ହେଡଲାଇନସ୍:

ଘୁ.ଉଦୟଗିରି : ପ୍ରେସ କ୍ଳବ ଗଠିତ, ନୂତନ କର୍ମକର୍ତ୍ତା ମନୋନୀତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଘୁ. ଉଦୟଗିରି (ଗଗନ କୁମାର ପ୍ରଧାନ) : କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସ୍ଥିତ ବ୍ୟବସାୟୀ ସଂଘ ସଭାଗୃହରେ ବରିଷ୍ଠ ସାମ୍ବାଦିକ ପତିତପାବନ ସାହୁଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି I ଏହି ବୈଠକରେ ସାମ୍ବାଦିକଙ୍କ ପ୍ରସ୍ତାବ କ୍ରମେ ପ୍ରେସ କ୍ଳବ ଗଠିତ ହୋଇଯାଇଛି । ଏହି ବୈଠକରେ ଉପସ୍ଥିତ ସାମ୍ବାଦିକଙ୍କ ସର୍ବ ସମ୍ମତି କ୍ରମେ ସଭାପତି ଭାବେ ସମୀର କୁମାର ପାଢୀ, ଉପସଭାପତି ଭାବେ ଅରୁଣ କୁମାର ଷଡ଼ଙ୍ଗୀ, ସମ୍ପାଦକ ବଟକୃଷ୍ଣ ଦାସ, ସହସମ୍ପାଦକ ରାମକୃଷ ଚୌଧୁରୀ, କୋଷାଧ୍ୟକ୍ଷ  ଗଗନ କୁମାର ପ୍ରଧାନଙ୍କୁ ମନୋନୀତ  କରାଗଲା I ଏଥିରେ ଅଗାମୀ ଦିନରେ ଏକ ପ୍ରେସ କ୍ଳବ ଗୃହ ନିର୍ମାଣ, ସମ୍ବାଦିକଙ୍କ ଏକତା, ସମ୍ବାଦିକଙ୍କ ସୁରକ୍ଷା ଏବଂ ସ୍ୱାର୍ଥ ରକ୍ଷା ପାଇଁ ସଂକଲ୍ପ ନିଆଗଲା I  ଏହି ସଭାରେ ସମ୍ବାଦିକ ପ୍ରସନ୍ନ କୁମାର ମିଶ୍ର, ବରିଷ୍ଠ ସମ୍ବାଦିକ ଦେବନାଥ ଦଳବେହେରା, ଅନୀଲ କୁମାର ଦଳବେହେରା, ଜସେଫ ଦିଗାଳ ଏବଂ ପ୍ରତାପ କୁମାର ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ସଂଗଠନକୁ ଆଗକୁ ନେବା ପାଇଁ ମତାମତ ରଖି ଥିଲେ I ଶେଷରେ ପ୍ରତାପ କୁମାର ପାଢୀ ସଭାର ସଭାପତି ଏବଂ ଉପସ୍ଥିତ ସମ୍ବାଦିକଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ I

0
0
0
s2sdefault