ହେଡଲାଇନସ୍:

ଜନ୍ମଦିନ ପାଳନ ବେଳେ ପିଲାଟି ଗିଳି ଦେଇଥିଲା ସେଫଟିପିନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

୧୨ ମାସ ଶିଶୁର ଖାଦ୍ୟନଳୀରୁ ସେଫ୍ଟିପିନ୍ ବାହାର କଲେ ସମ୍ ଅଲ୍ଟିମେଟର  ସର୍ଜନ

ଭୁବନେଶ୍ୱର(ଶାସକ ପ୍ରଶାସକ) : ଏକ ବର୍ଷ ଶିଶୁର ଖାଦ୍ୟନଳୀରୁ ଗୋଟିଏ ଖୋଲା ସେଫ୍ଟିପିନ୍ ବାହାର କରି ପିଲାଟିର ଜୀବନ ବଂଚାଇବାରେ ସଫଳ ହୋଇଛନ୍ତି ସମ୍ ଅଲ୍ଟିମେଟ୍ ମେଡିକେୟାରର ଡାକ୍ତର ।

ଏକ ବର୍ଷର ଶିଶୁର ଅୟାଂଶ କୁମାର ରାଉତର ପରିବାରବର୍ଗ ତା’ର ପ୍ରଥମ ଜନ୍ମଦିନ ପାଳନ କରିବାରେ ବ୍ୟସ୍ତ ରହିଥିବା ବେଳେ ଶିଶୁଟି ଗୋଟିଏ ଖୋଲା ସେଫ୍ଟିପିନ୍ ଗିଳି ଦେଇଥିଲା । ଏ ବିଷୟରେ ଅବଗତ ନ ଥିବା ତା’ର ପରିବାର ଲୋକେ ତାକୁ ଜୋର ଜବରଦସ୍ତ ଖାଦ୍ୟ ମଧ୍ୟ ଖୁଆଇଥିଲେ । ତେବେ ଯେତେବେଳେ ପିଲାଟିର କାଶ ଆରମ୍ଭ ହେଲା ଓ ସେ କାନ୍ଦିବାରେ ଲାଗିଲା ସେତେବେଳେ ବ୍ୟସ୍ତ ହୋଇ ତା’ ଅଭିଭାବକ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ । ଏକ୍ସରେ କରିବା ପରେ ତା’ର ଖାଦ୍ୟନଳୀରେ ଖୋଲା ସେଫ୍ଟିପିନ୍ଟି ଅଟକିଥିବାର ଜଣାପଡ଼ିଥିଲା । ଏହା ପରେ ତୁରନ୍ତ ତାକୁ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଭର୍ତି କରାଯାଇଥିଲା ।

ସମ୍ ଅଲ୍ଟିମେଟ୍ ମେଡିକେୟାରର ଇଏନ୍ଟି ଆଣ୍ଡ ସ୍କଲବେସ୍ ସର୍ଜରୀ ମୁଖ୍ୟ ଡଃ ରାଧାମାଧବ ସାହୁ ତରୁନ୍ତ ଶିଶୁଟିର ପରୀକ୍ଷା କରିବା ସହ କାଳବିଳମ୍ବ ନ କରି ସେଫ୍ଟିପିନ୍ଟିକୁ କାଢ଼ିବା ନିମନ୍ତେ ପ୍ରକି୍ରୟା ଆରମ୍ଭ କରିଦେଇଥିଲେ । କୌଣସି ପ୍ରକାର ଦାଗ ସୃଷ୍ଟି ନ କରି ମିନିମାଲ୍ ଇନ୍ଭୋସିଭ୍ ସର୍ଜରୀ ପ୍ରକ୍ରିୟାରେ ସେଫ୍ଟିପିନ୍ଟିକୁ କାଢ଼ିବାରେ ସଫଳ ହୋଇଥିଲେ ।

ଏହି ପ୍ରକ୍ରିୟାକୁ ସୁଚାରୁରୂପେ ସଂପାଦନ କରିବା ନେଇ ସମ୍ମମ୍  ଆନେସ୍ଥେସିଆ ବିଭାଗର ସିନିୟର୍ କନ୍ସଲଟାଣ୍ଟ ଡଃ ଦୀପଙ୍କର ପଢ଼ିହାରୀଙ୍କର ମଧ୍ୟ ଏକ ବଡ ଭୂମିକା ରହିଥିଲା । ଦୁଇ ଦିନ ଅବ୍ଜରଭେସନରେ  ରଖିବା ପରେ ଶିଶୁଟିକୁ ହସ୍ପିଟାଲରୁ  ଡିସ୍ଚାର୍ଜ କରାଯାଇଥିଲା । ପିଲାମାନଙ୍କଠାରୁ ଏଭଳି ଜିନିଷକୁ କିଭଳି ଦୂରେଇ ରଖିବେ ସେ ନେଇ ବାପା ମା’ଙ୍କୁ ହସ୍ପିଟାଲ୍ ପକ୍ଷରୁ ବୁଝାଇ ଦିଆଯାଇଥିଲା ।

ଗୋଟିଏ ଖୋଲା ସେଫ୍ଟିପିନ୍ ଖାଦ୍ୟନଳୀ କିମ୍ବା ପାକସ୍ଥଳୀକୁ ଚାଲିଯାଇଥିଲେ ଅପରେସନ୍ ଜରିଆରେ ଏହାକୁ ବାହାର କରିବା ଏକ ବଡ ଚ୍ୟାଲେଞ୍ଜ ଏବଂ ଶିଶୁମାନଙ୍କ କ୍ଷେତ୍ରରେ ଏହା ବେଶ ବିପଦଜନକ ବୋଲି ଡଃ ସାହୁ କହିଛନ୍ତି ।

ଏହି ଘଟଣାରେ ସେଫ୍ଟିପିନ୍ ମୁନିଆ ଭାଗଟି ହାଇପୋଫାରିନକ୍ସକୁ ଫୁଟାଇ କମନ୍ କ୍ୟାରୋଟିଡ୍ ଆର୍ଟେରୀକୁ ସ୍ପର୍ଶ କରୁଥିଲା । ଏହି ପ୍ରକି୍ରୟାରେ ସାମାନ୍ୟ ତ୍ରୁଟି ହୋଇଥିଲେ ଅତ୍ୟଧିକ ରକ୍ତସ୍ରାବ ହେବାର ସମ୍ଭାବନା ରହିଥିଲା । ଡଃ ସାହୁ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ବିଗତ ଦିନରେ ଏଭଳି ଅନେକ ଜଟିଳ ପ୍ରକ୍ରିୟାରେ ଶିଶୁମାନଙ୍କ ଜୀବନ ବଂଚାଇବାରେ ସଫଳ ହୋଇଛନ୍ତି ।

0
0
0
s2sdefault