ହେଡଲାଇନସ୍:

" ୫-"ଟି'କୁ କଡ଼ାକଡ଼ି ଅନୁପାଳନ ପୂର୍ବକ ହିତାଧିକାରୀ ଚୟନରେ ସ୍ୱଚ୍ଛତା ବଜାୟ ରଖନ୍ତୁ' : ମନ୍ତ୍ରୀ ଡ. ସାହୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ଉନ୍ନୟନର ପ୍ରକଳ୍ପ ନିର୍ଦ୍ଦେଶକମାନଙ୍କର ସମୀକ୍ଷା ବୈଠକ

  • ରାଜ୍ୟ ସରକାର ଫାର୍ମପଣ୍ଡ ଖନନକୁ ପ୍ରାଥମିକତା ପ୍ରଦାନ କରୁଛନ୍ତି

  • ସମସ୍ତ ସୁବିଧା ଓ ପ୍ରୋତ୍ସାହନ ଦେବା ଚାଷୀ ନିକଟରେ ଉପଲବ୍ଧ କରାଇବା ପାଇଁ ଯତ୍ନବାନ ହୁଅନ୍ତୁ

  • ଆର୍ଥିକ  ଅନୁଦାନକୁ ସଂପୂର୍ଣ୍ଣ ବିନିଯୋଗ କରି କୃଷକମାନଙ୍କ ଆୟବୃଦ୍ଧି କରିବା ଉପରେ ଗୁରୁତ୍ୱ

ଭୁବନେଶ୍ୱର,(ଶାସକ ପ୍ରଶାସକ) :  ମୃତ୍ତିକା ସଂରକ୍ଷଣ ଓ ଉପଲବ୍ଧ ଜଳରାଶିର ସୁବିନିଯୋଗ କୃଷି କ୍ଷେତ୍ରରେ ଅଧିକ ଉତ୍ପାଦନ ଓ କୃଷକମାନଙ୍କର ଆୟବୃଦ୍ଧିର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମା ଫାର୍ମପଣ୍ଡ ଯୋଜନା କୃଷି ସହିତ ଆନୁଷଙ୍ଗିକ କୃଷିକ୍ଷେତ୍ରରେ ଆୟବୃଦ୍ଧି ଦିଗରେ ବିଶେଷ ସହାୟକ ହୋଇପାରୁଥିବାରୁ ରାଜ୍ୟ ସରକାର ଫାର୍ମପଣ୍ଡ ଖନନକୁ ପ୍ରାଥମିକତା ପ୍ରଦାନ କରୁଛନ୍ତିା ମୁଖ୍ୟମନ୍ତ୍ରୀଙ୍କ ପ୍ରବର୍ତ୍ତିତ ୫-"ଟି'କୁ କଡ଼ାକଡ଼ି ଭାବେ ଅନୁପାଳନ କରି ହିତାଧିକାରୀ ଚୟନରେ ସଂପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ ଏବଂ ହିତାଧିକାରୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ସମସ୍ତ ସୁବିଧା ଓ ପ୍ରୋତ୍ସାହନ ଯୋଗାଇଦେବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ନିର୍ଦ୍ଦେଶ ଦେଇଛନ୍ତିା

ଆଜି କୃଷି ଭବନଠାରେ ୩୦ଟି ଜିଲ୍ଲାର ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ଉନ୍ନୟନର ପ୍ରକଳ୍ପ ନିର୍ଦ୍ଦେଶକମାନଙ୍କର ସମୀକ୍ଷା ବୈଠକରେ ଯୋଗଦେଇ ମନ୍ତ୍ରୀ ଡ. ସାହୁ ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ଉନ୍ନୟନର ପ୍ରକଳ୍ପ ନିର୍ଦ୍ଦେଶକମାନେ ନିୟମିତ କ୍ଷେତ୍ର ପରିଦର୍ଶନ କରି ଫାର୍ମପଣ୍ଡର ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବା ନିମନ୍ତେ କହିଛନ୍ତିା ଫାର୍ମପଣ୍ଡ ଯୋଜନାରେ ମିଳୁଥିବା ଆବେଦନଗୁଡ଼ିକ ଠିକ୍ ସମୟରେ ଯାଞ୍ଚ ଓ ହିତାଧିକାରୀ ଚୟନ ଉପରେ ମନ୍ତ୍ରୀ ଡ. ସାହୁ ଗୁରୁତ୍ୱ ଦେଇଥିଲୋ ଚଳିତ ବର୍ଷ ନିମନ୍ତେ ବିଭିନ୍ନ ଯୋଜନାରେ ମିଳିଥିବା ଆର୍ଥିକ  ଅନୁଦାନକୁ ସଂପୂର୍ଣ୍ଣ ବିନିଯୋଗ କରି କୃଷକମାନଙ୍କ ଆୟବୃଦ୍ଧି କରିବା ପାଇଁ ମନ୍ତ୍ରୀ କହିଥ#ଲୋ ଉତ୍ତମ ପ୍ରଦର୍ଶନ କରୁଥିବା କର୍ମଚାରୀ ଓ ସଫଳ ହିତାଧିକାରୀମାନଙ୍କୁ ନୂତନ ଜ୍ଞାନକୌଶଳ ଓ ପଦ୍ଧତି ଜାଣିବା ନିମନ୍ତେ ଅନ୍ୟ ରାଜ୍ୟକୁ ପରିଦର୍ଶନରେ ପଠାଇବା ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲୋ ଏଥି ସହିତ ଅଧିକାରୀମାନେ ଭର୍ମିକମ୍ପୋଷ୍ଟ ଓ ବାୟୋଫର୍ଟିଲାଇଜର ସଠିକ ଯୋଗାଣ ଓ ଏହାର ମାନ ପରୀକ୍ଷଣ ଉପରେ ସର୍ବଦା ଗୁରୁତ୍ୱ ଦେବା ପାଇଁ କହିଥିଲୋ ଫାର୍ମପଣ୍ଡ ଓ ଚେକ୍ଡ୍ୟାମ୍ କରୁଥିବା ହିତାଧିକାରୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ପମ୍ପସେଟ୍, ସ୍ପ୍ରେୟର, ସୌର ଜଳନିଧି ଆଦି ଅଗ୍ରାଧିକାର ଭିତ୍ତିରେ ଯୋଗାଇ ଦିଆଯାଉଥିବାରୁ ହିତାଧିକାରୀମାନେ ଏହାର ଲାଭ ଉଠାଇବା ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲୋ 

ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ ଜଳ ସୁପରିଚାଳନା ଓ ସୁବିନିଯୋଗ ଦିଗରେ ଅଧିକାରୀମାନେ ଅନ୍ୟ ସଂପୃକ୍ତ ବିଭାଗ ସହିତ ଉପଯୁକ୍ତ ସମନ୍ୱୟ ରଖି କାର୍ଯ୍ୟକରିବାକୁ କହିଥିଲୋ ବିଭାଗ ପକ୍ଷରୁ ପ୍ରଣୟନ କରାଯାଇଥିବା ଟୋଲ୍ ଫି୍ର ମୋବାଇଲ୍ ସୂଚନା ଆପ୍ "ଆମ କୃଷି' କୃଷକମାନଙ୍କର ସମସ୍ୟା ସମାଧାନ ଦିଗରେ ସହାୟକ ହୋଇପାରିଛି ବୋଲି ସେ କହିଥିଲୋ ଏଥିସହିତ ଗ୍ରାମପଞ୍ଚାୟତ ଓ ବ୍ଲକସ୍ତରରେ  ଅନୁଷ୍ଠିତ ସାପ୍ତାହିକ ଓ ପାକ୍ଷିକ ବୈଠକରେ ଅଧିକାରୀମାନେ ନିୟମିତ ଯୋଗଦେଇ କ୍ଷେତ୍ରସ୍ତରରେ ଚାଷୀମାନଙ୍କର ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲୋ 

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍. ମୁଥୁକୁମାର, ଉଦ୍ୟାନକୃଷିର ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା, ଫଳ ଓ ପନିପରିବା ଏବଂ ଅର୍ଥକରୀ ଫସଲ ଚାଷ ଓ ସମନ୍ୱିତ କୃଷି କାର୍ଯ୍ୟ ଦିଗରେ ଜଳଛାୟା ଉନ୍ନୟନ ବିଶେଷ ଲାଭଦାୟକ ହୋଇପାରିବ ବୋଲି କହିଥିଲୋ ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ଉନ୍ନୟନର ନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ପଣ୍ଡା ନିର୍ଦ୍ଦେଶାଳୟ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଯୋଜନା ସଂପର୍କରେ ଆଲୋଚନା କରିଥିଲୋ 

 

0
0
0
s2sdefault