ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ "ବିଶ୍ୱ ମଧୁମେହ ଦିବସ ପାଳନ ଅବସରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ପତାଞ୍ଜଳି ଯୋଗ ସମିତି , ରେଡ଼ିଓ ଜନବାଣୀ , ଭାରତ ସ୍ୱାଭିମାନ ଟ୍ରଷ୍ଟ ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ମିଳିତରେ ଯୋଗ ଓ ପ୍ରଣାୟମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାକୁ ଲକ୍ଷ୍ମୀ ନୃସିଂହ ରଥ , ଲକ୍ଷ୍ମୀ ନାରାୟଣ ରଥ , ଲକ୍ଷ୍ମୀ ଚରଣ ପଟ୍ଟନାୟକ ଏବଂ ବିଘନେଶ୍ବର ଦାସ ପ୍ରମୁଖ ପରିଚାଳନା କରିଥିଲେ।
ଯୋଗ , ପ୍ରାଣୟମ ଏବଂ ଧ୍ୟାନ ନିୟମିତ ଭାବେ ଅଭ୍ୟାସ କରିବା ଦ୍ୱାରା ମଧୁମେହ ରୋଗ ସମେତ ଅନ୍ୟାନ୍ୟ ବହୁ ଦିନର ରୋଗ ଭଲ ହେବା ସହ ସୁସ୍ଥ ଓ ନିରାମୟ ଜୀବନ ଯାପନ କରିହେବ ବୋଲି ରେଡ଼ିଓ ଜନବାଣ'ର ମୁଖ୍ୟ ଦୁର୍ଗା ମାଧବ ପଣ୍ଡା କହିଥିଲେ । ପରେ ଏକ ବିରାଟ ସ୍ୱାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଶତାଧିକ ଲୋକଙ୍କ ମଧୁମେହ ରୋଗର ଚିକିସ୍ୟା ପାଇଁ ରକ୍ତଚାପ , ରକ୍ତ ଶର୍କରା ପ୍ରଭୃତି ପରୀକ୍ଷା ମାଗଣାରେ କରାଯାଇଥିଲା ।
ସେଠାରେ ଉପସ୍ଥିତ ସମସ୍ତଙ୍କୁ ମଧୁମେହ ରୋଗ ନିରାକରଣ ସମ୍ପର୍କରେ ସଚେତନତା ପ୍ରଚାର ପତ୍ର ବଣ୍ଟନ କରିଥିଲେ । ଏହାକୁ ଡାଃ ମିତ୍ର ଏବଂ ଏଲଟି:ପ୍ରଦୀପ ସାହୁ ପରିଚାଳନା କରିଥିଲେ । ଶେଷରେ ଏହି ଅବସରରେ ଏକ ସଚେତନତା ରଥ ବାହାରି ଥିଲା। ଏହାକୁ ସିଡିଏମଓ: ଡାଃ ପ୍ରଦୀପ କୁମାର ପାତ୍ର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ବିଭିନ୍ନ ସଚେତନତା ବ୍ୟାନର ସହ ଡ଼ାକବାଜି ଯନ୍ତ୍ର ଯୋଗେ ମଧୁମେହ ରୋଗର ନିରାକରଣ ଦିଗରେ ସଚେତନତା ପାଇଁ ସହର ପରିକ୍ରମା କରିଥିଲା ।
ଏହି କାର୍ଯ୍ୟକ୍ରମରେ ଏଡିପିଏଚଓ: ଡାଃ ଏମଏମ: ମୁନିର , ଡାଃ ଆନନ୍ଦ ସାମନ୍ତରାୟ , ପିଏଚଓ: ଡାଃ ମହମ୍ମଦ ମୁବାରକ ଅଲ୍ଲୀ, ତୁଷାରକାନ୍ତ ପଟ୍ଟନାୟକ ଏବଂ ବହୁ ସ୍ୱାସ୍ଥ୍ୟ କର୍ମଚାରୀ ଭାଗ ଦେଇଥିଲେ ।