ପୋଲିସ ପ୍ରଶାସନ ନବୁଝିବାରୁ ଏନ୍.ଏଚ୍.ଆର୍.ସି.ଙ୍କ ପାଖରେ ହୋଇଥିଲା ଆବେଦନ
ଏନ୍.ଏଚ୍.ଆର୍.ସି.ଙ୍କ ନିର୍ଦ୍ଦେଶ ପରେ ଏବେ ତ୍ୱରାନ୍ୱିତ ତଦନ୍ତ ପ୍ରକ୍ରିୟା
ବରଗଡ :-ପଦ୍ମପୁର ଉପଖଣ୍ତସ୍ତ ପାଇକମାଲ ବ୍ଲକ ଅର୍ନ୍ତଗତ କସ୍ତୁରବା ଗାନ୍ଧୀ ମାତୃ ନିକେତନରେ ଜଣେ ପୋକସୋ କେସ୍ ବିଚାରାଧିନ ଝିଅ ଦୀର୍ଘଦିନ ହେଲା ରହି ଆସୁଛନ୍ତି । ହେଲେ ଆଶ୍ରମର ସୁପରିଣ୍ଟେଣ୍ଡେଣ୍ଟ ନିର୍ମଳ କୁମାର ଗିରିଙ୍କ ନାମରେ ଅନ୍ତେବାସିନୀଙ୍କର ମା ଆଣିଥିଲେ ସଂଗୀନ ଅଭିଯୋଗ | ସୁପାରିନଟେଣ୍ଡେଣ୍ଟ ନିର୍ମଳ କୁମାର ଗିରି ଅଭିଯୁକ୍ତଙ୍କ ସହ ହାତମିଳାଇଥିବା ଅଭିଯୋଗ ଆଣିଥିଲେ ପୀଡ଼ିତାଙ୍କ ମା | ଗତ ମାର୍ଚ୍ଚ ମାସରେ ସୁପରିଣ୍ଟେଣ୍ଡେଣ୍ଟ ତାଙ୍କୁ ୧.୫୦ଲକ୍ଷ ଟଙ୍କା ପ୍ରଲୋଭନ ଦେଖାଇ କେସ୍ କୁ ରଫାଦଫା କରିବାର ଅଭିଯୋଗ ଆଣିଥିଲେ। ଏହାର ଅଭିଯୋଗ ପତ୍ର ସେ ବରଗଡ ଏସ୍.ପି.ଙ୍କ ପାଖରେ ୨୦ମାର୍ଚ୍ଚ.୨୦୨୦ରେ ଦେଇଥିଲେ, ଏସ୍.ପି. କାର୍ଯ୍ୟାନୁଷ୍ଠାନ ନେବାପାଇଁ ପାଇକମାଲ ଥାନା ଅଧିକାରୀଙ୍କୁ ରିପୋର୍ଟ ତଲବ କରିଥିଲେ। ହେଲେ କୈାଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନ ହେବାରୁ ପୀଡିତାଙ୍କ ମା ନିରାଶ ହୋଇ ସାମାଜିକ କର୍ମୀ ପଦ୍ମପୁରର ଅନିଲ ଦୋରା ଓ ସୁନାଧର ଭୋଇଙ୍କୁ ଜଣାଇଥିଲେ। ଗତ ଏପ୍ରିଲ ମାସରେ ସୁନାଧର ଭୋଇ ଜାତୀୟ ମାନବ ଅଧିକାର କମିଶନ ନୂଆଦିଲ୍ଲୀଙ୍କୁ ଏ ବାବଦରେ ଅବଗତ କରି, ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଆବେଦନ କରିଥିଲେ। ଜାତୀୟ ମାନବ ଅଧିକାର କମିଶନ ନୂଆଦିଲ୍ଲୀ ଏହାକୁ ଗମ୍ଭୀରତାର ସହ ନେଇ ଏହାଉପରେ କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ମହିଳା ଓ ଶିଶୁ ବିକାଶ ବିଭାଗୀୟ ସଚିବଙ୍କୁ ୩ଥର ନୋଟିସ୍ କରିବା ପରେ ଆଜି ଓଡିଶା ଶିଶୁ ସୁରକ୍ଷା କମିଶନ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ତଦନ୍ତ ପାଇଁ ପାଇକମାଳ ଗସ୍ତରେ ଆସିଥିଲେ | ଶିଶୁ ସୁରକ୍ଷା କମିଶନ ଅଧ୍ୟକ୍ଷା ଆସି ପ୍ରଥମେ ପାଇକମାଲ ସ୍ଥିତ କସ୍ତୁରବା ଗାନ୍ଧୀ ମାତୃ ନିକେତନକୁ ଯାଇଥିଲେ। ସେଠାରେ ଆଶ୍ରମର ଅସୁରକ୍ଷିତ ଅବସ୍ଥା ଦେଖି ତାହା ଶୀଘ୍ର ଠିକ୍ କରିବା ପାଇଁ ବରଗଡ ଡି.ସି.ପି.ଓ ମଞ୍ଜୁ ଏକ୍କାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରେ ପଦ୍ମପୁର ସ୍ଥିତ ପୂର୍ତ୍ତ ବିଭାଗ ବଗଂଳାରେ ତାଙ୍କର ତଦନ୍ତ ପ୍ରକ୍ରିୟା ଆରମ୍ଭ କରିବା ସଂଗେ ସଂଗେ ପିଡିତା, ପିଡିତାଙ୍କ ମା, ଆଇ,ଆଇ,ସି ପାଇକମାଲ, କସ୍ତୁରବା ଗାନ୍ଧୀ ମାତୃ ନିକେତନ ସୁପରିଟେଣ୍ଡେନ୍ଟ୍ ନିର୍ମଳ ଗିରି , ଅନିଲ ଦୋରା, ସୁନାଧର ଭୋଇ, ବେଣୁଧର ସାହାଙ୍କୁ ଜଣ ଜଣ କରି ଜେରା କରିବା ସହିତ ଆବଶ୍ୟକୀୟ ଦସ୍ତାବିଜ ନେଇଥିଲେ। ଏହି ପରିପ୍ରେକ୍ଷୀରେ ଉପଖଣ୍ତ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପୂର୍ଣ୍ରଚନ୍ଦ୍ର ପାଣୀଗ୍ରାହୀ , ଆଇ. ଆଇ. ସି ମାନସ ରଞ୍ଜନ ପ୍ରଧାନ ଉପସ୍ଥିତ ରହିଥିଲେ।
ଓଡିଶା ଶିଶୁ ସୁରକ୍ଷା କମିଶନ ଅଧ୍ୟକ୍ଷା ଏହି ତଦନ୍ତ ପ୍ରକ୍ରିୟାରେ ବିଳମ୍ବ ହେବା ଓ ୮ମାସ ବିତି ଯାଇଥିଲେ ମଧ୍ୟ ସମାଧାନ ନ ହୋଇପାରିଥିବାରୁ ଦୁଃଖ ପ୍ରକାଶ କରିବା ସଂଗେ ଉଚ୍ଚାଧିକାରୀ ମାନଙ୍କୁ ତାଗିଦ୍ କରିଥିଲେ। ତଦନ୍ତ ପ୍ରକ୍ରିୟା ଯଥାଶୀଘ୍ର ସାରିବା ସହ ସହ ପିଡିତାଙ୍କୁ ନ୍ୟାୟ ପ୍ରଦାନ କରିବେ ବୋଲି ଆଶ୍ବାସନା ଦେଇଥିଲେ।