ହେଡଲାଇନସ୍:

ଆଖିରେ ମିଳିଲା ଆଖି, ତୃପ୍ତ ହେଲା ମନ ପ୍ରଭୁଙ୍କୁ ଦେଖି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନଅ ମାସ ପରେ ଭକ୍ତ ଓ ଭଗବାନଙ୍କର ମିଳନ

ବରଗଡ :- ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର ଆଜି ଶ୍ରଦ୍ଧାଳୁ ମାନଙ୍କର ନିମନ୍ତେ ଖୋଲି ଦିଆଯାଇଛି । ଦୀର୍ଘ ନଅ ମାସ ପରେ ଭକ୍ତ ସୁଯୋଗ ପାଇଛନ୍ତି ମହାପ୍ରଭୁଙ୍କ ଦର୍ଶନ କରିବାର । ଭକ୍ତ ଓ ଭଗବାନଙ୍କ ଆଖିର ଅପୂର୍ବ ମିଳନ ସୃଷ୍ଟି କରିଥିଲା ଭକ୍ତିଭାବପୂର୍ଣ୍ଣ ପରିବେଶ | 

ଆଜି ସକାଳେ କଡା ସୁରକ୍ଷା ବ୍ୟବସ୍ଥା ଭିତରେ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରି ଭକ୍ତ ମାନଙ୍କର ଦର୍ଶନ ପାଇଁ ସକାଳ ଆଠ ଘଣ୍ଟା ସମୟରେ ମହାପ୍ରଭୁଙ୍କ ମନ୍ଦିର ଖୋଲା ଯାଇଥିଲା । ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ ଙ୍କର ଉପସ୍ଥିତ ଓ ପ୍ରତକ୍ଷ ତତ୍ୱବାଧାନ ରେ ମନ୍ଦିର ପରିଚାଳନା କମିଟିର ସମସ୍ତ କର୍ମକର୍ତ୍ତା , ସେବାୟତ ,ସ୍ବେଚ୍ଛାସେବୀ , ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଟ୍ରଷ୍ଟ ବୋର୍ଡର ଟ୍ରଷ୍ଟି ଶ୍ରୀ ସୁରେନ୍ଦ୍ର ମେହେର , ପାଇକମାଲ ତହସିଲଦାର ଶ୍ରୀ ମନୋଜ କୁମାର ମେହେର , ବରିଷ୍ଠ ସାମ୍ବାଦିକ ବଡ଼ ସଥପଥୀ ଙ୍କର ସହଯୋଗରେ ଆଜି ଠାରୁ ଆସନ୍ତା 13 ତାରିଖ ପର୍ଯନ୍ତ କେବଳ ବରଗଡ଼ ଜିଲ୍ଲାର ଶ୍ରଦ୍ଧାଳୁ ମାନଙ୍କର ଦର୍ଶନ ନିମନ୍ତେ ମନ୍ଦିର ଖୋଲା ଯାଇଛି । ଶ୍ରଦ୍ଧାଳୁ ମାନେ ନିଜର ପରିଚୟ ପତ୍ର ଧରି ଆସିଥିବା ଦେଖାଯାଉଛି । ଏହାସହିତ ମନ୍ଦିର ପରିସରରେ ଥର୍ମାଲ ସ୍କନିଂ କରାଯାଇ ସାନିଟାଇଜର ଦିଆ ଯାଉଛି । ଶୃଙ୍ଖଳିତ ଭାବରେ ଦର୍ଶନ ପାଇଁ ପୋଲିସ  ବିଭାଗ ତରଫରୁ ପର୍ଯାପ୍ତ ବ୍ୟବସ୍ଥା କରାଯାଇଛି । ତେର ତାରିଖ ପରେ ଅନ୍ୟ ଜିଲ୍ଲାର ଭକ୍ତ କୋବିଡ଼ ନେଗେଟିବ ରିପୋର୍ଟ ସାଙ୍ଗରେ ଆଣି ମହାପ୍ରଭୁଙ୍କ ଦର୍ଶନ କରି ପାରିବେ ବୋଲି ଉପଜିଲ୍ଲାପାଳ କହିଛନ୍ତି ।

0
0
0
s2sdefault