ହେଡଲାଇନସ୍:

କୋଦର୍ମା ଷ୍ଟେସନରେ ବିଶେଷ ରାଜଧାନୀ ଏକ୍ସପ୍ରେସର ସମୟ ସାରଣୀ ପରିବର୍ତ୍ତିତ |

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ): ଜାନୁୟାରୀ ମାସ ୯ ତାରିଖ ଠାରୁ ଭୁବନେଶ୍ୱରରୁ ନୂଆ ଦିଲ୍ଲୀ ମଧ୍ୟରେ ଚଳାଚଳ କରୁଥିବା ତିନିଟି ରାଜଧାନୀ ବିଶେଷ ଟ୍ରେନ ସମୟ ସାରଣୀକୁ ପୂର୍ବ କେନ୍ଦ୍ରୀୟ ରେଳପଥ ଅଧୀନରେ ଥିବା କୋଦର୍ମା ରେଳ ଷ୍ଟେସନରେ ପରିବର୍ତ୍ତନ କରାଯାଇଅଛି  |

 ଅନୁଗୁଳ, ସମ୍ବଲପୁର ସିଟି, ଝାରସୁଗୁଡା ଏବଂ ରାଉରକେଲା ମାର୍ଗ ଦେଇ ପ୍ରତ୍ୟେକ ଶନିବାର ଦିନ ଭୁବନେଶ୍ୱର ରୁ ଛାଡୁଥିବା 02855 ଭୁବନେଶ୍ୱର-ନୂଆଦିଲ୍ଲୀ ସ୍ୱତନ୍ତ୍ର ରାଜଧାନୀ ଏକ୍ସପ୍ରେସ ଭୁବନେଶ୍ୱରରୁ 9 ଜାନୁୟାରୀ, 2021 ଠାରୁ କୋଦର୍ମା ଷ୍ଟେସନରେ ରାତ୍ର ୮ଘ.୫୮ମି.ରେ ପହଞ୍ଚି ରାତ୍ର ୯ ଘଟିକାରେ ନୂଆ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବ |

 ଭୁବନେଶ୍ୱରରୁ ପ୍ରତ୍ୟେକ ବୁଧବାର ଏବଂ ରବିବାର ଦିନ ଆଦ୍ରI ମାର୍ଗ ଦେଇ ଚଳାଚଳ କରୁଥିବା 02825 ଭୁବନେଶ୍ୱର-ନୂଆଦିଲ୍ଲୀ ସ୍ୱତନ୍ତ୍ର ରାଜଧାନୀ ଏକ୍ସପ୍ରେସ ଚଳିତ ମାସ ୧୦ ତାରିଖ ଠାରୁ ଏବଂ ପ୍ରତ୍ୟେକ ସୋମବାର, ମଙ୍ଗଳବାର, ଗୁରୁବାର ଏବଂ ଶୁକ୍ରବାର ଦିନ ଟାଟା ମାର୍ଗ ଦେଇ ଚଳାଚଳ କରୁଥିବା 02823 ଭୁବନେଶ୍ୱର-ନୂଆଦିଲ୍ଲୀ ସ୍ୱତନ୍ତ୍ର ରାଜଧାନୀ ଏକ୍ସପ୍ରେସ ଭୁବନେଶ୍ୱରରୁ ଚଳିତ ମାସ ୧୧ ତାରିଖ ଠାରୁ କୋଦର୍ମା ଷ୍ଟେସନରେ ରାତ୍ର ୮ଘ.୫୮ମି.ରେ ପହଞ୍ଚି ରାତ୍ର ୯ ଘଟିକାରେ ନୂଆ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବ |

ଏହି ଟ୍ରେନ ଗୁଡିକ କେବଳ କୋଦର୍ମା ଷ୍ଟେସନ ଠାରେ ପରିବର୍ତ୍ତିତ ସମୟସରଣୀ ରେ ଚଳାଚଳ କରିବାକୁ ଥିବାବେଳେ ଅନ୍ୟ ସମସ୍ତ ଷ୍ଟେସନରେ ଏହି ଟ୍ରେନ୍ଗୁଡ଼ିକର ସମୟ ସାରଣୀରେ ପରିବର୍ତ୍ତନ ହେବ ନାହିଁ |

0
0
0
s2sdefault