ହେଡଲାଇନସ୍:

ନିଷ୍ଠା ପରିବାର ତରଫରୁ କରୋନା ସଂକ୍ରମିତ ମୃତକଙ୍କ ଶବଦାହ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବରଗଡ :- ବର୍ଗରଡ ଜିଲ୍ଲାର ପରିଚିତ ସ୍ବେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାର ନିଜର ଅନବରତ ସମାଜ ସେବା ପାଇଁ ଆଜି ବରଗଡ଼ ଜିଲ୍ଲାର ସବୁଠାରେ ପ୍ରଶଂସାର ପାତ୍ର ହୋଇ ପାରିଛି । ମୁଖ୍ୟତଃ କୋରୋନା କାଳରେ ଲକଡାଉନ ଆରମ୍ଭ ହେବା ପରଠାରୁ ନିଷ୍ଠାର ସ୍ବେଚ୍ଛାସେବୀ ବନ୍ଧୁ ମାନେ ଦିନରାତି ସବୁ ସମୟରେ ଲୋକଙ୍କ ସେବା କାର୍ଯ୍ୟ ରେ ନିୟୋଜିତ ଅଛନ୍ତି । ଲୋକଙ୍କୁ ରନ୍ଧା ଖାଦ୍ୟ ଠାରୁ ଆରମ୍ଭ କରି ରକ୍ତ ଦାନ , ନିସହାୟ ବ୍ୟକ୍ତି ମାନଙ୍କୁ ଉଦ୍ଧାର ସହିତ ସେମାନଙ୍କର ଚିକିତ୍ସା ଏମିତି ଅନେକ କାର୍ଯ୍ୟ କୁ ନିଷ୍ଠା ର ସହିତ ସମ୍ପାଦନ କରି ଆଜି ଚର୍ଚ୍ଚା ରେ ନିଷ୍ଠା ପରିବାର ଓ ଏହି ପରିବାର ର ସଭ୍ୟ ବନ୍ଧୁ ମାନେ । ମୁଖ୍ୟତଃ କୋରୋନା ସଂକ୍ରମିତ ରୋଗୀଙ୍କର ମୃତ୍ୟୁ ହେଲେ ଶବକୁ ପରିବାର ଲୋକ ମଧ୍ୟ ସଂସ୍କାର କରିବା ପାଇଁ ପଛଘୁଞ୍ଚା ଦେଉଥିବା ବେଳେ , ମାନବ ସେବାକୁ ମାଧବ ସେବା ବୋଲି ଭାବୁଥିବା ନିଷ୍ଠା ପରିବାର ର ସଭ୍ୟ ମାନେ ଖବର ପାଇବା ମାତ୍ରେ ପହଂଛି ନିଜେ ସବସତ୍କାର କରୁଥିବାର ଅନେକ ଘଟଣା ପୂର୍ବରୁ ଲୋକ ଲୋଚନକୁ ଆସି ସରିଛି । ଏହିଭଳି ଏକ ଘଟଣା ଆଜି ଘଟିଛି । ବରଗଡ ର ଜଣେ ୮୨ ବର୍ଷିୟ ବୃଦ୍ଧ ଙ୍କ କରୋନା ରେ ମୃତ୍ୟୁବରଣ ହେଲା । ତାଙ୍କ ନିଜର କେହି ନାହାନ୍ତି ବୋଲି ଜିଲ୍ଲାପ୍ରଶାସନ ଠୁ ଖବର ପାଇଥିଲେ ନିଷ୍ଠାର ସଭ୍ୟ ମାନେ । ସଂଗେ ସଂଗେ ଟିମ ନିଷ୍ଠା ପହଞ୍ଚି କାଠ ଯୋଗାଡ କରିବା ସହ ଶବ ସତ୍କାର କରିଥିଲେ । ମୃତକ ଙ୍କର  ଜଣେ ଦୂର ସଂପର୍କୀୟ ମୁଖାଗ୍ନୀ ଦେଇଥିଲେ ।ଏହି ମହତ କାର୍ଯ୍ଯ ରେ ନିଷ୍ଠା ପରିବାର ର ଉପଦେଷ୍ଟା ବିଦ୍ୟାଧର ଭୋଇ, କୋଷାଧକ୍ଷ ଶ୍ୟାମ ସୁନ୍ଦର ସାହୁ,ସହ ସଂପାଦକ ଜୟନ୍ତ ପ୍ରଧାନ, ସଂଯୋଜକ ମାନସ ମେହେର ଏବଂ ସଦସ୍ଯ ଦୟାନିଧି ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ବୋଲି ନିଷ୍ଠା ପରିବାର ର ସାଧାରଣ ସମ୍ପାଦକ ଶ୍ରୀ ଅଶ୍ୱିନୀ ଟିପାଠୀ ଜଣାଇଛନ୍ତି । 

ଏଠାରେ ସୂଚନାଯୋଗ୍ୟ ଯେ ଜିଲ୍ଲାରେ ଉତ୍ତମ ସେବା ପ୍ରଦାନ କରିବା ସହ ପ୍ରତିଟି ମୁହୂର୍ତ୍ତରେ ଅସହାୟଙ୍କ ସେବାରେ ଉତ୍ସାର୍ଗୀକୃତ  ନିଷ୍ଠା ପରିବାର ସଭ୍ୟ ମାନେ ପ୍ରତ୍ୟେକ ମୁହୂର୍ତ୍ତରେ ମାନବ ସେବାକୁ ଅଗ୍ରାଧିକାର ଦେଇ ଆସୁଛନ୍ତି ।

0
0
0
s2sdefault