ହେଡଲାଇନସ୍:

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସମୀକ୍ଷା ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ) : ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ ଜାନୁଆରୀ ୪ ତାରିଖ ଦିନ "ସିଡାକ୍'ଠାରେ ବିଭାଗୀୟ କାର୍ଯ୍ୟକଳାପ ସଂପର୍କରେ ସମୀକ୍ଷା କରିଥିଲୋ କୋଭିଡ୍-୧୯ ପରିପ୍ରେକ୍ଷୀରେ ବୁଣାକାର ଓ ଶିଳ୍ପୀମାନଙ୍କର ଉନ୍ନତିକଳ୍ପେ ବିଭାଗ ପକ୍ଷରୁ ବିଭିନ୍ନ କଲ୍ୟାଣକାରୀ ପଦକ୍ଷେପ ନିଆଯାଇଥିବାରୁ ମନ୍ତ୍ରୀ ଶ୍ରୀମତୀ ଦିଆନ୍ ସନ୍ତୋଷ ପ୍ରକାଶ କରିଥିଲୋ ବିଭାଗ ପକ୍ଷରୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବା ସମୟରେ ବୁଣାକାର ଓ ଶିଳ୍ପୀମାନଙ୍କର ସ୍ୱାର୍ଥକୁ ଦୃଷ୍ଟିରେ ରଖିବା  ପାଇଁ ମନ୍ତ୍ରୀ ପରାମର୍ଶ ଦେଇଥିଲୋ

କୋଭିଡ୍-୧୯ ସମୟରେ ବୁଣାକାର ଓ ଶିଳ୍ପୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିବାରୁ ସେମାନଙ୍କର ଉତ୍ପାଦଗୁଡ଼ିକର ବିକି୍ର ପାଇଁ ସୁଯୋଗ ସୃଷ୍ଟି କରିବା ନିମନ୍ତେ ଜାନୁଆରୀ ମାସରେ ପଞ୍ଚଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ଆୟୋଜନ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀମତୀ ଦିଆନ ପ୍ରକାଶ କରିଥିଲୋ ଏହି ଜାତୀୟ ସ୍ତରୀୟ ମେଳାରେ ସରକାରଙ୍କ ଦ୍ୱାରା ପ୍ରଣୀତ ସମସ୍ତ କୋଭିଡ୍ ନିୟମାବଳୀର ଅନୁପାଳନ କରାଯିବା

ଏହି ସମୀକ୍ଷା ବୈଠକରେ ବିଭାଗୀୟ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଓ ବିଭାଗୀୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ | ବିଭାଗୀୟ ଅତିରିକ୍ତ ସଚିବ ତଥା "ସିଡାକ୍'ର ମେମ୍ବର ସେକ୍ରେଟେରୀ ଶ୍ରୀ କୈଳାଶ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲୋ 

0
0
0
s2sdefault