ହେଡଲାଇନସ୍:

 ଶିଶୁ ନିର୍ଯ୍ୟାତନା ଭଳି  ଦୁର୍ଭାଗ୍ୟଜନକଘଟଣାକୁ  ସମ୍ମିଳିତ ଉଦ୍ୟମ ଦ୍ୱାରା ପ୍ରତିହତ କରାଯାଇପାରିବ  : ଜିଲ୍ଲାପାଳ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଯାଜପୁରରେ ଶିଶୁ ନିର୍ଯ୍ୟାତନା ପ୍ରତିହତ ପାଇଁ ଗଡ଼ିଲା ପରି ଏକ୍ସପ୍ରେସ 

28-05-18-PARI-EXPRESS-1.jpg - 93.89 kB

    ପଶୁପକ୍ଷୀ ଭାବେ ଲଗାତାର ଭାବେ ପଶୁପକ୍ଷୀ ଭଳି  ଆଚରଣ କରୁଥିବା ବେଳେ ମଣିଷ କିନ୍ତୁ ନିଜର ମଣିଷ ପଣିଆକୁ ଛାଡ଼ି ହିଂସ୍ର ଓ କ୍ରୁର ଆଚରଣ କରୁଛି : ପୌରପାଳ 

 ଯାଜପୁର/ ଜୟଶଙ୍କର ଦାଶ  : ଶିଶୁଟି ସରଳ ଓ ନିରୀହ ହୋଇଥିବାରୁ ନିର୍ଯ୍ୟାତନାର ଶୀକାର ହେଉଛି । ଏପରିକି ନିଜ ପରିବାର ଓ ସମ୍ପର୍କୀୟଙ୍କ ଦ୍ୱାରା ଅଧିକ ଶୋଷଣର ଶୀକାର ହେଉଛି । ଏହା ବିରୁଦ୍ଧରେ ସାମଗ୍ରୀକ ଭାବେ ବାସନ୍ଦ ବ୍ୟବସ୍ଥା ଗ୍ରହଣ କରିବାକୁ ଜିଲାପାଳ ରଞ୍ଜନ କୁମାର ଦାସ ଆହ୍ୱାନ ଦେଇଛନ୍ତି । ଯାଜପୁର ଜିଲାର ବିରଜା ପୀଠରୁ ସୋମବାର ପୁର୍ବାହ୍ନରେ ଓଡ଼ିଶା ପୋଲିସ୍ ପକ୍ଷରୁ ଶିଶୁ ଯୈାନ ଶୋଷଣ ବିରୁଦ୍ଧରେ ଜନସଚେତନତା ସୃଷ୍ଟି କରିବା ଉଦେ୍ଧଶ୍ୟରେ “ପରୀ ପାଇଁ କଥାଟିଏ” ରଥ  ଉଦ୍ଘାଟିତ ହୋଇଯାଇଛି । ଏହି ରଥ ଜିଲା ବ୍ୟାପି ସମସ୍ତ ଥାନା, ବ୍ଲକ ଓ ତହସିଲ ଇଲାକାରେ ଜୁନ୍ ୫ ପର୍ଯ୍ୟନ୍ତ ପରିକ୍ରମଣ କରିବ । ଜିଲାପାଳ  ଶ୍ରୀ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମ୍ପ୍ରତି ଶିଶୁ ମାନଙ୍କ ପ୍ରତି ନିର୍ଯ୍ୟାତନା ବୃଦ୍ଧି ପାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ତେଣୁ ଏହାକୁ ସମ୍ମିଳନିତ ଉଦ୍ୟମ ଦ୍ୱାରା ପ୍ରତିହତ କରିବାକୁ ସେ ଅନୁରୋଧ କରିଥିଲେ । ଏହା କେବଳ ପରିବାର ନୁହେଁ ସାମାଜିକ ସ୍ଥରରେ ସଚେତନତା ଆଣିବା ଉଦେ୍ଧଶ୍ୟରେ ବିଭିନ୍ନ ପଥପ୍ରାନ୍ତ ନାଟକ, ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବାର କାର୍ଯ୍ୟକ୍ରମ ରହିଛି ।  ଜିଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା ଏଥିରେ ଅଧ୍ୟକ୍ଷତା କରି ଶିଶୁ ନିର୍ଯ୍ୟାତନା ରୋକିବା ପାଇଁ ରାଜ୍ୟ ପୋଲିସ୍ ପକ୍ଷରୁ ହାତକୁ ନିଆଯାଇଥିବା ଏହି କାର୍ଯ୍ୟକ୍ରମ ଏକ ମହତ କାର୍ଯ୍ୟକ୍ରମ । ଏହା କେବଳ ଯାଜପୁର ଜିଲାରେ ସୀମିତ ନହୋଇ ରାଜ୍ୟ ବ୍ୟାପୀ କାର୍ଯ୍ୟକ୍ରମ ଚାଲୁ ରହିଛି ବୋଲି ସୂଚନା ଦେଇଥିଲେ । ପୈାରପାଳ ଭବପ୍ରସାଦ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପଶୁ ପକ୍ଷୀ ବଂଶାନୁକ୍ରମିକ ଭାବେ ସେହି ପଶୁପକ୍ଷୀ ଭାବେ ଆଚରଣ କରୁଥିବା ବେଳେ ମଣିଷ କିନ୍ତୁ ନିଜର ମଣିଷ ପଣିଆକୁ ଛାଡ଼ି ହିଂସ୍ର ଓ କ୍ରୁର ଆଚରଣ କରୁଛି ଯାହାର ଶିକାର ଏହି ଛୋଟ ଛୋଟ ଶିଶୁମାନେ ହେଉଛନ୍ତି ବୋଲି ସେ କହିବା ସହ ଏହାର ସମାଧାନ ପାଇଁ ସମସ୍ତେ ଆଗେଇ ଆସିବାକୁ ଅନୁରୋଧ କରିଥିଲେ । ଜିଲା ପ୍ରକଳ୍ପ ନିର୍ଦ୍ଦେଶକ  ବ୍ରଜ ଗୋପାଳ ଆଚାର୍ଯ୍ୟ, ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ, ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷା ରୀତା ବେହେରା, ସିଡ଼ିଏମ୍ଓ ଡ଼ା ବାରିସ କୁମାର ଦାସ, ଜିଲା ସମାଜ କଲ୍ୟାଣ ଅଧିକାରୀ ଅମିତା ମିଶ୍ର, କାଉଁନସିଲର ସୁରେନ୍ଦ୍ର ରଣା ପ୍ରମୁଖ ଯୋଗ ଦେଇ ସମାଜରେ ଶିଶୁ ଯୈାନ ନିର୍ଯ୍ୟାତନା ବଢ଼ିଚାଲିଥିବା ବେଳେ ପୋଲିସ୍ ମହାନିଦେ୍ର୍ଧଶକଙ୍କ ପକ୍ଷରୁ ଆୟୋଜିତ ସଚେତନତା ରଥ ନିଶ୍ଚିତ ଭାବେ ସମାଜ ଉପରେ ପ୍ରଭାବ ପକାଇବ ଓ ଯୈାନ ଶୋଷଣରୁ ମୁକ୍ତସମାଜ ଗଠନ ହୋଇପାରିବ ବୋଲି ପ୍ରକାଶ କରିଥିଲେ । ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ । ଅତିରିକ୍ତ ଏସ୍ପି ଅସୀତ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିବା ସହିତ ସଭା ପରିଚାଳନା କରିଥିଲେ । କଣ୍ଠଶିଳୀ ବିଶ୍ୱଜିତ୍ ଦାସ ଓ ସାଥି ସ୍ୱାଗତ ସଂଗୀତ ଗାନ କରିଥିଲେ । ମହେଶ୍ୱର ପରିଡ଼ା ଓ ସାଥି ମାନଙ୍କ ଦ୍ୱାରା  ଶିଶୁ ସୁରକ୍ଷା ୟୁନିଟ୍ ସହଯୋଗରେ ଘୋଡ଼ା ନାଚ ପରିବେଷଣ କରାଯିବା ସହିତ ଏ ସମ୍ପର୍କରେ ଏକ ଡକ୍ୟୁମେଂଟାରୀ ଫିଲ୍ନ ଶୋ ପ୍ରଦର୍ଶିତ କରାଯାଇଥିଲା । ପରୀ ରଥକୁ ଜିଲାପାଳ ଶ୍ରୀ ଦାସ ଓ ଅନ୍ୟାନ୍ୟ ଅତିଥି ମାନେ ପତାକା ହଲାଇ ଶୁଭ ଉଦ୍ଘାଟନ କରିଥିଲେ ।  ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ । ଏଥିରେ ପୋଲିସ୍ ବିଭାଗର ଅନ୍ୟାନ୍ୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି, ଲୋକପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ ।

0
0
0
s2sdefault