ହେଡଲାଇନସ୍:

ସମାଜସେବୀ ଶିବ ରାମ ସାହୁଙ୍କୁ ମିଳିଲା ଭାରତ ଗୌରବ ସମ୍ମାନ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ବିଶ୍ୱ ମାନବାଧିକାର ସୁରକ୍ଷା ସଂଗଠନ ଓଡିଶା ଶାଖା ପକ୍ଷରୁ ଅନୁଷ୍ଠିତ ଆନ୍ତର୍ଜାତିକ ମାନବାଧିକାର ଦିବସ ଅବସରରେ ସମ୍ବଲପୁର ଜିଲ୍ଲା ରେଢାଖୋଲକୁ  ଭାରତ ଗୌରବ ସମ୍ମାନ ମିଳିଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ସ୍ଥିତ ଆଇଏମଏ ସମ୍ବିଳନୀ କକ୍ଷରେ ଆୟୋଜିତ ସମାରୋହରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ପୂର୍ବତନ ଉପଦେଷ୍ଟା  କମନୱେଲଥ ଓ ଭାରତ ଇଲେକସନ କମିଶନର ଡାକ୍ତର ଭଗବାନ ପ୍ରକାଶ ମୁଖ୍ୟ ଅତିଥି, ପୂର୍ବତନ ନିର୍ଦ୍ଦେଶକ  ଏମସ ଏବଂ ବର୍ତ୍ତମାନର ଉପ  କୁଳପତି ଏସଓଏ  ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡାକ୍ତର ଅଶୋକ ମହାପାତ୍ର ,ମାନବାଧିକାର ସୁରକ୍ଷା ସଂଗଠନ ଓଡିଶା ଶାଖାର ସଭାପତି ଡାକ୍ତର ଅଭିନ୍ନ ହୋତା ସଂମ୍ମାନୀତ ଅତିଥି ଭାବରେ ଯୋଗ ଦେଇ ସମ୍ବଲପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ସମାଜ ସେବା ,ଓ  ପ୍ରାକୃତିକ ପରିବେଶରେ ବୃକ୍ଷ ରୋପଣ କାର୍ଯ୍ୟରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରେଢାଖୋଲର ସମାଜସେବୀ ଶିବରାମ ସାହୁଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସଂମ୍ମାନୀତ କରି ଥିଲେ। ଏନେଇ ସମ୍ବଲପୁର ଜିଲ୍ଲା ଅଞ୍ଚଳ ରେ ଖୁସିର ଲହରୀ ଖେଳିବା ସହ ସୁଭେତ୍ସାର ସୁଅ ଛୁଟୁଛି।

0
0
0
s2sdefault