ହେଡଲାଇନସ୍:

ପରିବର୍ତ୍ତିତ ଜଳବାୟୁ ଓ ଖାଦ୍ୟାଭ୍ୟାସକୁ ଦୃଷ୍ଟିରେ ରଖି କୃଷି ପଦ୍ଧତିର ବିକାଶ କରାଯିବା ଦରକାର : ମନ୍ତ୍ରୀ ଡ. ସାହୁ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ କୃଷକ ମେଳା-୨୦୨୦

ଚାଷୀଙ୍କ ପାଇଁ ନୂତନ ଜ୍ଞାନକୌଶଳ ସଂପର୍କରେ ସଚେତନତା ବୃଦ୍ଧି ଉପରେ ମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର (ଶାସକ ପ୍ରଶାସକ) : ଜୀବନଧାରଣ ପାଇଁ କୃଷି ଅପରିହାର୍ଯ୍ୟା ସାରା ବିଶ୍ୱ କୋଭିଡ୍-୧୯ ପରି ଏକ ମହାମାରୀର ସଙ୍କଟ ଦେଇ ଗତି କରୁଥିବା ବେଳେ ରାଜ୍ୟର କୃଷକମାନେ ଖାଦ୍ୟ ଉତ୍ପାଦନ କରି ଲୋକମାନଙ୍କ ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିପାରିଛନ୍ତିା ଏଥି ସହିତ କୃଷକମାନେ ରାଜ୍ୟରେ ହେଉଥିବା ବନ୍ୟା, ବାତ୍ୟା, ମରୁଡ଼ି ଓ କୀଟପୋକ ଆଦି ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା କରି କ୍ରମାଗତ ଭାବରେ ଫସଲ ଉତ୍ପାଦନ ବୃଦ୍ଧି କରିଛନ୍ତି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତିା ଆଜି ପୂର୍ବାହ୍ନରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ଓୟୁଏଟି କୃଷକ ମେଳା-୨୦୨୦କୁ ଉଦ୍ଘାଟନ କରିବା ଅବସରରେ ମନ୍ତ୍ରୀ ଡ. ସାହୁ କହିଲେ କୃଷକର ଆୟ ଦ୍ୱିଗୁଣିତ ଓ ବହୁଗୁଣିତ କରିବା ପାଇଁ ସରକାର ଯେଉଁ ଆହ୍ୱାନ ଦେଇଛନ୍ତି ତାକୁ ସାକାର କରିବା ପାଇଁ ପ୍ରତ୍ୟେକ ସ୍ତରରେ ନିଷ୍ଠାପର ଉଦ୍ୟମ ହେବା ଆବଶ୍ୟକା ଜଳବାୟୁର ପରିବର୍ତ୍ତନ ଓ ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ନିମନ୍ତେ ସହନଶୀଳ ଉନ୍ନତ ବିହନ, ନୂତନ ଜ୍ଞାନକୌଶଳ ଓ ଯନ୍ତ୍ରପାତିର ବ୍ୟବହାର ଆଦି ଦିଗରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ତରଫରୁ ନିରନ୍ତର ଗବେଷଣାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛିା ପରିବର୍ତ୍ତିତ ଜଳବାୟୁ, ଖାଦ୍ୟାଭ୍ୟାସ ତଥା ବଜାର ଚାହିଦାକୁ ଆଖିରେ ରଖି ବିଶ୍ୱବିଦ୍ୟାଳୟର ବୈଜ୍ଞାନିକଗଣ ରାଜ୍ୟର ବିଭିନ୍ନ କୃଷି ଜଳବାୟୁ ମଣ୍ଡଳ ନିମନ୍ତେ ଉପଯୋଗୀ କୃଷି ପଦ୍ଧତିର ବିକାଶ ଓ ପ୍ରସାର ନିମନ୍ତେ ଉଦ୍ୟମ କରିବା ଆବଶ୍ୟକ ବୋଲି ମନ୍ତ୍ରୀ କହିଥିଲୋ 

କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ନୂତନ ଜ୍ଞାନକୌଶଳ ଓ କୃଷି ପଦ୍ଧତିକୁ ଚାଷୀମାନେ ଯେପରି ବର୍ଷସାରା ଦେଖିପାରିବେ ସେଥି ନିମନ୍ତେ ବିଶ୍ୱବିଦ୍ୟାଳୟ ପରିସରରେ ଏହାର ପରିଦର୍ଶନ ବ୍ୟବସ୍ଥା ଦିଗରେ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପଦକ୍ଷେପ ନେବା ପାଇଁ ମନ୍ତ୍ରୀ ଡ. ସାହୁ ପରାମର୍ଶ ଦେଇଥିଲୋ ରାଜ୍ୟରେ ମାଛଚାଷର ପର୍ଯ୍ୟାପ୍ତ ସୁଯୋଗ ରହିଛି ଓ ବାୟୋଫ୍ଲକ୍ ପ୍ରଣାଳୀରେ ମାଛଚାଷ ଅତ୍ୟନ୍ତ ଲାଭଜନକ ବୋଲି ମନ୍ତ୍ରୀ କହିଥିଲୋ ରାଜ୍ୟରେ ଦୁଧ ଓ କୁକୁଡ଼ା ମାଂସ ଉତ୍ପାଦନ ବୃଦ୍ଧି ପାଇଥିଲେ ମଧ୍ୟ ଲୋକମାନଙ୍କର ଖାଦ୍ୟାଭ୍ୟାସରେ ପରିବର୍ତ୍ତନ ଯୋଗୁଁ ଏହାର ଦିନକୁ ଦିନ ଚାହିଦା ବୃଦ୍ଧି ପାଇଛିା ଯୁବକଯୁବତୀମାନେ ଯେପରି କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପ୍ରତି ଅଧିକ ମନୋନିବେଶ କରିବେ ଓ ଏଥିରେ ପୁଂଜିନିବେଶ କରିବେ ସେଥିପ୍ରତି କୃଷି ଅଧିକାରୀମାନେ ଅଧିକ ଧ୍ୟାନ ଦେବା ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲୋ 

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଡ. ପବନ କୁମାର ଅଗ୍ରଓ୍ୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ ଭର୍ଚୁଆଲ୍ ମାଧ୍ୟମରେ ଯୋଗଦେଇ ଚାଷୀମାନଙ୍କୁ କୃଷି କାର୍ଯ୍ୟରେ ପରାମର୍ଶ ଦେବା ପାଇଁ ପଞ୍ଚାୟତ ସ୍ତରରେ ଏବଂ ବ୍ଲକରେ ନିୟମିତ ବୈଠକ କରାଯାଉଛି ବୋଲି କହିଥିଲୋ "ଆମ କୃଷି' ମୋବାଇଲ୍ ଫୋନ୍ ପରାମର୍ଶ ସୂଚନା ସେବା ମାଧ୍ୟମରେ ଚାଷୀମାନଙ୍କୁ ପ୍ରତ୍ୟହ ଆବଶ୍ୟକୀୟ ପରାମର୍ଶ ଯୋଗାଇ ଦିଆଯାଇଛି ଯାହା ଚାଷୀମାନଙ୍କ ମଧ୍ୟରେ ଅତ୍ୟନ୍ତ ଲୋକପି୍ରୟ ହୋଇପାରିଛିା ୨୦୨୦ରେ ୧୦ ଲକ୍ଷ କୃଷକ ଏଥିରେ ଅଂଶଗ୍ରହଣ କରିଛନ୍ତିା ଏଥି ସହିତ କୃଷି ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ପ୍ରଣୟନ କରାଯାଇଛି ବୋଲି ଡ. ଗର୍ଗ କହିଥିଲୋ 

ଏହି ଅବସରରେ ମନ୍ତ୍ରୀ ଡ. ସାହୁ କୃଷି ସଂପର୍କିତ ଦୁଇଟି ପୁସ୍ତିକାର ଶୁଭ ଉନ୍ମୋଚନ କରିଥିଲୋ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷ, ଅଗ୍ରଣୀ ଚାଷୀ, କୃଷି ବୈଜ୍ଞାନିକମାନଙ୍କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ପୁରସ୍କୃତ କରାଯାଇଥିଲାା ଉତ୍ସବ ପ୍ରାରମ୍ଭରେ ବିଶ୍ୱବିଦ୍ୟାଳୟର ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟର ଅଧ୍ୟକ୍ଷ ଡ. ଲଳିତ ମୋହନ ଗଡ଼ନାୟକ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ କୃଷି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. କେ. କେ. ରାଉତ ଧନ୍ୟବାଦ ଅର୍ପଣ କରିଥିଲୋ ଏହି କୃଷକ ମେଳାରେ ରାଜ୍ୟର ବହୁଚାଷୀ ଓ ଅନୁଷ୍ଠାନ ଅନ୍ଲାଇନ୍ ମାଧ୍ୟମରେ ଯୋଗଦାନ କରିଥିଲୋ 

 

0
0
0
s2sdefault