ହେଡଲାଇନସ୍:

ରାଜ୍ୟସ୍ତରୀୟ ସିନିୟର ଟି-୨୦ କ୍ରିକେଟ ପ୍ରତିଯୋଗିତା ନିମନ୍ତେ ମୟୂରଭଞ୍ଜ କ୍ରିକେଟ ଟିମର କଟକ ଗସ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶା ଏଥେଲେଟିକ ଆସୋସିଏସନ ଆନୁକୂଲ୍ୟରେ କଟକଠାରେ ଅନୁଷ୍ଠିତ  ହେବାକୁ ଥିବା ସିନିୟର ଟି-୨୦ କ୍ରିକେଟ ପ୍ରତିଯୋଗିତା ପାଇଁ ୧୫ ଜଣିଆ ମୟୂରଭଞ୍ଜ ଟିମ କଟକ  ଯାଇଛନ୍ତି । ଏମାନଙ୍କ ମଧ୍ୟରେ ଲକ୍ଷ୍ମୀଧର ସିଂ(ଅଧିନାୟକ), ଅଭିଜିତ୍ ପ୍ରସାଦ ଘଣା, ଅଭିଷେକ୍ ଖଣ୍ଡେଲୱାଲ, ଅଭିଜିତ୍ ମିଶ୍ର, ଚିନ୍ମୟ ପଣ୍ଡିତ, ଦୀପକ କୁମାର ମୁଣ୍ଡା, ଦିବ୍ୟରଞ୍ଜନ ଦାସ, ମୋହିତ ଜୈନ, ସଞ୍ଜୟ ସିଂ, ସତ୍ୟରଞ୍ଜନ ନାୟକ, ସୌମ୍ୟରଞ୍ଜନ ମହାନ୍ତ, ଶୁବିତ୍ ଶ୍ରୀତମ୍ ସେଠୀ, ସ୍ୱଭିମ୍ କୁମାର ଦାସ, ଅଭିଜ୍ଞାନ ମହାନ୍ତି, କେ ଇନ୍ଦ୍ରଜିତ୍ ପ୍ରସାଦ(ମ୍ୟାନେଜର) ଏବଂ  ଅମିତ୍ ବିଶ୍ୱାସ(କୋଚ) ରହିଛନ୍ତି । ଗତ ଫେବୃଆରୀ ମାସରେ ଅନୁଷ୍ଠିତ  ହୋଇଥିବା ଭିଜନ ୨୦-୨୪ ଆନ୍ତଃ ଜିଲ୍ଲା କ୍ରିକେଟ ମ୍ୟାଚର ପ୍ରଦର୍ଶନରୁ ଏହି ସମସ୍ତ ଖେଳାଳୀମାନଙ୍କୁ ଚୟନ କରାଯାଇଥିଲା । ଡ଼ିସେମ୍ବର ୧୪ରେ ମୟୂରଭଞ୍ଜ ଟିମ ତାର ପ୍ରଥମ ମ୍ୟାଚରେ ଗଜପତି ଜିଲ୍ଲାକୁ ଭେଟିବ । ସେହିପରି ଲିଗ୍ ପର୍ଯ୍ୟାୟରେ ଅନୁଷ୍ଠିତ  ହେବାକୁ ଥିବା ଅନ୍ୟ ମ୍ୟାଚରେ ରାଉରକେଲା, ଭଦ୍ରଖ, ଯାଜପୁର ଓ ବାଲେଶ୍ୱର ଜିଲ୍ଲାକୁ ଭେଟିବ । ଲିଗ୍ ପର୍ଯ୍ୟାୟରୁ ଚମ୍ପିଆନ ଦଳ ସୁପର ଲିଗ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହେବ ବୋଲି ମୟୂରଭଞ୍ଜ ଆଥେଲେଟିକ୍ ଆସୋସିଏସନ ସାଧାରଣ ସମ୍ପାଦକ କିଶୋର କୁମାର ବିଶ୍ୱାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ମୟୂରଭଞ୍ଜ ଦଳର ଆଜି କଟକ ଯାତ୍ରା ସମୟରେ ଆସୋସିଏସନର ସମସ୍ତ ସଦସ୍ୟ,ବରିଷ୍ଠ  ଖେଳାଳୀ ଓ କ୍ରୀଡ଼ା ପ୍ରେମୀ ଉପସ୍ଥିତ ରହି ଖେଳାଳୀମାନଙ୍କର ସଫଳତା କାମନା କରିବା ସହ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସୂଚନା ଯୋଗ୍ୟ ଯେ, ରାଜ୍ୟସ୍ତରୀୟ ସିନିୟର ଟି-୨୦ ପ୍ରତିଯୋଗିତାରୁ  ଖେଳାଳୀମାନଙ୍କର ଦକ୍ଷତା ଭିତ୍ତିରେ ଆନ୍ତରାଜ୍ୟ ଟି-୨୦ ପ୍ରତିଯୋଗିତା ନିମନ୍ତେ ଖେଳାଳୀ ଚୟନ କରାଯିବ । 

 

0
0
0
s2sdefault