ହେଡଲାଇନସ୍:

ମହାକାଳପଡ଼ା ପାଇଁ ୨୦୦ କୋଟିର ପାନୀୟ ଜଳ ପ୍ରକଳ୍ପ ମଞ୍ଜୁର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଜନପ୍ରତିନିଧି
ମହାକାଳପଡ଼ା ପାଇଁ ୨୦୦ କୋଟିର ପାନୀୟ ଜଳ ପ୍ରକଳ୍ପ ମଞ୍ଜୁର

ଭୁବନେଶ୍ୱର: ମହାକାଳପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମହାକାଳପଡ଼ା ଓ ମାର୍ଶାଘାଇ ବ୍ଲକର ଜନସାଧାରଣଙ୍କ ପାଇଁ ୨୦୦ କୋଟିରୁ ଊଦ୍ଧ୍ୱର୍ ଟଙ୍କାର ଏକ ବୃହତ ପାନୀୟ ଜଳ ପ୍ରକଳ୍ପ ରାଜ୍ୟ ସରକାର ମଞ୍ଜୁର କରିଛନ୍ତି । ଏଥିପାଇଁ ଏହି ଦୁଇଟି ବ୍ଲକର ଶତାଧିକ ଜନପ୍ରତିନିଧି ଆଜି ନବୀନ ନିବାସରେ  ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କୁ ଭେଟି କୃତଜ୍ଞତା ଜ୍ଞାପନ କରିଛନ୍ତି । ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ  ଅତନୁ ସବ୍ୟସାଚୀ ନାୟକଙ୍କ ଦୀର୍ଘଦିନର ପ୍ରଚେଷ୍ଟା ଓ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ଯୋଗୁ ଏହା କାର୍ଯ୍ୟକାରୀ ହେବାକୁ ଯାଉଛି ବୋଲି ପ୍ରତିନିଧି ଦଳର ନେତୃବର୍ଗ ମତ ଦେଇଛନ୍ତି ।

ଏଠାରେ ସୂଚନାଯୋଗ୍ୟ, ମହାକାଳପଡ଼ା ନିର୍ବାଚନ ମଣ୍ଡଳୀର ଅନେକ ଅଞ୍ଚଳରେ ପିଇବା ପାଣିର ଘୋର ସଂକଟ ରହିଛି । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଉଭୟ ବ୍ଲକର ୩୨ଟି ପଞ୍ଚାୟତର ଲକ୍ଷାଧିକ ଜନସାଧାରଣ ବିଶୁଦ୍ଧ ପାନୀୟ ଜଳ ନିଜ ଘର ପାଖରେ ପାଇପାରିବେ । ଏହି ବୃହତ ପ୍ରକଳ୍ପର ଦାୟିତ୍ୱ ଏଲ୍‍ଆଣ୍ଡଟି କମ୍ପାନୀକୁ ଦିଆଯାଇଛି ଓ ଗତ ତିନିଦିନ ତଳେ ଉକ୍ତ ବୃହତ ପ୍ରକଳ୍ପଟି ରାଜ୍ୟ କ୍ୟାବିନେଟ୍‍ର ଅନୁମୋଦନ ଲାଭ କରିଛି । ରାଜ୍ୟର ବଡ଼ ବଡ଼ ସହର ଭଳି ଏହି ପ୍ରକଳ୍ପ ପାଇଁ ଲୁଣା ନଦୀରୁ ପାଣି ଉଠାଯାଇ ତାକୁ ବିଶୁଦ୍ଧ କରି ନିର୍ଦ୍ଧିଷ୍ଟ ଗ୍ରାମଗୁଡିକୁ ଯୋଗାଇ ଦିଆଯିବ । ଚଳିତ ମାସରେ ଏହାର କାର୍ଯ୍ୟ ଆରମ୍ଭ ହୋଇ ୨ବର୍ଷ ଭିତରେ ଏହି କାର୍ଯ୍ୟ ସଂପୂର୍ଣ୍ଣ ହେବ ବୋଲି ଜଣାପଡିଛି । ଆଜି ସ୍ଥାନୀୟ ବିଧାୟକ ଶ୍ରୀ ନାୟକଙ୍କ ନେତୃତ୍ୱରେ ଆସିଥିବା ପ୍ରତିନିଧି ଦଳରେ ମହାକାଳପଡ଼ା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ବରାଳ, ମାର୍ଶାଘାଇ ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ସୀତାଲତା ପରିଡ଼ା, ବିଭିନ୍ନ ଜିଲ୍ଲା ପରିଷଦର ପ୍ରତିନିଧି, ପଞ୍ଚାୟତ ପ୍ରତିନିଧିଙ୍କ ସମେତ ବହୁ ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

 

0
0
0
s2sdefault