ହେଡଲାଇନସ୍:

ବାଗଡିହିରେ ପୁଣି ଅଟକିବ ସାଉଥ ବିହାର ଏକ୍ସପ୍ରେସ୍ : କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଯୋଗୁଁ ହେଲା ସମ୍ଭବ! 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଓ ବିଜେପି ନେତା ଟଙ୍କଧରଙ୍କ ଉଦୟ,ପାଇଁ ନାଗରିକ କମିଟି ତରଫରୁ ଧନ୍ୟବାଦ

ଝାରସୁଗୁଡ଼ା :(ସୁଭାଷ ସହାରେ) -କୋରୋନା ମହାମାରୀ ସମୟରେ ଲକଡାଉନ ଯୋଗୁଁ ସମସ୍ତ ଟ୍ରେନ ଚଳାଚଳକୁ ବନ୍ଦ କରିଥିଲେ ସରକାର। କୋହଳ ହେବା ପରେ କିଛିଟା ଟ୍ରେନକୁ ଚଳାଇଥିଲେ ରେଳ କର୍ତ୍ତୃପକ୍ଷ। ବାଗଡିହି ରେଳ ଷ୍ଟେସନରେ କୋରୋନା ପୂର୍ବରୁ ଷ୍ଟପେଜ କରୁଥିବା ସାଉଥ୍ ବିହାର ଏକ୍ସପ୍ରେସ୍ କିନ୍ତୁ କୋରୋନା ପରେ ଆଉ ଏଠାରେ ରହିଲା ନାହିଁ। ଏ ନେଇ ନୈରାଶ୍ୟଜନକ ପରିସ୍ଥିତି ସୃଷ୍ଟି ହୋଇଥିଲା ସ୍ଥାନୀୟ ଅଧିବାସୀମାନଙ୍କ ମନରେ। ତେଣୁ ଅଞ୍ଚଳର ଲୋକଙ୍କ ଦ୍ୱାରା ଏକ ରେଳ ରୋକୋ କମିଟି ଗଠନ କରାଯିବାକୁ ଘୋଷଣା କରାଯାଇଥିଲା ଏବଂ ଏହି ଅସୁବିଧା ବିଷୟରେ ବିଜେପି ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀଙ୍କୁ ଲୋକେ ଅବଗତ କରାଇଥିଲେ। ଶ୍ରୀ ତ୍ରିପାଠୀ ଏହା ନେଇ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା କରିବା ପରେ ସେ ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ବାଗଡିହିଠାରେ ଷ୍ଟପେଜ କରିବାକୁ ପଦକ୍ଷେପ ନେଇଥିଲେ। ଲୋକଙ୍କ ପାଇଁ ଖୁସିର ଖବର ଯେ ରେଳ ବିଭାଗ ଏଠାରେ ଆଜିଠାରୁ ପୁଣି ସାଉଥ ଏକ୍ସପ୍ରେସର ଷ୍ଟପେଜ କରିଛନ୍ତି।ଏ ନେଇ ବାଗଡିହି ରେଳ ଷ୍ଟେସନ ମ୍ୟାନେଜର ଏହାର ଏକ ଅନୁମୋଦନ ପତ୍ର ନାଗରିକ କମିଟିକୁ ମଧ୍ୟ ପ୍ରଦାନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଟଙ୍କଧର ତ୍ରିପାଠୀଙ୍କ ଏହି ପଦକ୍ଷେପ ଯୋଗୁଁ ସ୍ଥାନୀୟ ନାଗରିକ କମିଟି ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। 

ସୂଚନାଯୋଗ୍ୟ ଯେ, ଆଜି ଏହି ଅବସରରେ ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ, ନୱାଲ୍ ଅଗ୍ରୱାଲ, ବିଜୟ ଶର୍ମା , ନାଗରିକ କମିଟି ସଦସ୍ୟ ଓ ବାଗଡିହି ନାଗରିକ  ମଞ୍ଚର ସଦସ୍ୟମାନେ ଉପସ୍ଥିତ ଥିଲେ।

0
0
0
s2sdefault