ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ପୁରାତନ ଅନୁଷ୍ଠାନ ଭକ୍ତି ସଙ୍ଗୀତ ସଂସଦ ପରିସରରେ ହିନ୍ଦୀ ଓ ଓଡ଼ିଆ ଭଜନ ଭିଡିଓର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ମହନ୍ତ ମହାରାଜ ଶ୍ରୀ ରାମାନନ୍ଦ ଦାସଜୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବିଶିଷ୍ଟ ଓଡ଼ିଶୀ ସଂଗୀତଜ୍ଞ ତଥା ସଂଗୀତ ନିର୍ଦ୍ଦେଶକ ଗୁରୁ ରଘୁନାଥ ପାତ୍ର , ଅନୁଷ୍ଠାନର ସଭାପତି ବସନ୍ତ କୁମାର ଦାସ , ଉପ-ସଭାପତି ପ୍ରଦୀପ ନାୟକ ଅତିଥି ଭାବେ ମଞ୍ଚାସୀନ କରିଥିଲେ।
ଲୋକାର୍ପିତ ହୋଇଥିବା ଏହି ଭଜନ ଗୁଡିକରେ କଣ୍ଠଦାନ କରିଛନ୍ତି ଗୁରୁ ରଘୁନାଥ ପାତ୍ରଙ୍କ ସମେତ ଛାତ୍ର/ ଛାତ୍ରୀ ଯଥା :- ଆଶୁତୋଷ ମିଶ୍ର , ଅନ୍ୱେଷା ରଥ , ଶୁଭଶ୍ରୀ ନାୟକ। ଗୁରୁ ରଘୁନାଥ ପାତ୍ର " ମୀରା ରଙ୍ଗ୍ ଲାଗେ" ହିନ୍ଦୀ ଭଜନରେ କଣ୍ଠଦାନ ଦେଇ ଥିବା ବେଳେ ଆଶୁତୋଷ ମିଶ୍ର "ରେ ମୋନ୍ କ୍ରିଷ୍ଣ ନାମ୍ କହି ଲିଜେ " , ଅନ୍ୱେଷା ରଥ ଓଡ଼ିଆ ଭଜନ "ନିତି ଖାଉଅଛୁ ଘିଅ ପୋଖାଳ" ରେ କଣ୍ଠଦାନ ଦେଇ ଥିବା ବେଳେ ଶୁଭଶ୍ରୀ ନାୟକ "ଦୟାରୁ ତୁମରି ଭଲରେ ଅଛି ମୁଁ" ଭଜନରେ କଣ୍ଠଦାନ କରିଛନ୍ତି।
ଏଥିରେ ଭାରତର ପ୍ରସିଦ୍ଧ କବି ସନ୍ଥ ସୁରଦାସ , ମିରାବାଇଙ୍କ ରଚିତ ଦୁଇଟି ହିନ୍ଦୀ ଭଜନ ସ୍ଥାନ ପାଇଥିବା ବେଳେ ବାବାଜୀ ଚରଣ ଜେନାଙ୍କ ଦୁଇଟି ଓଡ଼ିଆ ଭଜନ ସ୍ଥାନିତ ହୋଇଛି।
ଏହି ସମସ୍ତେ ଗୀତକୁ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପଣ୍ଡିତ ରଘୁନାଥ ପାତ୍ର ।ଏ ସମସ୍ତ ଭଜନ " ଭକ୍ତି ନୈବେଦ୍ୟ" ୟୁଟୁଭ୍ ଚାନେଲରେ ଉପଲବ୍ଧ। ଅନୁଷ୍ଠାନର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ରଥ ସଂଯୋଜନା କରିଥିବା ବେଳେ ରାଜେନ୍ଦ୍ର ରଥ ଅତିଥି ପରିଚୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ସମସ୍ତ କାର୍ଯ୍ୟକ୍ରମକୁ ରାକେଶ ପାତ୍ର ଓ ସ୍ନିଗ୍ଧା ମିଶ୍ର ପରିଚାଳନା କରିଥିଲେ। ଆୟୋଜିତ ଲୋକାର୍ପଣ ଉତ୍ସବରେ ଅନୁଷ୍ଠାନର ଅଭିଭାବକ ଓ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ।