ହେଡଲାଇନସ୍:

ଚଳିତବର୍ଷ ମଧ୍ୟ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ବାଜିମାତ୍

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ ଯୁକ୍ତ ୩ ପରୀକ୍ଷା ଫଳ ପ୍ରକାଶିତ

ବାରିପଦା(ଦିଲ୍ଲୀପ ମହାନ୍ତି )-ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର +୩ ପରୀକ୍ଷା ଫଳ ପ୍ରକାଶ ପାଇଛି । ଚଳିତବର୍ଷ ମଧ୍ୟ ଛାତ୍ରୀମାନେ ଛାତ୍ରଙ୍କୁ ପଛରେ ପକାଇ ସର୍ବାଧିକ ସ୍ଥାନ ଅଧିକାର କରିଛନ୍ତି । +୩ ଶେଷ ବର୍ଷ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା-୨୦୧୮ର ଫଳାଫଳ ପୁସ୍ତିକାକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ ଚାନ୍ଦ ଅନୁମୋଦନ କ୍ରମେ ଅପରାହ୍ନ ସାଢେ଼ ୩ଟା ସମୟରେ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ସିଣ୍ଡିକେଟ ହଲରେ ଉନ୍ମୋଚନ କରାଯାଇଥିଲା । ଚଳିତ ବର୍ଷ  କଳା, ବିଜ୍ଞାନ ଓ ବାଣିଜ୍ୟରେ ମୋଟ ୧୫ ହଜାର ୧୯୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ଏମାନଙ୍କ ମଧ୍ୟରୁ ୧୧ ହଜାର ୨୮୮ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି ଏବଂ ପାଶ ହାର ସାମଗ୍ରିକ ଭାବେ ୭୪.୦୬ ପ୍ରତିଶତ ରହିଛି । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଛାତ୍ରମାନଙ୍କ ତୁଳନାରେ ଛାତ୍ରୀମାନେ ଅଧିକ କୃତକାର୍ଯ୍ୟ ହୋଇଛନ୍ତି । ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ମୟୁରଭଞ୍ଜ ଓ କେନ୍ଦୁଝର ଜିଲାର ମୋଟ ୭୦ଟି ମହାବିଦ୍ୟାଳୟ ମଧ୍ୟରୁ ଚଳିତ ବର୍ଷ କଳା ବିଭାଗରେ ୧୦ ହଜାର ୪୬୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ଏମାନଙ୍କ ମଧ୍ୟରୁ ୭ ହଜାର ୯୮୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ପାସହାର ୭୮.୬୪ ପ୍ରତିଶତ ରହିଛି | ସେହିପରି ବିଜ୍ଞାନରେ ୩ ହଜାର ୭୦୪ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୨ ହଜାର ୫୯୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି, ଯାହାକି ପାସହାର ୭୧.୮୮ ପ୍ରତିଶତ ଏବଂ ବାଣିଜ୍ୟ ବିଭାଗରେ ମୋଟ ୧୦୨୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୭୧୨ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତଓ ପାସହାର ୭୨.୭୨ ପ୍ରତିଶତ ରହିଛି । ପ୍ରତିକୁଳ ପାଗ ଓ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହସତ୍ୱେ ପରୀକ୍ଷାର୍ଥୀମାନେ ଉତ୍ସାହ ଓ ଉକ୍ରଣ୍ଠାସହ ବିଶ୍ୱବିଦ୍ୟାଳୟ ପରିସରରେ ପରୀକ୍ଷା ଫଳ ଜାଣିବା ପାଇଁ ଅପେକ୍ଷାକରି ରହିଥିଲେ । ଫଳ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବେଶ ଆନନ୍ଦ ଖେଳି ଯାଇଥିଲା । ଗତ ବର୍ଷ ତୁଳନାରେ ଚଳିତବର୍ଷ ପାସହାର ମଧ୍ୟ ଅଧିକ ଥିବାରୁ ଛାତ୍ରଛାତ୍ରୀମାନେ ଅଧିକ ଉତ୍ସାହିତ ଥିବାର ଦେଖିବାକୁ ମିଳିଥିଲା । ଚଳିତ ବର୍ଷ ତ୍ତଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟରୁ ଭିନ୍ନଭିନ୍ନ ସମ୍ମାନ ବର୍ଗରେ ମୋଟ ୨୨ ଜଣ ଟପ୍ପର ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୪ ଜଣ ଛାତ୍ରୀ ରହିଛନ୍ତି । କଳା ବିଭାଗରେ(ଫିଲୋସଫି) ମୟୂରଭଞ୍ଜ ଜିଲାର ବେତନଟୀ ମହାବିଦ୍ୟାଳୟର ଛାତ୍ରୀ କାଶ୍ମିରୀ ଖାତୁନ ୬୮୨ ନମ୍ବର, ବିଜ୍ଞାନ ବିଭାଗରେ(ପ୍ରାଣୀ ବିଜ୍ଞାନ) ବେତନଟୀ ମହାବିଦ୍ୟାଳୟର ମାନସ ରଞ୍ଜନ ବାରିକ ୭୦୦ ନମ୍ବର ଓ ବାଣିଜ୍ୟରେ(ଏସିସିଟି) କେଉଁଝର ଜିଲ୍ଲା ବଡ଼ବିଲ ମହାବିଦ୍ୟାଳୟର ରାଜ କିଶୋର ବଦାଇକ ୭୧୭ ନମ୍ବର ରଖି ଟପ୍ପର ହୋଇଛନ୍ତି । ସେହିପରି ଆର୍ଟସ୍ ସମ୍ମାନ(ଅନର୍ସ)ର ବିଭିନ୍ନ ବିଭାଗରେ ୧୪ ଜଣ, ବିଜ୍ଞାନ ସମ୍ମାନ(ଅନର୍ସ)ର ବିଭିନ୍ନ ବିଭାଗରେ ୭ ଜଣ ଓ ବାଣିଜ୍ୟ ସମ୍ମାନ(ଅନର୍ସ)ରେ ଜଣେ ଏହିପରି ମୋଟ ୨୨ ଜଣ ଟପ୍ପର ହୋଇଛନ୍ତି ବୋଲି ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

0
0
0
s2sdefault