ଝାରସୁଗୁଡ଼ା (ସୁଭାଷ ସହାରେ) :ଆସନ୍ତା ରବିବାର ତା:୧୩/୧୨/୨୦୨୦ ପୂର୍ବାହ୍ନ ୧୧ଟାରେ ଜମେରା ଇବ ନଦୀ ବାଲିଘାଟଠାରେ ସମ୍ମିଳିତ ଆଦିବାସୀ ସମାଜର ବାର୍ଷିକ ବୈଠକ ଅନୁଷ୍ଠିତ ହେବାପାଇଁ ସ୍ଥିର କରାଯାଇଛି। ଏହି ଅବସରରେ ଆଦିବାସୀ ସମାଜର ବିଭିନ୍ନ ସମସ୍ୟା ,ସାମ୍ବିଧାନିକ ହକ ନିମନ୍ତେ ଆଗାମୀ ଦିନରେ ସମାଜର ଭୂମିକା ଓ ରଣନୀତି ଉପରେ ଆଲୋଚନା କରିବାର ସମ୍ଭାବନା ରହିଛି।
ଏହି ଅବସରରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରୁ ପ୍ରତିନିଧିମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ପ୍ରତ୍ୟେକ ଅଞ୍ଚଳରେ ଆଦିବାସୀମାନେ ସମ୍ମୁଖୀନ ହେଉଥିବା ସମସ୍ତ ସମସ୍ୟା ଉପରେ ଆଲୋଚନା ହେବା ସହ ମିଳିତ ଭାବରେ ଆଦିବାସୀମାନଙ୍କ ଶିକ୍ଷା, ସ୍ବାସ୍ଥ୍ୟ, ତଥା ସାମାଜିକ ଓ ଆର୍ଥିକ ଉନ୍ନତି,ଜଙ୍ଗଲ ଅଧିନିୟମ ଆଇନ,ଚଞ୍ଚକତା କରିଆଦିବାସୀ ଜମିକୁ ଅଣ ଆଦିବାସୀଙ୍କ ହାତକୁ ହସ୍ତାନ୍ତର,ଲଇକେରା ଓ କିରମିରା ବ୍ଲକକୁ ଟିଏସପି ମାନ୍ୟତା ପ୍ରଦାନ, ଆଦିବାସୀ ନେତା କରୁଣାକର ନାଏକ, ତାଙ୍କ ଭ୍ରାତା ଖଗ ନାଏକ ଓ ଭ୍ରାତୃଷ୍ପୁତ୍ର କହ୍ନେଇ ନାଏକଙ୍କ ସମ୍ମାନରେ 'ଆତ୍ମୋର୍ସଗ ଦିବସ' ଭାବରେ ପାଳନ,ଗୋଣ୍ଡୱାନା ଛକର ଉନ୍ନତିକରଣ, ମାଡା ଗ୍ରାମରୁ ଆରମ୍ଭ କରି ଟିଏସପି ବ୍ଲକ ପର୍ଯ୍ୟନ୍ତ ପେସା ଆଇନ ଲାଗୁ କରିବା,ଇଡକୋ ଦ୍ବାରା ସରକାରୀ ଜମି ବିକ୍ରି କରିବା ପ୍ରସଙ୍ଗ ମୂଖ୍ୟତଃ ଆଲୋଚିତ ହେବାର ସମ୍ଭାବନା ରହିଛି। ସଙ୍ଗଠନର ସଭାପତି ବୁନ୍ଦେ ଧରୁଆ ଏହି ସଭାରେ ଯୋଗଦାନ କରିବାକୁ ସମସ୍ତ ଆଦିବାସୀ ସମାଜ, ଶୁଭେଚ୍ଛୁ, ସହଯୋଗୀ ଓ ସମଚିନ୍ତାଧାରାର ସଙ୍ଗଠନମାନଙ୍କୁ ଅନୁରୋଧ ଜଣାଇଛନ୍ତି।