ହେଡଲାଇନସ୍:

ଗଜପତି ଜିଲ୍ଲା କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ରେ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ପାଇଁ କର୍ମୀ ସମ୍ମିଳନୀ ଅନୁଷ୍ଠିତ କରାଯାଇଛି। ଏହି ଅବସରରେ ଗଜପତି ଜିଲ୍ଲା କଂଗ୍ରେସ ସଭାପତି ତଥା ବିଧାୟକ ମୋହନା ଶ୍ରୀ ଦାଶରଥି ଗମାଙ୍ଗଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।

 ଏଥିରେ ପ୍ରଦେଶ କଂଗ୍ରେସ ଉପସଭାପତି ତଥା ଇନଚାର୍ଜ ଟ୍ରେନିଂ  ଶ୍ରୀ ଶୁଭେନ୍ଦୁ ମହାନ୍ତି ଓଡ଼ିଶାର ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପର୍ଯ୍ୟବେକ୍ଷକ ଭାବେ ଉପସ୍ଥିତ ଥିଲେ |  ଶ୍ରୀ ବିସ୍ମୟ ମହାପାତ୍ର, ସଂଯୋଜକ ଆର ଜି ଟି ଆଇ ପକ୍ଷରୁ  ଉପସ୍ଥିତ ଥିଲେ। ଗୁମ୍ମା ବ୍ଲକର ଉପାଧ୍ୟକ୍ଷା ଗିତାଞ୍ଜଳୀ ଭୁୟାଁ , ନଗର କଂଗ୍ରେସ ପକ୍ଷରୁ ବସନ୍ତ କୁମାର ପଣ୍ଡା , ଯୁବ କଂଗ୍ରେସ ସଭାପତି ସୂର୍ଯ୍ୟ ନାରାୟଣ ପାତ୍ର , ଜିଲ୍ଲା ପରିଷଦ ସଦସ୍ୟ ଜାଖବ ମାଝୀ ମଞ୍ଚାସୀନ  ଥିଲେ। 

କାର୍ଯ୍ୟକ୍ରମ ଆରମ୍ଭରେ ପୂର୍ବତନ ବିଧାୟକ ଶ୍ୱର୍ଗୀୟ ତ୍ରିନାଥ ସାହୁ ଓ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ତାପରେ ବିଜୁଜନତା ଦଳ ର ଯୁବନେତା ସଂଗ୍ରାମ ସାହୁଙ୍କ ସମର୍ଥକଙ୍କ ସହ କଂଗ୍ରେସରେ ଯୋଗଦାନ। ଏହା ପରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଦଳୀୟ ସଙ୍ଗଠନ ଉପରେ ଆଲୋଚନା ଯାହା କି ତିନୋଟି ବ୍ଲକ କାଶୀନଗର, ଗୁମ୍ମା, ଗୋଷାଣୀ, ପାରଳାଖେମୁଣ୍ଡି ପୈରାଞ୍ଚଳର ସମସ୍ତ କର୍ମୀ ଉପସ୍ଥିତ ଥିଲେ। ଏଥିରେ ଆଗାମୀ ଦିନରେ କଂଗ୍ରେସ ଦଳର ରୁପ ରେଖା ଉପରେ ଆଲୋଚନା କରାଯାଇଥିଲା। ପୌର ନିର୍ବାଚନ ନିମନ୍ତେ ଖସଡ଼ା ପ୍ରସ୍ତୁତ କରିବା ପାଇଁ ବିଭିନ୍ନ ପ୍ରକାରର ମନ୍ତବ୍ୟ ଦେଇଥିଲେ। 

 ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସଦସ୍ୟମାନଙ୍କ ମଧ୍ୟରେ ପାରଳାଖେମୁଣ୍ଡି ପୌରପରିଷଦର ପୂର୍ବତନ ଉପାଧ୍ୟକ୍ଷ  ସଂଜୟ ଅଧିକାରୀ , କୁନା ମାଝୀ , ବିଷ୍ଣୁ ପାଢୀ , ବାବୁଲି ସାହୁ , ଗୈତମ ପଣ୍ଡା , ରାଜା ପାତ୍ର ,  ତ୍ରିନାଥ ପାତ୍ର , ଗୁମ୍ମା ବ୍ଲକର ମଣ୍ଟୁ ପାଣି , ବେର୍ନିକ ଗମାଙ୍ଗ, ଲଳିତ ମହୋନ ଦଣ୍ଡସେନା , ମନୋଜ ସାହୁଙ୍କ ସମେତ ବିଭିନ୍ନ ବ୍ଲକର ନେତା ଓ କର୍ମୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ନଗର କଂଗ୍ରେସ  ସଭାପତି  ବସନ୍ତ କୁମାର ପଣ୍ଡାଙ୍କ ଦ୍ବାରା ପରିଚାଳନା କରାଯାଇଥିଲା।

0
0
0
s2sdefault