ହେଡଲାଇନସ୍:

ପ୍ରତି ଗ୍ରାମରେ ଚାଷିମାନେ ସଂଘ ଗଠନ କରି ସରକାରୀ ସାହାଯ୍ୟ ସହଯୋଗ ର ଲାଭ ନେବା ଉଚିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବନ୍ଧଗୋରା ରେ କୃଷକ କ୍ଷେତ୍ର ଦିବସ ପାଳିତ  

 

କଣ୍ଟାମାଳ, ବୌଦ୍ଧ(ବଂଶୀଧର ମାଝୀ/ସିମୁନ୍ ନାଏକ)  କୃଷି ଓ କୃଷକ ସଶକ୍ତିକରଣ ବିଭାଗ ବୌଦ୍ଧ ପକ୍ଷରୁ ପୂର୍ବ ଭାରତରେ ସବୁଜ ବିପ୍ଲବ ୨୦୧୭-୧୮ ବର୍ଷ ବିଷୟକୁ ନେଇ ଧାଡିବୁଣା ଧାନଚାଷ ଅନ୍ତର୍ଗତ କ୍ଷେତ୍ର ଦିବସ କାର୍ଯ୍ୟକ୍ରମ କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ଗ୍ରାମପଞ୍ଚାୟତର ବନ୍ଧଗୋରା ଶିବମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ କଣ୍ଟାମାଳ ବ୍ଲକ ସହକାରୀ କୃଷି ଅଧିକାରୀ ଜଗବନ୍ଧୁ ପଟେଲ ମୂଖ୍ୟଅତିଥି ଭାବେ ଯୋଗଦେଇ କମ୍ ଧାନରେ ଅଧିକ ଅମଳ ପାଇବା ପାଇଁ ଧାଡି ବୁଣା ଧାନଚାଷ କରିବା କୁ ପରାମର୍ଶ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଖୁଣ୍ଟିଗୋରା ପଞ୍ଚାୟତର ବିଭାଗୀୟ କୃଷି ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ମଲ୍ଲିକ ଯୋଗଦେଇ ସରକାରୀ ପୋ୍ରତ୍ସାହନ ବିଷୟରେ ବୁଝାଇଥିଲେ । ପ୍ରାଣୀଧନ ଅଧିକାରୀ ରାଧାକାନ୍ତ ବସ୍ତିଆ ଚାଷ ଏବଂ ପ୍ରାଣୀସଂପଦ ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ ବୋଲି କହିବା ସହ ପ୍ରତି ଗ୍ରାମରେ ଚାଷିମାନେ ସଂଘ ଗଠନ କରି ସରକାରୀ ସାହାଯ୍ୟ ସହଯୋଗ ର ଲାଭ ନେବାକୁ ପରାମର୍ଶ ଦେଇଥିଲେ । ସେହିପରି ଆରସିଟି ଅଧିକାରୀ ଦୁର୍ଯ୍ୟୋଧନ ଖମାରୀ ଗ୍ରାମୀଣ ଆତ୍ମ ନିଯୁକ୍ତି ବିଭାଗ ର କର୍ତ୍ତବ୍ୟ ଉପରେ ବୁଝାଇଥିଲେ । ଅଂଚଳର ରାଜ୍ୟ ପୁରସ୍କାରପ୍ରାପ୍ତ ଚାଷି ଚାଷରେ ନିଜ ଅନୁଭୂତି ଏବଂ ଚାଷ ପାଇଁ ନାବାର୍ଡ ଯୋଗାଇଦେଉଥିବା ସାହାଯ୍ୟ ସହ ଯୋଗର କଥା କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ସରପଞ୍ଚ ପ୍ରହଲ୍ଲାଦ ସେଠୀ,ସମିତିସଭ୍ୟ ସରତ ସୁନା,ମଧୂବାବା,ଗଣମାଧ୍ୟମ ପ୍ରତିନିଧି ବଂଶୀଧର ମାଝୀ ପ୍ରମୁଖ ଅତିଥୀ ଭାବେ ମଂଚାସୀନ ଥିଲେ । କାର୍ଯ୍ୟକ୍ରମକୁ ପୂର୍ଣ୍ଣଚନ୍ଦ୍ର ଖଟୁଆ ପରିଚାଳନା କରିଥିବା ବେଳେ ପୂର୍ଣ୍ଣ ଚନ୍ଦ୍ର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ କୃଷି ବିଭାଗ,ପ୍ରଣୀଧନ ବିଭାଗ,ଆର.ସି.ଟି. ଓ ଓାଇସିଡିଏର ଅଧିକାରୀମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନାରେ ସହ ଯୋଗ କରିଥିଲେ । କାର୍ଯ୍ୟକ୍ରମରେ ଆଖପାଖ ଗାଁ ଗୁଡିକର ଚାଷୀ ମାନେ ଯୋଗଦେଇଥିଲେ । 

 
0
0
0
s2sdefault