୍ରୀ ତପିରାମ ମାଝୀ ଓ କାର୍ଯ୍ୟନିର୍ବାହୀ ଅଧିକାରୀ, ବିଜେଡି ଜିଲ୍ଲା ସଭାପତି ପ୍ରଭୃତି ଉପସ୍ଥିତ ଥିଲେ। ତେବେ ସୁଶ୍ରୀ ଦୀପାଳୀ ଦାସ କେଉଁ ପଦବୀରେ ରହିଛନ୍ତି, ଏହି ପ୍ରଶ୍ନ ଉଠିବା ସ୍ବାଭାବିକ। ନିଜ ଟ୍ବିଟର ଏକାଉଣ୍ଟରେ ସେ ନିଜକୁ ମନ୍ତ୍ରୀଙ୍କ ପ୍ରତିନିଧି ବୋଲି ପରିଚୟ ଦେବା ମଧ୍ୟ କୌଣସି ସାମ୍ବିଧାନିକ ଅଧିକାର ନୁହେଁ ବୋଲି ପ୍ରଶ୍ନ ଉଠିବା ସ୍ବାଭାବିକ। ଏହା ବିପକ୍ଷଙ୍କୁ ବେଶ ଖୋରାକ ଯୋଗାଇବାରେ ସହାୟକ ହେଉଛି।

ଏହି ଘଟଣା ପରେ ପ୍ରଶାସନ ଉପରେ ଆଙ୍ଗୁଳି ନିର୍ଦ୍ଦେଶ କରି ବିଜେପି କହିଛି ଯେ ପ୍ରଶାସନିକ ଅଧିକାରୀ ଆଉ ଲୋକଙ୍କ ଚାକିରି କରୁ ନାହାଁନ୍ତି, ସେମାନେ ନବବାବୁଙ୍କ ଚାକିରି କରୁଛନ୍ତି। ନବବାବୁ ସରକାରୀ ଅର୍ଥରେ ବିଜେଡିର କାର୍ଯ୍ୟ କରୁଛନ୍ତି, ତେଣୁ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବବାବୁଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରନ୍ତୁ ଓ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ପଦକ୍ଷେପ ନିଅନ୍ତୁ ବୋଲି ବିଜେପି ଦାବୀ କରିଛି। 

ଅନ୍ୟ ପକ୍ଷରେ ସାଧାରଣ ଜନତା ଆଲୋଚନା କରୁଛନ୍ତି ଯେ ନବବାବୁ ତାଙ୍କ ଝିଅଙ୍କ ରାଜନୈତିକ ଭବିଷ୍ୟତ ନେଇ ସଜବାଜ ହେଉଛନ୍ତି। ମାତ୍ର ଏପରି ସରକାରୀ କାର୍ଯ୍ୟକ୍ରମ ମାଧ୍ୟମରେ ଝିଅଙ୍କ ରାଜନୈତିକ ଭବିଷ୍ୟତ ତିଆରି କରିବା ଅପେକ୍ଷା ଅନ୍ୟ ପନ୍ଥା ଅବଲମ୍ବନ କରିବା ଉଚିତ୍, ଯାହା ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ ନାହିଁ ଏବଂ ବିରୋଧୀ ମଧ୍ୟ ପାଟି କରିବେ ନାହିଁ।

0
0
0
s2sdefault