ହେଡଲାଇନସ୍:

“ପଶ୍ଚିମ ଓଡିଶାର ଲୋକଗୀତ:  ଦିଗ ଓ ଦିଗନ୍ତ”  ପୁସ୍ତକ ଉନ୍ମୋଚିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବଲାଙ୍ଗିର,(ନିରୋଜ ମିଶ୍ର) - ସ୍ଥାନୀୟ ସାମ୍ବାଦିକ ଭବନଠାରେ ଡ. ଲକ୍ଷ୍ମଣ ମେହେରଙ୍କ “ପଶ୍ଚିମ ଓଡିଶାର ଲୋକଗୀତ : ଦିଗ ଓ ଦିଗନ୍ତ” ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ଏହି ଉସôବରେ ପଦ୍ମଶ୍ରୀ ଡ. ଶ୍ରୀନିବାସ ଉଦ୍ଗାତା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ସଭାପତିତ୍ୱ କରିଥିଲେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ । ପ୍ରସିଦ୍ଧ ଲୋକ ସଂସ୍କୃତି  ଗବେଷକ ଡ. ସୁଧିର କୁମାର ସାହୁ ଏବଂ ସମାଜସେବୀ ଗାର୍ଗବ ମେହେର ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ଏହି ପୁସ୍ତକଟି  ଲୋକ ସଂସ୍କୃତି ଓ ପରମ୍ପରା ଗବେଷଣା କ୍ଷେତ୍ରରେ ବିଶେଷ ଉଲ୍ଲେଖନୀୟ ଭୂମିକା ବହନ କରିବ ବୋଳି ଅତିଥିମାନେ ମତବ୍ୟକ୍ତ କରିଥିଲେ । ବିମୋଚନ ପର୍ବ ପୁର୍ବରୁ କୋଶଲୀ କବିତା ଆସରର ଆୟୋଜନ ହୋଇଥିବାବେଳେ କବି ଆନନ୍ଦ ଚନ୍ଦ୍ର ସାହୁ, ଡ. ସୁଧିର କୁମାର ସାହୁ, ନବୀନ ବିଶ୍ୱବନ୍ଧୁ, ରାଜୀବ ଲୋଚନ ଆଚାର୍ଯ୍ୟ  ଓ ସଂର୍କୀତନ ମହାଲିଙ୍ଗ କୋଶଲୀ କବିତା ପଠନ କରିଥିଲେ । କବିତା ଆସରର ପରିଚାଳନା କରିଥିଲେ କବି ଆନନ୍ଦ ଚନ୍ଦ୍ର ସାହୁ । ଶେଷରେ ଧନ୍ୟବାଦ ଦେଇଥିଲେ କସ୍ତୁରୀ ରଥ । 

0
0
0
s2sdefault