ହେଡଲାଇନସ୍:

ଓଡ଼ଗାଁ:ରାଜ ରାଜେଶ୍ୱର ବେଶରେ ଦର୍ଶନ ଦେଲେ ପ୍ରଭୁ ଶ୍ରୀରଘୁନାଥ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡଗାଁ,(ଶ୍ରୀକାନ୍ତ ମିଶ୍ର): ପବିତ୍ର କାର୍ତୀକମାସ ଗୁରବାର ଗରୁଡ଼ ଦ୍ୱାଦଶୀ ତିଥିରେ ସ୍ୱର୍ଣ୍ଣକଳସ କ୍ଷେତ୍ର ନୟାଗଡ଼ ଜିଲ୍ଲାର ଓଡଗ୍ରାମେ ବିଜେ ପ୍ରଭୁ ଶ୍ରୀରଘୁନାଥ ଜିଉଙ୍କର ପଂଚୁକ ପର୍ବ ଅବସରରେ ରାଜରାଜେଶ୍ୱର ବେଶରେ ସମ୍ପନ୍ନ ହୋଇଯାଇଛି  । କରୋନା ସଂକ୍ରମଣକୁ ପ୍ରତିଷେଧକ ସ୍ୱରୁପ ଶ୍ରଦ୍ଧାଳୁ ମାନଙ୍କ ପାଇଁ ମନ୍ଦିର ପ୍ରବେଶ ବାରଣ କରାଯାଇଥିଲେ ବି  କାର୍ତୀକ ଧର୍ମ ମାସରେ ସିଂହ ଦ୍ୱାରରେ ରହି ପ୍ରଭୁଙ୍କର ରାଜରାଜେଶ୍ୱର ବେଶ ଦର୍ଶନ କରି ଭକ୍ତ ମାନଙ୍କ ମନରେ ଅନେକ ଆନନ୍ଦ ଭରି ଯାଇଥିଲା । ପାଳିଆ ପଣ୍ଡା, ପୁଜକ ପରିଷଦ ସମସ୍ତ କର୍ମକର୍ତା, ସମସ୍ତ ବେଶକାରୀ ପୂଜାପଣ୍ଡା, ମନ୍ଦିର ପରିଚାଳକଙ୍କ ସହଯୋଗରେ ଶୃଙ୍ଖଳାର ସହିତ ଠାକୁରଙ୍କର ନିତୀ ସମ୍ପାଦନ ହୋଇଥିଲା । 

0
0
0
s2sdefault