ହେଡଲାଇନସ୍:

ମରଣଯନ୍ତା ପାଲଟିଛି ଆନନ୍ଦପୁର ରାସ୍ତା ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ଜଟେସିଂହା ଠାରୁ ବଡଖମାର ମଠ ପର୍ଯ୍ୟନ୍ତ ଶୋଚନୀୟ ହୋଇପଡ଼ିଛି । ରାସ୍ତାର ଅବସ୍ଥା ଏଭଲି ଖରାପ ଯେ  ଖାଲି ପାଦରେ ଚାଲିକରି ଯିବାର ମହା ବିପଦ। ରୁଗୁଡିସାହି- ଆର୍ ଡି ରାସ୍ତା ଠାରୁ ଆନନ୍ଦପୁର ଗ୍ରାମ ପର୍ଯ୍ୟନ୍ତ ୨୦୧୫ ମସିହାରେ  ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ରେ ଦେଢ କିଲୋମିଟର ରାସ୍ତା ନିର୍ମାଣ ପାଇଁ ପ୍ରାୟ ୯ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା । ମାତ୍ର ନିମ୍ନମାନର କାମ ଯୋଗୁଁ ରାସ୍ତା ରୁ ଏବେ ପିଚୁ ଉଠି ଗାତ ସୃଷ୍ଟି ହୋଇଗଲାଣି ।ରାସ୍ତାରେ ଭାରୀଯାନ ଚଳାଚଳ କରୁନଥିବା ବେଳେ ରାସ୍ତାଟି ଅନେକ ସ୍ଥାନରେ ଭୁଶୁଡ଼ି ପଡିଥିବା ଦେଖିବାକୁ ମିଳୁଛି । ଏହି ରାସ୍ତା ଦେଇ ଯାଉଥିବା ଲୋକ, ଛାତ୍ରଛାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଧନଜୀବନ ହାନୀ ହେଉଛି । ଖରା ଓ ଶୀତ ଦିନେ ଏହି ରାସ୍ତା ମାଟି ଧୂଳିରେ ଭର୍ତ୍ତି ହୋଇଯାଇଥିବାବେଳେ ବର୍ଷା ଦିନେ ଅସମ୍ଭାଲ ହୋଇଯାଏ ସ୍ଥିତ । ଏହି ରାସ୍ତାଟି  ନିର୍ମାଣ ଦିନଠାରୁ ଆଜି ପର୍ଯ୍ୟନ୍ତ ମରାମତି ପାଇଁ ନା ଧରୁନି । ଏହି ରାସ୍ତା ଉପରେ ହଜାର ହଜାର ଜନସାଧାରଣ ପ୍ରତେକ ଦିନ ଯିବା ଆସିବା କରୁଥିବାରୁ ତୁରନ୍ତ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଏହି ରାସ୍ତାଟି  ମରାମତି କରିବାକୁ ସ୍ଥାନୀୟ ଲୋକେ ଦାବୀ କରୁଛନ୍ତି |

0
0
0
s2sdefault