କରୋନା ଆକ୍ରାନ୍ତ ଶିଶୁକୁ ଏକ୍ସପାରୀ ଔଷଧ ଦେଇଥିବା ଅଭିଯୋଗ ।
ସମ୍ପୃକ୍ତ ଥିବା କର୍ମଚାରୀ ଉପରେ କଡା କାର୍ଯାନୁଷ୍ଠାନ ଗ୍ରହଣ କରାଯିବ : ଉପଜିଲ୍ଲାପାଳ
ପଦ୍ମପୁର (ଶାସକ ପ୍ରଶାସକ): ଗରିବ ଅସହାୟ ଲୋକ ସରକାରୀ ଡାକ୍ତରଖାନାରେ ବିନାମୂଲ୍ୟରେ ଚିକିତ୍ସିତ ହେବା ପାଇଁ ବିଭିନ୍ନ ଯୋଜନା ମାନ କରିଛନ୍ତି । ନିରାମୟ ଯୋଜନାରେ ଲୋକେ ଚିକିତ୍ସିତ ହେଲେ ପରେ ବିନାମୂଲ୍ୟରେ ଔଷଧ ପାଇପାରିବେ । ଔଷଧ ଖାଇବା ଦ୍ୱାରା ଲୋକଙ୍କ ରୋଗ ଭଲ ହୋଇଥାଏ ହେଲେ ନିରାମୟ କେନ୍ଦ୍ରରୁ ଔଷଧ ନେଇ ଖାଇବା ପରେ ଦେହ ଖରାପ ହେବା ଭଲି ଅଭାବନୀୟ ଘଟଣା ଦେଖିବାକୁ ମିଲିଛି ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ । ନିରାମୟ କେନ୍ଦ୍ର ଦାୟିତ୍ୱରେ ଥିବା କର୍ମଚାରୀ ଯଦି ଦାୟିତ୍ୱହୀନ ହେବେ ତେବେ ନିରାମୟ ପ୍ରତି ଥିବା ଲୋକଙ୍କ ଆସ୍ଥା ଓ ବିଶ୍ୱାସ କେମିତି ରହିବ !!
ସରକାରୀ ଡାକ୍ତର ଖାନାରେ ଲୋକେ ବିନା ମୂଲ୍ୟରେ ଔଷଧ ପାଇ ପାରିବେ ଏବଂ ତାଙ୍କର ରୋଗ ଦୂର କରିବେ ବୋଲି ସରକାର ନିରାମୟ ଯୋଜନା ମାଧ୍ୟମରେ ସମସ୍ତ ସରକାରୀ ଡାକ୍ତରଖାନାରେ ନିରାମୟ କେନ୍ଦ୍ର ଖୋଲିଛନ୍ତି । ହେଲେ ନିରାମୟ କେନ୍ଦ୍ର ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଭୁଲ ଯୋଗୁଁ ସାଧାରଣ ଲୋକ ଅସୁବିଧା ଭୋଗୁଛନ୍ତି । ସୂଚନା ଅନୁସାରେ ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକ କନ୍ଦାଗାଡ ପଂଚାୟତ ଅନ୍ତର୍ଗତ କମଳାପଦର ଗାଁର ଗୋଟିଏ ପରିବାରର ଲୋକେ କରୋନା ଲକ୍ଷଣ ଅନୁଭବ ହେବାରୁ ସେମାନେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟର ଡିସେମ୍ବର ୦୯ ତାରିଖ ଦିନ କୋଭିଡ ପରୀକ୍ଷା କେନ୍ଦ୍ରରେ ପରିକ୍ଷା କରାଇଲେ । ସେହି ପରିବାରର ସ୍ୱାମୀ,ସ୍ତ୍ରୀ ଓ ତାଙ୍କ ଦୁଇ ମଙ୍କସର ଶିଶୁ କରୋନା ପୋଜିଟିଭ ଚିହ୍ନଟ ହେଲେ । ତାଙ୍କୁ ସେଠାରେ ଥିବା ଡାକ୍ତର ଔଷଧ ଖାଇବାକୁ ପରାମର୍ଶ ଦେଲେ ଏବଂ ଲେଖିଦେଲେ । ସେ ପରିବାର ପଦ୍ମପୁର ସରକାରୀ ଡାକ୍ତରଖାନା ମଧ୍ୟରେ ଥିବା ନିରାମୟ କେନ୍ଦ୍ରରୁ ଔଷଧ ନେଲେ ଏବଂ ଖାଇଥିଲେ । ଦୁଇ ମଙ୍କସର ଶିଶୁ କୁ ଦିଆଯାଇଥିବା ଦୁଇଗୋଟି ଔଷଧ ମଧ୍ୟରୁ ଗୋଟିଏ ଔଷଧ ଏକ୍ସପାରୀ ହୋଇଯାଇଥିବା ଅଭିଯୋଗ କରିଛନ୍ତି । ଯାହାର ବୈଧତା ଅକ୍ଟୋବର ମାସ ୨୦୨୦ ମସିହାରେ ସମାପ୍ତ ହୋଇଥିଲା । ଏହି ଔଷଧ ଶିଶୁଟି ଖାଇବା ଦ୍ୱାରା ଶିଶୁଟିର ଦେହ ଆହୁରୀ ଖରାପ ହୋଇଥିଲା ଏବଂ ଝାଡା ହୋଇଥିଲା ।
ଏହି ଏକ୍ସପାରୀ ଔଷଧ ଖାଇବା ଦ୍ୱାରା ଶିଶୁଟିର ଦେହ ଆହୁରୀ ଖରାପ ହେବା ହୋଇଥିଲା । ଯେହେତୁ ସେମାନେ କରୋନା ପୋଜିଟିଭ ଚିହ୍ନଟ ହୋଇଥିଲେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ପାଇଁ ସେଟାକାର ଡାକ୍ତର ଖାନା କର୍ମଚାରୀ ମାନେ ଯାଇଥିଲେ ପରେ ଔଷଧ ଏକ୍ସପାରୀ ହୋଇଥିବା ଜଣି ଉକ୍ତ କରିବାର ଠାରୁ ସେହି ଏକ୍ସପାରୀ ଔଷଧ ନେଇଯାଇଥିଲେ ଏବଂ ସାନ୍ତ୍ୱନା ଦେବାପରି ଏକ୍ସପାରୀ ସରିଲା ପରେ ମଧ୍ୟ ଛଅ ମାସ କାମ କରିଥାଏ ବୋଲି କହିଥିଲେ । ନିରାମୟ କେନ୍ଦ୍ର ଦାୟିତ୍ୱରେ ଥିବା ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଗୋଟିଏ ଶିଶୁର ଜୀବନ ଚାଲି ଯାଇଥାନ୍ତା । ଏ ବିଷୟରେ ଆମେ ପଦ୍ମପୁର ଏସଡିଏମଓଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ ହେଲେ ଯୋଗାଯୋଗ ହୋଇପାରିନଥିଲା । ଏ ବିଷୟରେ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କୁ ପଚରାଯିବାରୁ ସେ ଏ ବିଷୟରେ ପଦ୍ମପୁର ଏସଡିଏମଓଙ୍କୁ ତଦନ୍ତ ପାଇଁ ନିର୍ଦେଶ ଦେବେ ଓ ଏଥିରେ ସମ୍ପୃକ୍ତ ଥିବା କର୍ମଚାରୀ ଉପରେ କଡା କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।
ଏପରି କିଛି କର୍ମଚାରୀଙ୍କ ଖାମଖିଆଲି କାମ ଯୋଗୁଁ ସାଧାରଣ ଜନତାଙ୍କ ଜୀବନ ପ୍ରତି ବିପଦ ଆସୁଛି ଏବଂ ସରକାରଙ୍କ ଲୋକ ଉପଯୋଗୀ ନିରାମୟ ଯାଜନା ଉପରେ ଲୋକଙ୍କ ଭରସା ତୁଟୁଛି ।