ସମ୍ବଲପୁର (ରମାକାନ୍ତ ବିଶ୍ବାଳ) - ଗୁରୁବାର ରେଙ୍ଗାଲି ବିଧାୟକ ଶ୍ରୀ ନାଉରୀ ଚନ୍ଦ୍ର ନାୟକ ଙ୍କ ନେତୃତ୍ବରେ ଖିଣ୍ତା ସରପଞ୍ଛ ଶ୍ରୀମତୀ ନୀଳାବତି ଓରାମ ଙ୍କ ସମେତ କର୍ମଜୀବୀ ଏକତା ସଂଗଠନ, ତଲାବିରା ଗ୍ରାମ୍ୟ କମିଟୀ, ତଲାବିରା ବୁଧିଆପାଲି ବିସ୍ଥାପିତ ସଂଗ୍ରାମ ସମିତି ଓ ବୀର ସୁରେନ୍ଦ୍ର ସାଏ ସୃତି ସଂସଦର ସଦସ୍ୟ ମାନେ ସମ୍ବଲପୁର ଲୋକସଭା ସାଂସଦ ନିତେଶ ଗଙ୍ଗ ଦେବ ଙ୍କୁ ସମ୍ବଲପୁର ସର୍କିଟ ହାଉସ ରେ ଦେଖାକରି NLC ଓ Adani କମ୍ପାନୀର ମନମୁଖି କାର୍ଯ୍ୟକଳାପ ବିରୁଧ୍ୟରେ ଅବଗତ କରାଇବା ସହିତ ସ୍ଥାୟୀ ନିଯୁକ୍ତି ସମନ୍ଧିୟ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ NLC କମ୍ପାନୀର କୋଇଲା ପରିବହନ କୁ ବିରୋଧ କରିବାରେ ମାନନୀୟ ସାଂସଦଙ୍କର ସହଯୋଗ ଲୋଡିଥିଲେ I ତଲାବିରା ଗ୍ରାମ୍ୟ କମିଟୀ ତରଫରୁ ତଲାବିରା ବସ୍ଥି କୁ ବିସ୍ଥାପନ ପାଇଁ ପଦକ୍ଷେପ ନେବା ପାଇଁ ମାନନୀୟ ସାଂସଦ ଙ୍କୁ ଲିଖିତ ଅନୁରୋଧ କରାଯାଇଥିଲା I ସାଂସଦ ସଙ୍ଗେ ସଙ୍ଗେ ଗ୍ରାମବାସୀଙ୍କର ଉଭୟ ଦାବୀପତ୍ର କୁ ଉତ୍ତରାଞ୍ଚଳ ରାଜସ୍ବ କମିଶନର ପାଖକୁ ପ୍ରେରଣ କରି ବିହିତ ପଦକ୍ଷେପ ନେବା ପାଇଁ କମିଶନରଙ୍କୁ ଫୋନ ଯୋଗେ ଅନୁରୋଧ କରିଥିଲେ I
କର୍ମଜୀବୀ ଏକତା ସଂଗଠନ ତରଫରୁ ୩ ମାସ ଧରି ଚାଲିଥିବା ସ୍ଥାୟୀ ନିଯୁକ୍ତି ଦାବୀ ର ସମାଧାନର ବାଟ ନ ବାହାର କରି କୋଇଲା ପରିବହନ କଲେ ସେ ନିଜେ ଲୋକମାନଙ୍କର ସହିତ ରହି ଏହାକୁ ବିରୋଧ କରିବେ ବୋଲି NLC କମ୍ପାନୀର CGM, ସୁରେଶ ଚନ୍ଦ୍ର ସୁମନ ଙ୍କୁ ଫୋନ ଯୋଗେ ଅବଗତ କରାଇ ବର୍ତ୍ତମାନ ପର୍ଯ୍ୟନ୍ତ NLC କମ୍ପାନୀ ତରଫରୁ ନିଆଯାଇଥିବା ନିଯୁକ୍ତିର ତଥ୍ୟ ତାଙ୍କୁ ପ୍ରଦାନ କରିବାକୁ ଅନୁରୋଧ କରିଥିଲେ I
କର୍ମଜୀବୀ ଏକତା ସଂଗଠନ ର ଆବାହକ ହେମନ୍ତ କୁମାର ପାଣ୍ତେ କମ୍ପାନୀର ସମସ୍ତ ପ୍ରକାର ବେଆଇନ କାର୍ଯ୍ୟକଳାପ ଓ ଲୋକମାନଙ୍କୁ ଉଭୟ କମ୍ପାନୀ କିଭଳି ଭାବରେ ପ୍ରଭାବିତ କରୁଛି ତାହା ବିସ୍ତୃତ ଭାବରେ ମାନ୍ୟବର ସାଂସଦଙ୍କୁ ଅବଗତ କରାଇଥିଲେ I ଏହି ସମୟରେ ତଲାବିରା ଗ୍ରାମ୍ୟ କମିଟୀ ତରଫରୁ ମନବୋଧ ଦାସ, ସୁନିଲ ଦାସ, ଧର୍ମୁ ପଧାନ, ଭମର ଦୀପ, ଜଗନ୍ନାଥ ନାଏକ ବୀର ସୁରେନ୍ଦ୍ର ସାଏ ସୃତି ସଂସଦ ତରଫରୁ ଲାଲ ବୀରେନ୍ଦ୍ର ସାଏ, କାର୍ଯ୍ୟକାରୀ ସଭାପତି ପିତାମ୍ବର ବିଶ୍ବାଳ, କାଜୁ ବୁଧିଆ, ଶରତ ଭୋଇ, ତଲାବିରା ବୁଧିଆପାଲି ବିସ୍ଥାପିତ ସଂଗ୍ରାମ ସମିତି ତରଫରୁ ଅଣାକାର ବୁଧିଆ, ଶୁସାନ୍ତ ବାରିକ, ବିନୋଦ ମୁଣ୍ତା, ସୁରେନ୍ଦ୍ର ମୁଣ୍ତା, ପିଲୁ ମୁଣ୍ତା ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠି ତରଫରୁ ଶ୍ରୀମତୀ ନୁଆଁ ଦେଇ ବୁଧିଆ, ବସନ୍ତ ବଗାର, ଲିଲିମା ମେହେର, ପିଙ୍କି ବୁଧିଆ, ପିଙ୍କି ମୁଣ୍ତା ଓ ଶ୍ରୀମତୀ ସବ୍ୟାସୀନୀ ଭୋଇ ଉପସ୍ଥିତ ଥିଲେ I