ହେଡଲାଇନସ୍:

ବିଶ୍ୱ ମୃତିକା ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗୁଣପୁର(Madhab Bidika) କୃଷି ବିଜ୍ଞାନକେନ୍ଦ୍ର ଠାରେ ଆଜି ବିଶ୍ୱ ମୃତ୍ତିକାଦିବସ ପାଳନ କରାଯାଇଛି । ଓଡିଶା ଏକ କୃଷି ପ୍ରାଧନ୍ୟରାଜ୍ୟ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଦୁର୍ଯ୍ୟୋଧନ ପ୍ରହରାଜଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବକ୍ତା ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣକରି କୃଷି ଉପରେ ମୃତ୍ତିକାର ଆବଶ୍ୟକତା ଓ ଗଛର ବୃଦ୍ଧିପାଇଁ ପାଖାପାଖି 17ରୁ ଅଧିକ ଉପାଦାନ ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ । ମୃତ୍ତିକାର ଉପଯୁକ୍ତ ପରୀକ୍ଷା କରି ଉପଯୁକ୍ତ ସାର ପ୍ରୟାଗକଲେ ଅଧିକଅମଳ ହେବବୋଲି ମତବ୍ୟକ୍ତ କରିଥିଲେ l ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି ମୃତ୍ତିକାକୁ କିପରି ଉତ୍ପାଦନକ୍ଷମ କରିହେବ ଏ ସମ୍ପର୍କରେ ମୃତ୍ତିକା ରସାୟନବିତ  କୃଷକ ମାନଙ୍କୁ ଅବଗତ କରାଇଥିଲେ । ଚାଷୀମାନେ କିପରି କୃଷି ବିଜ୍ଞାନ କେନ୍ଦ୍ର ଦ୍ୱାରା ଉପକୃତ ହୋଇପାରିବେ, ତାଲିମ ଗ୍ରହଣ କରିପାରି ଚାଷର ମାନ ବୃଦ୍ଧି ଓ ଅଧିକ ଅମଳ କରି ପାରିବେ ସେ ନେଇ କୃଷି ଅଧିକାରୀ ନିରଞ୍ଜନ ସେଠୀ ଓ ବରିଷ୍ଠ କୃଷିବିତ କୃଷ୍ଣ ପ୍ରସାଦ ବେବର୍ତ୍ତା ଆଲୋଚନା ମାଧ୍ୟମରେ ମତ ବ୍ୟକ୍ତ କରିଥିଲେ । ଗୁଣପୁର  ଜିଲ୍ଲା  ପରିଷଦ ସଭ୍ୟ, ଶ୍ରୀ ଅଶ୍ବିନୀ ଗମାଙ୍ଗ, ମୁଖ୍ୟ ଅତିଥି ରୂପେ ଯୋଗଦେଇ ମୃତିକାକୁ ମା ବୋଲି ସମ୍ବଧନ କରିବା ସହିତ ମୃତିକା ବିନା ଜୀବନ ଓ ଜୀବିକା ଅସମ୍ଭବ ବୋଲି ମତ ପ୍ରକାଶ କରିଥିଲେ  l ସରକାରଙ୍କ କୃଷି ବିକାଶମୁଖୀ କାର୍ଯ୍ୟକ୍ରମ ପ୍ରତ୍ୟେକ ଚାଷୀଙ୍କ ନିକଟରେ ପହଁଚିବା ଜରୁରୀ ବୋଲି କହିଥିଲେ  l କୋଭିଡ ନିୟମ ପାଳନ କରି ସମସ୍ତ କାର୍ଯ୍ୟକ୍ରମ ସମ୍ପାଦନା କରାଯାଇଥିଲା  l  ଏହି କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ କେନ୍ଦ୍ରର ସମସ୍ତ ଅଧିକାରୀ, କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । ଶେଷରେ ବରିଷ୍ଠ ଗ୍ରାମସେବକ ଶ୍ରୀଯୁକ୍ତ ତିରୁପତି ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ  l

0
0
0
s2sdefault