ହେଡଲାଇନସ୍:

କରୋନା କାଳରେ ଶ୍ବାସରୁଦ୍ଧ ହୋଇ ପଡିଛି ଶିକ୍ଷାଦାନ ବ୍ୟବସ୍ଥା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଅନଲାଇନ ଶିକ୍ଷାରୁ ବଂଚିତ ଛାତ୍ରଛାତ୍ରୀଙ୍କ ପାଖରେ ପାଠପଢା ପହଂଚାଇଛନ୍ତି ଦିବସ 

ବରଗଡ :- କୋରୋନା ମହାମାରୀ କାରଣରୁ ଗତ ମାର୍ଚ୍ଚ ମାସ ଠାରୁ ବନ୍ଦ ରହିଛି ସମସ୍ତ ଶିକ୍ଷାନୁଷ୍ଠାନ । ମୋଟାମୋଟି ଭାବେ ଉଜୁଡି ଯାଇଛି ଶିକ୍ଷାଦାନ ବ୍ୟବସ୍ଥା | ସରକାରଙ୍କ ଅନ ଲାଇନ ଶିକ୍ଷାଦାନ ସମସ୍ତଙ୍କ ପାଖରେ ଅପହଞ୍ଚ | ଆଉ ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ହେଉଛନ୍ତି ଗ୍ରାମାଞ୍ଚଳରେ ଥିବା ଛାତ୍ରଛାତ୍ରୀମାନେ |  ହେଲେ ଏ ସମସ୍ୟାକୁ ହୃଦୟଙ୍ଗମ କରି, ନିଜ ଉତ୍ତରଦାୟିତ୍ୱକୁ ଅନୁଭବ କରି, ନିଜ କର୍ତ୍ତବ୍ୟ ସମ୍ପାଦନ ସହିତ ଅଲଲାଇନ ଶିକ୍ଷା ଅପହଞ୍ଚ ପିଲାଙ୍କ ପାଖରେ ପହଂଚିବାର ଏକ ସାଧୁ ତଥା ଇନୋଭେଟିଭ ମାଧ୍ୟମ ଆପଣାଇଛନ୍ତି ଉଦ୍ଯୋଗୀ ଶିକ୍ଷକ ଦିବସ କୁମାର ସାହୁ | ସରକାରଙ୍କ ଦ୍ୱାରା ଦିଆଯାଇଥିବା ମାର୍ଗଦର୍ଶିକା ଅନୁପାଳନ ପୂର୍ବକ ଏହିଭଳି ଘଡିସନ୍ଧି ମୁହୂର୍ତ୍ତରେ ନିଜ ସ୍କୁଲର ଛୁଆ ମାନଙ୍କୁ ତାଙ୍କର ଘରକୁ ଯାଇ ବିଗତ କିଛି ମାସ ହେଲା କ୍ରମାଗତ ଭାବରେ ଶିକ୍ଷାଦାନ କରିବା ସହିତ ସ୍ଥାନୀୟ ଯୁବକ ମାନଙ୍କୁ ଶିକ୍ଷାଦାନରେ ନିୟୋଜିତ କରାଇ ପିଲାମାନଙ୍କ ପାଠ ପଢାକୁ ତ୍ୱରାନ୍ୱିତ କରାଇ ପାରିଛନ୍ତି ଶ୍ରୀ ସାହୁ  । 

 ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ କୋଭିଡ ନିୟମାବଳୀ ଅନୁସରଣ ତଥା ଅନୁପାଲନ କରି ଶିକ୍ଷଣ ଶିକ୍ଷାଦାନ ପ୍ରକ୍ରିୟା ସଂଚାଳନ କରିବା ବାସ୍ତବିକ ଏକ କଷ୍ଟକର ବ୍ୟାପାର | କାରଣ ପ୍ରାୟତ ପିଲାଙ୍କ ପାଖରେ ସ୍ମାର୍ଟ ଫୋନ ନାହିଁ | ତେଣୁ ପିଲାମାନଙ୍କ ପାଖକୁ ଯାଇ ପାଠ ପଢ଼ାଇବା ଏକମାତ୍ର ବିକଳ୍ପ | ତେଣୁ ସରକାରଙ୍କ ଗାଇଡ୍ଲାଇନ ଭିତରେ ପିଲାମାନଙ୍କୁ ପାଠପଢାଇବା ପାଇଁ ନିଜେ ପ୍ରତି ପିଲାଙ୍କ ପାଖକୁ ଯାଇ ମେଣ୍ଟରିଙ୍ଗ କରିବା ଜାରି ରହିଛନ୍ତି | ଏହା ସହିତ ନିଜସ୍ୱ ଉଦ୍ୟମରେ ଗ୍ରାମର ଦୁଇଜଣ ମନୋଜ ଓ ଚିନ୍ତାମଣିଙ୍କୁ ତାଙ୍କ ଅଭିଯାନରେ ସାମିଲ କରିଛନ୍ତି | ଜଣେ ସ୍ନାତକ ଆଉ ଜଣେ ବିଇଡି ତାଲିମ ନେଉଛନ୍ତି | ସେମାନଙ୍କୁ ପାଠପଢ଼ାରେ ନିୟୋଜିତ କରାଇଛନ୍ତି ପାଠ ପଢ଼ାଇବା ପାଇଁ | ସେମାନଙ୍କୁ ପିଲାଙ୍କ ପଢ଼ା ସମ୍ପର୍କରେ ମାର୍ଗଦର୍ଶନ ଦେବା ସହ ପାରିଶ୍ରମିକ ମଧ୍ୟ ନିଜ ହାତରୁ ଦେଉଛନ୍ତି ଦିବସ | ପାଠ ପଢ଼ା ପାଇଁ ଆବଶ୍ୟକ ଉପକରଣ, ସାନିଟାଈଜ଼ାର , ସବୁ ପିଲାଙ୍କ ପାଇଁ  ମାସ୍କ ଆଦି ଦିବସ ଯୋଗାଇଦେଇଛନ୍ତି |  ଦିବସ ଙ୍କର ପ୍ରୟାସ ଓ  ସ୍ଥାନୀୟ ଆଗ୍ରହୀ ଯୁବକଙ୍କ ସହଯୋଗ ଦ୍ୱାରା ତୁମୁରିପାଣି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପାଠ ପଢିବାରେ ସକ୍ଷମ ହୋଇପାରିଛନ୍ତି । ଏଥିରେ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟସଭ୍ୟା ତଥା ପଞ୍ଚାୟତ ସ୍ତରୀୟ ନିର୍ବାଚିତ ଜନପ୍ରତିନିଧି ବ୍ୟାପକ ଭାବେ ସାହାଯ୍ୟ ସହଯୋଗ କରି ଆସୁଛନ୍ତି | 

ରାଜ୍ୟ ସରକାରଙ୍କ କୋଭିଡ ନିୟମାବଳୀ ଅନୁସରଣ କରି ମାସ୍କ ,ସାନିଟାଇଜର ତଥା ସାମାଜିକ ଦୂରତା ବଜାୟ ରଖି ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରିବାରେ ସକ୍ଷମ ହେଉଛନ୍ତି। ମନୋଜ ଓ ଚିନ୍ତାମଣି ଗାଁର ପିଲାମାନଙ୍କୁ ପାଠ ପଢ଼ାଉଥିବା ବେଳେ ଦିବସ ପିଲାମାନଙ୍କ ଘରଘର ବୁଲି ମେଣ୍ଟରିଙ୍ଗ କରିବା ସହ ପିଲାମାନଙ୍କ ପାଠପଢା ପାଇଁ ଆବଶ୍ୟକ ମାର୍ଗଦର୍ଶନ ତଥା ସହଯୋଗ ମନୋଜ ଓ ଚିନ୍ତାମଣିଙ୍କୁ ଯୋଗାଇଦେଉଛନ୍ତି |  ଦିବସ ସାହୁଙ୍କର ଏହି ଉଦ୍ୟମ ଓ ତୁମୁରିପାଣି ର ଯୁବକ ମାନଙ୍କର ଏହି ମହତ ପ୍ରୟାସକୁ ଗ୍ରାମବାସୀ ପ୍ରଶଂସା କରିବା ସହ ଅନଲାଇନ ଶିକ୍ଷାରୁ ବଂଚିତ ପିଲାମାନଙ୍କ ପାଖରେ ଜ୍ଞାନର ଆଲୋକ ପହଂଚାଇବା ସମ୍ଭବ ହୋଇପାରିଛି ବୋଲି କହିଛନ୍ତି | 

 

0
0
0
s2sdefault