ଝାରସୁଗୁଡ଼ା :( ସୁଭାଷ ସହାରେ)-ରାଜ୍ୟ ସରକାରଙ୍କ କୋଭିଡ ନିୟମାବଳୀ ଓ ଜିଲ୍ଲା ପ୍ରଶାସନର ୧୪୪ ଧାରାକୁ ଉଲ୍ଲଘଂନ କରି ଛଟ ପୂଜା ପାଳନ କରିଥିବା ୪୬ ଜଣଙ୍କୁ ଜିଲ୍ଲା ପୋଲିସ ଗିରଫ କରିଛି।
ସୂଚନା ଅନୁଯାୟୀ,କୋରୋନା ସଂକ୍ରମଣର ସମ୍ଭାବନାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ନଦୀଘାଟ, ପୋଖରୀ ତୁଠ ପରିସରରେ ଓ ଏହିପରି ସ୍ଥାନଗୁଡ଼ିକରେ ପାଞ୍ଚ ଜଣଠାରୁ ଅଧିକ ଲୋକଙ୍କ ଜନସମାଗମକୁ ରୋକିବା ନିମନ୍ତେ ୧୪୪ ଧାରା ଲଗାଇଥିଲେ। ମାତ୍ର ଆଇନକୁ ଭୃକ୍ଷେପ ନ କରି ଗିରଫ ହୋଇଥିବା ଲୋକେ ଜନସମାଗମ କରି ଛଟ ପୂଜା ପାଳନ କରୁଥିଲେ। ଗତ ୧୬ ତାରିଖରୁ ଛଟ ପାଳନ ଅବସରରେ ଏହିପରି ଜନସମାଗମ ନ କରିବାକୁ ସରକାର ପ୍ରତିବନ୍ଧ ଲଗାଇବା ସତ୍ତ୍ୱେ ଲୋକଙ୍କ ଅସଚେତନତା ପାଇଁ କୋରୋନା ସଂକ୍ରମଣର ବୃଦ୍ଧିକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ।
ସରକାର ଚେତାବନୀ ଦେଇଛନ୍ତି ଯେ ଯେ କୌଣସି ବ୍ୟକ୍ତି ଏହିପରି ଆଇନ ଉଲଂଘନ କଲେ ଡିଜାଷ୍ଟର ମ୍ୟାନେଜମେଣ୍ଟ ଆକ୍ଟ -2005 ଅନୁଯାୟୀ ଦଣ୍ଡିତ ହେବେ।