ହେଡଲାଇନସ୍:

ଜିଲ୍ଲାସ୍ତରୀୟ ୫୮ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ନିରାଡ଼ମ୍ବରରେ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ନିକଟସ୍ଥ ବେତାଗୁଡା ସ୍ଥିତ ଗଜପତି ଜିଲ୍ଲା ସରଂକ୍ଷିତ ସଶସ୍ତ୍ର ଆରକ୍ଷୀ କାର୍ଯ୍ୟାଳୟ ପରିସରରେ ଥିବା ରିଜର୍ଭ ପୋଲିସ ପଡିଆ ଠାରେ ଜିଲ୍ଲାସ୍ତରୀୟ ୫୮ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ନିରାଡ଼ମ୍ବରରେ ପାଳିତ ହୋଇଯାଇଛି । 

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ତପନ କୁମାର ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ୟାରେଡ଼ର ଅଭିବାଦନ ଗ୍ରହଣ କରିଥିଲେ । ପ୍ରଥମେ ଗୃହରକ୍ଷୀ ବାହିନୀ ମାନଙ୍କ ଉଦ୍ଦେଶ୍ୟରେ , ଯେଉଁମାନେ କର୍ତ୍ତବ୍ୟ ସମୟରେ ମୃତ୍ୟୁବରଣ କରିଛନ୍ତି , ସେମାନଙ୍କ ସ୍ମୃତିଚାରଣ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ଉତ୍ସର୍ଗୀକୃତ ସେବା ପାଇଁ ଶ୍ରଦ୍ଧା-ସୁମନ ଅର୍ପଣ କରିଥିଲେ ।

ଗୃହରକ୍ଷୀ ମାନେ ସବୁବେଳେ ନିଷ୍କାମ ସେବାର ଉଚ୍ଚ ପରମ୍ପରା ବଜାୟ ରଖି ଦେଶ ଓ ଜନସାଧାରଣଙ୍କ ସେବାକରି ଉଚ୍ଚ ପ୍ରଶଂସିତ ହୋଇଥାନ୍ତି । ସେମାନେ ବିଭିନ୍ନ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି , ଜନସମାଗମ ଓ ଟ୍ରାଫିକ ଭଳି କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ତଥା ନିଷ୍କାମ ସେବା ପ୍ରଦାନ କରିଥାନ୍ତି । ଏମିତିକି ବିଭିନ୍ନ ବିପର୍ଯ୍ୟୟ ଓ ଦୁର୍ଘଟଣା ସମୟରେ ମଧ୍ୟ ଉତ୍ତମ ସେବା ପ୍ରଦାନ କରି ଆସିବା ସହ ବର୍ତ୍ତମାନ ଦେଖା ଦେଇଥିବା କୋଭିଡ ମହାମାରୀ ସମୟରେ ସେମାନେ ଆଗ-ଧାଡିର କୋଭିଡ ଯୋଦ୍ଧା ଭାବେ ନିଷ୍ଠାର ସହ କାର୍ଯ୍ୟ ସମ୍ପାଦନ କରି ଆସୁଛନ୍ତି । ନିଜ ଜୀବନକୁ ବାଜି ଲଗାଇ ଜନସାଧାରଣଙ୍କ ସେବାରେ ନିୟୋଜିତ ହୋଇ ଉଚ୍ଚକୋଟିର ସେବା ଓ ତାଙ୍କର କାର୍ଯ୍ୟ-ଦକ୍ଷତାର ପରାକାଷ୍ଠା ଦେଖାଇଥାନ୍ତି। ଗୃହରକ୍ଷୀ ମାନେ ଆଗାମୀ ଦିନ ମାନଙ୍କରେ ମଧ୍ୟ ସେମାନଙ୍କ ଏହି ନିଷ୍କାମ ସେବା ଓ ଉଚ୍ଚ ପରମ୍ପରା ସବୁବେଳେ ବଜାୟ ରଖିବା ପାଇଁ ଆହ୍ବାନ କରିଥିଲେ । 

ପରେ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ଅବସରରେ ମହାମହିମ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ସମେତ ମାନ୍ୟବର ପ୍ରଧାନମନ୍ତ୍ରୀ , ମୁଖ୍ୟମନ୍ତ୍ରୀ , ଗୃହମନ୍ତ୍ରୀ , ଗୃହସଚିବ ଓ ଗୃହରକ୍ଷୀ ବିଭାଗ ଡିଜିଙ୍କ ଠାରୁ ଗୃହରକ୍ଷୀ ବାହିନୀଙ୍କ ଉଦ୍ଦେଶରେ ଆସିଥିବା ବାର୍ତ୍ତା ପାଠ କରିଥିଲେ ।

 ଏହି ଅବସରରେ ନିଷ୍ଠାର ସହ କାର୍ଯ୍ୟ ସମ୍ପାଦନା କରି ଚାକିରୀରୁ ଅବସର ନେଇଥିବା ପାରଳାଖେମୁଣ୍ଡି ଥାନାର ଶ୍ରୀ ତାରିଣୀ ଜେନା , ଶ୍ରୀ ଏମ:ଆପ୍ପା ରାଓ , ଶ୍ରୀ ଏଲ ରାମରାଓ , ଶ୍ରୀ ସତ୍ୟବାନ ଘାଣ୍ଟା , ଆର:ଉଦୟଗିରି ଥାନାର ଶ୍ରୀ ବଳରାମ ପାଇକ ଏବଂ ସେରଙ୍ଗ ଥାନାର ଆନ୍ଦ୍ରିୟ ଷଡଙ୍ଗୀଙ୍କୁ ଅବସର କାଳୀନ ବିଦାୟ ସମ୍ଭର୍ଦ୍ଧନା ଜ୍ଞାପନ କରାଯାଇଥିଲା । ପାରେଡ଼ କାର୍ଯ୍ୟକ୍ରମକୁ ହୋମଗାର୍ଡ ପ୍ଲାଟୁନ କମାଣ୍ଡର ଶ୍ରୀ ରାଜୁ ପାଢାଲ ପରିଚାଳନା କରିଥିଲେ । 

ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସିତାରାମ ଶତପଥୀ , ଓଏସଏପି ୩ୟ ଏସଏସ: ବାଟାଲିଅନର କମାଣ୍ଡେଣ୍ଟ ଶ୍ରୀ ଜୁରିଆ ବେହେରା , ହୋମଗାର୍ଡ ଆରଆଇ: ଶ୍ରୀ ଶକ୍ତିକାନ୍ତ ମନୋରଞ୍ଜନ ଜେନା , ଡ଼ିଆଇବି ଡ଼ିଏସପି ଶ୍ରୀ ରାଧା ଚରଣ ପଟନାୟକ , ପାରଳାଖେମୁଣ୍ଡି ଆଦର୍ଶ ଥାନାଧିକାରୀ ଶ୍ରୀ ବିବେକା ନନ୍ଦ ସ୍ୱାଇଁଙ୍କ ସମେତ ଅନ୍ୟାନ୍ୟ ପୋଲିସ ଅଧିକାରୀ , କର୍ମଚାରୀ ଓ ଗୃହରକ୍ଷୀ ବାହିନୀ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault