ହେଡଲାଇନସ୍:

ବାଚସ୍ପତି ଙ୍କ ନିର୍ବାଚନ ମଣ୍ଡଳିରେ ସ୍ୱାସ୍ଥ୍ୟସେବା ଅସ୍ୱାସ୍ଥ୍ୟକର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସମସ୍ୟା ଘେରରେ ଉବୁଟୁବୁ ପୁରୁଣାକଟକ ସ୍ୱାସ୍ଥ୍ୟକେନ୍ଦ୍ର

ଅଂଶୁଘାତ କୋଠରୀ କାହା ପାଇଁ, ବେଡରେ ବେଡସିଟ ପଡିବ କେବେ

29-05-18-medical.jpg - 167.45 kB

ହରଭଙ୍ଗା, ବୌଦ୍ଧ (ସିମୁନ୍ ନାଏକ) ; ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ଜନସାଧାରଣ ସ୍ୱାସ୍ଥ୍ୟ ସେବା ପାଇଁ ମୁଖ୍ୟତ ନିର୍ଭର କରୁଥିବା ପୁରୁଣାକଟକ ଗୋଷ୍ଠୀ  ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ପ୍ରତି ବହୁ ସମସ୍ୟା ଘେରରେ ଓବୁଟୁବୁ ହେଉଥିବା ଅଭିଯୋଗ ହେଉଛି । ୧୯୩୭ ମସିହାରୁ ଆରମ୍ଭ ହୋଇଥିବା ସ୍ୱାସ୍ଥ୍ୟ କେନ୍ଦ୍ର କୁ ସରକାର ୨୦୦୪ ମସିହାରେ ୧୬ ଶଯ୍ୟା ବିଶିଷ୍ଟ ଗୋଷ୍ଠୀ  ସ୍ୱାସ୍ଥ୍ୟକେନ୍ଦ୍ରର ମାନ୍ୟତା ଦେଇଥିଲେ । ତେବେ ବ୍ଲକର କେନ୍ଦ୍ର ସ୍ଥଳ ଓ ଜାତୀୟ ରାଜପଥ କଡରେ ନିର୍ମିତ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ରୋଗୀଙ୍କ ନିର୍ଭରଶୀଳତା ଓ ଚାହିଦା ଅନୁଯାଇ ଏଠାରେ ଆବଶ୍ୟକ ଡାକ୍ତର,ଷ୍ଟାଫ୍ ସମେତ ରୋଗୀ ସେବା ପାଇଁ ଅନ୍ୟାନ୍ୟ ଅତ୍ୟାଧୁନିକ ଉପକରଣ ଓ ସାମଗ୍ରୀ ଉପଲବ୍ଧ ନଥିବାରୁ ସ୍ଥାନୀୟ ଲୋକେ ବାଧ୍ୟ ହୋଇ ସେବା ପାଇ ପାରିବା ଲାଗି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କିମ୍ବା ପୋଡସୀ ଜିଲ୍ଲା ର ଚିକିତ୍ସାଳୟକୁ ଯାଇ ଅଯଥାରେ ବହୁ ଖର୍ଚ୍ଚାନ୍ତ ହେଉଥିବା ନଜିରଦେଖିବାକୁ ମିଳିଛି  । ଏନେଇ ସାପ୍ତାହିକ ଖବର କାଗଜ ଶାସକ ପ୍ରଶାସକର ଜିଲ୍ଲା ପ୍ରତିନିଧି ସିମୁନ୍ ନାଏକ ପହଁଚି ବିଭିନ୍ନ ଅଭାବନୀୟ ସମସ୍ୟା ସହିତ ରୋଗୀମାନଙ୍କୁ ବେଡସିଟ୍ ଦିଆଯାଉନଥିବା , ପାଇଖାନା ଅଚଳ ହୋଇପଡିଥିବା ଠାରୁ ଆରମ୍ଭ କରି ଆବଶ୍ୟକ ସଂଖ୍ୟକ କର୍ମଚାରୀ ଙ୍କ ତୁଳନାରେ ବହୁ କମ୍ ଷ୍ଟାଫଙ୍କୁ  ନେଇ ସ୍ୱାସ୍ଥ୍ୟସେବା ପ୍ରଦାନ କରାଯାଉଥିବା ଦେଖିବାକୁ ପାଇଥିଲେ । ସେହିପରି ଅଂଶୁଘାତ ରୋଗୀଙ୍କୁ ଚିକିତ୍ସା କରିବା ପାଇଁ ସ୍ୱତନ୍ତ୍ର ଭାବେ ଏୟାର କୁଲର ଥିବା କୋଠରୀର ବ୍ୟବସ୍ଥା ଥିବା ବେଳେ ଗତ କିଛି ଦିନ ତଳେ ଅଂଶୁଘାତରେ ଶିକାର ହୋଇ ଚିକିତ୍ସା ପାଇଁ ଆସିଥିବା ଶାଲକଟା ଗ୍ରାମର ଜୈନିକ ମହିଳାଙ୍କୁ ସେଠାରେ ଚିକିତ୍ସା କରାନଯାଇ ସାଧାରଣ ରୋଗୀଙ୍କ ପାଇଁ ଉଦ୍ଧିଷ୍ଟ ଓାର୍ଡରେ ରଖାଯାଇ ଚିକିତ୍ସା କରୁଥିବା ଭଲି ବହୁ ଅନିୟମିତତା ଦେଖିବାକୁ ପାଇଥିଲେ । ସେହିପରି ଗତ ୧୮ ତାରିଖରେ ଅଂଶୁଘାତ ରେ ପିଡିତ ହୋଇ ଚିକିତ୍ସା ହେବାକୁ ଆସିଥିବା ବୀରନରସିଂହପୁର ପଂଚାୟତ ଅନ୍ତର୍ଗତ ମହାକୁଡପାଲି ଗ୍ରାମର ଦୀନବନ୍ଧୁ ସେଠି (୩୫) ନାମକ ଜୈନିକ ଯୁବକଙ୍କର ଅକାଳ ମୃତୁ୍ୟ ହେବା ଘଟଣାର ୧୨ ଘଂଟା ନପୁରୁଣୁ ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଂଶୁଘାତରେ ପିଡିତ ହୋଇ ଗୁରୁତର ଅବସ୍ଥାରେ ରାଧାନଗର ପଂଚାୟତ ଅନ୍ତର୍ଗତ ଗାନ୍ଧିଗ୍ରାମରୁ ଆସିଥିବା ଜଣେ ପଂଚମ ଶ୍ରେଣୀର ଛାତ୍ରୀ ବବ୍ଲିରାଣୀ ବେହେରାଙ୍କୁ ଚିକିତ୍ସା ପାଇଁ ଭର୍ତି କରାଯାଥିଲା । ତେବେ ସଂପୃକ୍ତ ଛାତ୍ରୀଟିକୁ ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଂଶୁଘାତ ରୋଗୀଙ୍କ ପାଇଁ ଉପଲବ୍ଧ ଥିବା ସ୍ୱତନ୍ତ୍ର କୋଠରୀ ରେ ରଖାନଯାଇ ଡାକ୍ତରଖାନା କର୍ତୃପକ୍ଷ  ବେପରୁଆ ଭାବେ ବାରଣ୍ଡାରେ ପଡିଥିବା ଏକ ପଟାଖଟରେ ଚିକିତ୍ସା କରୁଥିବା ଭଳି ଅଭାବନୀୟ ନଜିର ଦେଖିବାକୁ ମିଳିଛି ।  ପୁରୁଣାକଟକ ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଜନେ ସ୍ତ୍ରୀ ରୋଗ ଓ ପ୍ରସୂତୀ ବିଶେଷଜ୍ଞ ଡାକ୍ତର, ଜଣେ ଶିଶୁ ବିଶେଷଜ୍ଞ ଓ ଜଣେ ଏମ.ବି.ବିଏସ୍ (ମେଡିସିନ୍) ଡାକ୍ତର ରହିବା ସ୍ଥାନରେ ଅଛନ୍ତି ମାତ୍ର ୨ ଜଣ ଏମ୍,ବି.ବି.ଏସ୍ ଡାକ୍ତର  । ହେଲେ ସେଥିମଧ୍ୟରୁ କିଛିଦିନ ପୁର୍ବରୁ ମହିଳା ଡାକ୍ତର ବ୍ରହ୍ମପୁର ରାମଚନ୍ଦ୍ରଭଂଜ ମେଡିକାଲ କଲେଜରେ ପିଜି କରିବା ପାଇଁ ନାମ ଲେଖାଇ ସାରିଥିବାରୁ ଆଉ ଏକ ଡାକ୍ତର ପଦବୀ ଖାଲି ହୋଇଯିବ । ସେହିପରି ଏଠାରେ ଥିବା ଏକ୍ସରେ ଟେକ୍ନିସିଆନ ପଦବୀ ଗତ ପ୍ରାୟ ଏକବର୍ଷ ହେଲା ଖାଲି ପଡିଛି । ସେହିଭଳି ଦୁଇଜଣ ଆଟେନେଣ୍ଡ ଆବଶ୍ୟକ ସ୍ଥଳେ ଜଣେ ଅଛନ୍ତି ଯେ ଆଉ ଦୁଇମାସ ପରେ ସେ ଅବସର ନେବାର ଅଛି । ଦୁଇଜଣ ସୁପର ରହିବା ସ୍ଥାନରେ ଜଣେ ଅଛି । ଷ୍ଟାଫ୍ ଅଭାବର ଆଳ ଦେଖାଇ ଡାକ୍ତରଖାନାରେ ବେଡରେ ରହି ଚିକିତ୍ସିତ ହେଇଥିବା କୌଣସି ରୋଗି ମାନଙ୍କୁ ବେଡସିଟ୍ ଦିଆଯାଉନଥିବା ଅଭିଯୋଗ ହେଉଛି । ଏପରିକି ମହିଳା ଓ ପୁରୁଷ ରୋଗୀ ଓ ସେମାନଙ୍କ ସହାୟତା ପାଇଁ ଆସିଥିବା ଲୋକେ ବ୍ୟବହାର କରିବା ପାଇଁ ଥିବା ଦୁଇଟି ଲାଟିନ୍ ଅତ୍ୟନ୍ତ ଅପରିସ୍କାର ଅପରିଚ୍ଛନ୍ନ ହୋଇ ଅବ୍ୟବହୃତ ଭାବେ ପଡିରହିଥିବାରୁ ରୋଗୀ ଓ ତାଙ୍କ ସହଯୋଗୀ ମାନେ ଗାଧାପାଧା କରିବା କିମ୍ବା ଶୌଚପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ ହେଉଛି । ସେହିପରି ସ୍ୱାସ୍ଥ୍ୟକେନ୍ଦ୍ର ପରିଶରରେ ଥିବା ଗୋଟିମାତ୍ର ନଳକୁଅର ଚର୍ତୁପାଶ୍ୱରେ କୁଢ କୁଢ ଆବର୍ଜନା ପଡିରହିଥିବାରୁ ଲୋକେ ବାଧ୍ୟବାଧକତାରେ ଦୁର୍ଗନ୍ଧମୟ ପରିବେଶ ଭିତରେ ସେଥିରୁ ପାଣି ବ୍ୟବହାର କରୁଥିବା ଦେଖାଦେଇଛି । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ଏହି ସ୍ୱାସ୍ଥ୍ୟସେବା କେନ୍ଦ୍ରକୁ ନିୟମିତ ଭାବରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମେତ ଜିିଲ୍ଲାପାଳ ଆସି ଚିକିତ୍ସାସେବା ସମ୍ପର୍କରେ ଅନୁଧ୍ୟନ କରି ଫେରୁଥିଲେ ମଧ୍ୟ ଏଠାରେ ଥିବା ଅବ୍ୟବସ୍ଥା ଓ ସମସ୍ୟା ସମ୍ପର୍କରେ କିଭଳି ଅବଗତ ହୋଇ ଏହାର ପ୍ରତିକାତ ଦିଗରେ ଏହାର କୌଣସି ବିହିତ ପଦକ୍ଷେପ ନିଆଯାଇପାରୁନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି । ଏନେଇ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ରବିନାରାୟଣ ପରମାଣିକଙ୍କୁ ପଚାରିବାରୁ ସେ ଆବଶ୍ୟକ ଅନୁଯାଇ ଷ୍ଟାଫ୍ ନଥିବାରୁ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ କିଛିଟା ସମସ୍ୟା ରହୁଛି ବୋଲି କହିଥିଲେ । ତେବେ ଆମେ ଏ ସମ୍ପର୍କରେ ଜିଲ୍ଲା ସ୍ୱାସ୍ଥ୍ୟ କର୍ତୁପକ୍ଷଙ୍କୁ ଜଣାଇଦେଇଛୁ । ଯଦି ନିକଟ ଭବିଶ୍ୟତରେ ଅଧିକ ଷ୍ଟାଫ୍ ଯୋଗାଇ ଦିଆଯିବ ତାହାାଲେ ଏଭଳି ସମସ୍ୟା ଆଉ ରହିବ ନାହିଁ ବୋଲି କହିଥିଲେ । 

 

0
0
0
s2sdefault