ହେଡଲାଇନସ୍:

ବିଶିଷ୍ଟ କବି ଓ ଲେଖକଙ୍କର ଗହଣରେ ସମଲପୁରୀ କ୍ୟାଲେଣ୍ଡର ଉନ୍ମୋଚିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର:- ପାରମ୍ପରିକ ଭାବେ ହୋଇ ଆସୁଥିବା ସାରସ୍ୱତ ସମାବେଶ ମାନଙ୍କ ଠାରୁ ଭିନ୍ନ ଏକ ବ୍ୟବସ୍ଥା ଏବଂ ପ୍ରାକୃତିକ  ପରିବେଶ ଭରା ଶାନ୍ତ ସ୍ନିଗ୍ଧ ବାତାବରଣ ମଧ୍ୟରେ ପଶ୍ଚିମ ଓଡିଶାର ସମ୍ବଲପୁରୀ ସାହିତ୍ୟ ସାଧକ ମାନଙ୍କର ଏକତ୍ରିକରଣ ବରଗଡ ଜିଲ୍ଲା ପଦ୍ମପୁର ସହର ନିକଟସ୍ଥ ନିଳକଣ୍ଠେଶ୍ୱରପୁର ଶୈବପୀଠ ପ୍ରାଙ୍ଗଣରେ ମହାସମାରୋହରେ ପାଳିତ ହୋଇଯାଇଛି l ବିଶ୍ୱ ମହାମାରୀ କରୋନାର ଅନ୍ତକାଳରେ ଆୟୋଜିତ କବି, କବିୟତ୍ରୀ,କଳାକାର ଓ ସଂଗଠକ ମାନଙ୍କ ସମାବେଶରେ ସମ୍ବଲପୁର, ବରଗଡ, ବଲାଙ୍ଗୀର, ସୁବର୍ଣ୍ଣପୁର, କଳାହାଣ୍ଡି, ନୂଆପଡା ପ୍ରମୁଖ ଜିଲ୍ଲାରୁ ଶତାଧିକ ସାରସ୍ୱତ ସାଧକ ସାମିଲ ହୋଇ ଆମ ପଶ୍ଚିମ ଓଡିଶା ର ଭାଷା,ସାହିତ୍ୟ,କଳା ଓ ପରମ୍ପରା ର ମହାନତା ଏବଂ ସମୃଦ୍ଧି ବିଷୟ ରେ ଆଲୋଚନା କରିଥିଲେ lଆମ ଭାଷା ର ନାମକରଣ ର ଭିନ୍ନତାକୁ ସମସ୍ତେ ସ୍ୱlଦରେ ଗ୍ରହଣକରି ପରଷ୍ପର ପ୍ରତି ଗ୍ରହଣଶୀଳତା କୁ ଅଗ୍ରାଧିକାର ଦେବାପାଇଁ ସମାବେଶ ରେ ମତ ପ୍ରକାଶ ପାଇଥିଲା | ଯଦ୍ୱlରା ଆମ ମାତୃଭାଷା ର ସାମ୍ବାଧାନିକ ସ୍ୱୀକୃତି ପ୍ରାପ୍ତି ନିମନ୍ତେ ପଦକ୍ଷେପ ଗ୍ରହଣ କରିବା ସରକାର ଙ୍କ ମତରେ ଅବଶ୍ୟମ୍ଭାବୀ ହୋଇପଡିବ l ବୁଡେନ ଥାନା ଅଧିକାରୀ ଶ୍ରୀଯୁକ୍ତ ବୀରବର ଭଗତ ଙ୍କ ଦ୍ୱାରା ଉଦଘାଟିତ ଉକ୍ତ ସମାବେଶ ର ପ୍ରଥମ ଅଧିବେଶନ ରେ ମନୋହର ସାଂସ୍କୃତିକ ସଂସଦ ଭେଡେନ ର ସଭାପତି ତଥା ବରଗଡ ଜିଲ୍ଲା ସମ୍ବଲପୁରୀ ସାହିତ୍ୟ ପରିଷଦ ର ସାଧାରଣ ସମ୍ପାଦକ ଶ୍ରୀ ଉତ୍ପନ୍ନ କୁମାର ଭୋଇ ସଭାପତିତ୍ୱ କରିଥିଲେ lମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ହଳଧର ନାଗ,ସମ୍ମାନିତ ଅତିଥିଭାବେ ଜମରତଲା ପଂଚାୟତ ର ପୂର୍ବତନ ସରପଂଚ ଶ୍ରୀ ମହେଶ୍ୱର ପୁରୀ,କବି କୃଷ୍ଣଚନ୍ଦ୍ର ଭୋଇ ଯୋଗ ଦେଇଥିବାବେଳେ ଦ୍ୱିତୀୟ ଅଧିବେଶନ ରେ କବି ସମ୍ମିଳନୀ  ଅବସରରେ ଅଧ୍ୟାପକ ଧୃବ ଚରଣ ପ୍ରଧାନ ଓ ନାରାୟଣ ଭୋଇ ଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇ ଏଥିରେ ଅତିଥି ଭାବେ ପ୍ରଫେସର କେଶ ରଂଜନ ପ୍ରଧାନ,ଓୈପନ୍ୟାସିକ ଧନପତି ମହାପାତ୍ର,ବିଶିଷ୍ଟ ନାଟ୍ୟକାର ଅଶୋକ ବହିଦାର,ସଂଗଠକ ଦିଲ୍ଲିପ କୁମାର ଦେବତା,ଅଶୋକ ପୂଜାହାରୀ,କବି ହରିଲାଲ ସାହୁ,କବି ବିନୟ ଡନସନା,କବି ଦିଲ୍ଲିପ ମିଶ୍ର ଯୋଗଦାନ କରିଥିଲେ ଲ କବି- ରାମ ପ୍ରସାଦ ବାଗ୍,ତରଣୀ ପ୍ରଧାନ,ଗୋପାଳ ଭେସ୍ରା,ଅହଲ୍ୟା ପ୍ରଧାନ,ସରୋଜ ଆଚାର୍ଯ୍ୟ,ସୁଦ୍ରୁମା ପଣ୍ଡା,ପୋତାଶ୍ରିୟା ବଢେଇ,ଜୟଶ୍ରୀ ମେହେର,ଚନ୍ଦନ ସାହୁ,ଆକାଶ ସାହୁ,ଆଶିଷ ସାହୁ,ଭରତ ନାଏକ ପ୍ରମୁଖ ସ୍ୱରଚିତ କବିତା ଆବୃତି କରିଥିଲେ lଉଭୟ ଅଧିବେଶନ ରେ କଣ୍ଠଶିଳ୍ପୀ ଶରତ ଚନ୍ଦ୍ର ପାଢୀ ଏବଂ ଅଜିତ ପାଣିଗ୍ରାହୀ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ | ଉକ୍ତ ସମାବେଶ ରେ ମନୋହର ସାଂସ୍କୃତିକ ସଂସଦ ଦ୍ୱାରା ପ୍ରକାଶିତ ସମଲପୁରୀ କେଲେଣ୍ଡର, ଶ୍ରୀ ସୈାକିଲାଲ ସାହୁ ଙ୍କ ଦ୍ୱାରା ଲିଖିତ ନୀଳକଣ୍ଠେଶ୍ୱର ପୀଠ ମାହାତ୍ମ୍ୟ,କୃଷ୍ଣ ଚନ୍ଦ୍ର ଭୋଇ ଙ୍କ ଲିଖିତ ଧାଙ୍ଗରୀ ସେଲା ଆଦି ଅନେକ ପୁସ୍ତକ ପଦ୍ମଶ୍ରୀ ହଳଧର ନାଗ ସ୍ୱହସ୍ତ ରେ ଉନ୍ମୋଚିତ କରିଥିଲେ l କବି କୁଟୁମ ର ଭାବର ଭେଟ ନାମରେ ଆୟୋଜିତ ସମାବେଶ କୁ ସଂଗଠକ ସର୍ଵଶ୍ରୀ ବିନୋଦ ବୈକାର,ନମୀତା ଦୀପ ଯାଦବ,ସୁରେନ୍ଦ୍ର ମେହେର,ରୋଜ ପ୍ରଧାନ,ସୁସିଲ ବୁଧିଆ,ପୈାଲସ୍ତି ସାହା ଏବଂ ଅନ୍ୟ ସହଯୋଗୀ ମାନେ ସଫଳତାର ସହ ଆୟୋଜିତ କରିପାରିଥିଲେ | ପରିଶେଷରେ କବି ଯୁବରାଜ କୁଦେଇ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ ପରେ ସମାବେଶ କାର୍ଯ୍ୟକ୍ରମ ର ସମାପ୍ତି ଘଟିଥିଲା |

0
0
0
s2sdefault