ହେଡଲାଇନସ୍:

ୱେସ୍କୋ ଘରୋଇକରଣ କୁ ବିରୋଧ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ-  ୱେସ୍କୋର ଘରୋଇକରଣକୁ ବିରୋଧ କଲେ ପଶ୍ଚିମ ଓଡିଶା ଶ୍ରମିକ କର୍ମଚାରୀ ଇଂଜିନିୟରସ ଏକତା ମଞ୍ଚ । ୱେସ୍କୋରେ କାର୍ଯ୍ୟ କରୁଥିବା ସବୁ କର୍ମଚାରୀ ତଥା ଶ୍ରମିକ ସଂଘ କୁ ବିଶ୍ୱାସ କୁ ନ ନେଇ କି ଆଲୋଚନା ବି ନକରି ସରକାର ତରବରିଆ ଭାବରେ ୱେସ୍କୋ ଘରୋଇକରଣ  କରି ଟାଟା କଂପାନୀ କୁ ଟେକି ଦେଇଥିବା ଅଭିଯୋଗ କରିଛନ୍ତି।

ପଶ୍ଚିମ ଓଡିଶା ଶ୍ରମିକ କର୍ମଚାରୀ ଇଂଜିନିୟରସ ଏକତା ମଞ୍ଚ । ଏହାର ବିରୋଧରେ ପ୍ରତିବାଦ କରି   ପ୍ରଥମ ପର୍ଯ୍ୟାୟରେ ଆସନ୍ତା ଡିସେମ୍ବର 16 ରୁ  ଅନିଧିଷ୍ଟ ସମୟ ପାଇଁ ବୁର୍ଲା ୱେସ୍କୋ କର୍ପୋରେଟ ଅଫିସ ସାମ୍ନା ରେ ସଙ୍ଘ ର କର୍ମଚାରୀ ଧାରଣା ରେ ବସିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏଥିସହ ୱେସ୍କୋ ର ସମସ୍ତ କାର୍ଯ୍ୟରତ  କର୍ମଚାରୀ ଙ୍କ ଚାକିରୀ ସୁରକ୍ଷା ସର୍ତ୍ତାବଳି ଲାଗୁ କରିବା ପାଇଁ ଦାବି କରାଯାଇଛି । ଅପରପକ୍ଷରେ  ସରକାର ୱେସ୍କୋ କୁ ଘରୋଇକରଣ କରି ଟାଟା କମ୍ପାନୀ  କୁ ଦିଆଯିବା ଯୋଗୁଁ ଉପଭୋକ୍ତା ମାନେ ହଇରାଣ ସହ ଅନେକ ଅସୁବିଧା ର ସମ୍ମୁଖୀନ ହେବେ ବୋଲି ସଂଘ ପକ୍ଷରୁ କୁହାଯାଇଛି । ସରକାର ତୁରନ୍ତ ଉପଭୋକ୍ତା ଓ କର୍ମଚାରୀ ମାନଙ୍କ ସ୍ୱାର୍ଥ କୁ ଦୃଷ୍ଟିରେ ରଖି ୱେସ୍କୋ ଘରୋଇକରଣ ନିଷ୍ପତ୍ତି ପ୍ରତ୍ୟାହାର କରିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି ।

0
0
0
s2sdefault