ଝାରବନ୍ଧ/ ମନୋହର ଦାସ :- ବରଗଡ ଜ଼ିଲ୍ଲା ଝାରବନ୍ଧ ବ୍ଲକ ରାଜୀବ ସେବା ଭବନ ଠାରେ ସାମାଜିକ ଭିତ୍ତିଭୂମି ବିକାଶ ସଙ୍ଗଠନ ଏବଂ ନାବାର୍ଡ ର ମିଳିତ ଆନୁକୂଲ୍ୟରେ ଜୀବିକା ଓ ବ୍ୟବସାୟିକ ବିକାଶ କାର୍ଯ୍ୟକ୍ରମରେ ସ୍ୱୟଂ ସହାୟିକା ଗୋଷ୍ଠି ର ମହିଳା ମାନେ ଜୈବିକ ପଦ୍ଧତି ରେ ପନିପରିବା ଚାଷ ଏବଂ କମ୍ପୋଷ୍ଟ ଖତ ତିଆରି ସମ୍ବନ୍ଧରେ ତାଲିମ ନେଇଥିଲେ ! ସାମାଜିକ ଭିତ୍ତିଭୂମି ବିକାଶ ସଙ୍ଗଠନ ର ସଭାପତି ସପ୍ତସିନ୍ଧୁ ବଗର୍ତ୍ତୀଙ୍କ ଉଦ୍ୟମ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସହକାରୀ କୃଷି ଅଧିକାରୀ ପ୍ରଣୟ କୁମାର ମନ୍ତ୍ରୀ, ମିଶନ ଶକ୍ତି ର ରବି ଶଙ୍କର ନାଏକ, କୃଷି ବିଭାଗ ର ଗୌରାଙ୍ଗ ଚରଣ ମହାରଣା, ଓ ଏଲ ଏମ ର ବଦ୍ରିନାରାୟଣ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ସ୍ୱୟଂ ସହାୟିକା ଗୋଷ୍ଠୀ ର ମହିଳା ମାନଙ୍କ ଆର୍ଥିକ ବିକାଶ, ଦକ୍ଷତା ବିକାଶ ଉପରେ ଆଲୋକପାତ କରିଥିଲେ ! ଜୈବିକ ପଦ୍ଧତି ରେ ପନିପରିବା ଚାଷ, କମ୍ପୋଷ୍ଟ ଖତ ତିଆରି, ରାସାୟନିକ ସାର କୁ କମ ପରିମାଣରେ ବ୍ୟବହାର ସମ୍ପର୍କ ରେ ତାଲିମ ପ୍ରଦାନ କରାଯାଇଥିଲା ! ଏହି ତାଲିମ ଶିବିର ରେ ଝାରବନ୍ଧର ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ଯୋଗଦାନ କରି ତାଲିମ ନେଇଥିଲେ ! ଶେଷରେ ସାମାଜିକ ଭିତ୍ତିଭୂମି ବିକାଶ ସଙ୍ଗଠନ ର ସଂଯୋଜକ ରାଜେନ୍ଦ୍ର ପଟେଲ ଧନ୍ୟବାଦ ପ୍ରଦାନ କରିଥିଲେ
ରାଜ୍ୟ
ଝାରବନ୍ଧ ରେ ଜୀବିକା ଓ ବ୍ୟବସାୟିକ ବିକାଶ ତାଲିମ ଶିବିର
- Hits: 450