ବୌଦ୍ଧିକ ଆଲୋଚନା ଦ୍ଵାରା ହିଁ ଶିକ୍ଷା କ୍ଷେତ୍ରରେ ନୂତନ ପରିକଳ୍ପନା ସମ୍ଭବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

(ଜାତୀୟ ଶିକ୍ଷା ଦିବସ ଅବସରରେ ସୋସାଇଟି ଚେଞ୍ଜରସ ପକ୍ଷରୁ  ୱେବିନାର ଆୟୋଜିତ)

କଟକ : ଦେଶର ପ୍ରଥମ ଶିକ୍ଷାମନ୍ତ୍ରୀ ମୌଲାନା ଅବଦୁଲ କଲାମ ଆଜାଦ ଙ୍କ ଜନ୍ମ ଜୟନ୍ତୀ ଅବସରରେ ସୋସାଇଟି ଚେଞ୍ଜରସ ତରଫରୁ ଏକ ଆଲୋଚନା ଚକ୍ର ସଂଗଠନର ସଭାପତି ସାରଦା ପ୍ରସାଦ ଦାସ ଙ୍କ ସଭାପତିତ୍ବରେ ଭର୍ଚ୍ୟୁଆଲ ପ୍ଲାଟଫର୍ମ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ଦାସ ଚଳିତ ଶତାବ୍ଦୀ ରେ ଆମ ଶିକ୍ଷା ବ୍ୟବସ୍ଥା ବିପଥଗାମୀ ହେଉଥିବା ଯୋଗୁଁ କ୍ଷୋଭ ପ୍ରକାଶ କରିବା ସହ ଆମ ପ୍ରାଚୀନ ଶିକ୍ଷା ବ୍ୟବସ୍ଥା, ପ୍ରାକ ସ୍ଵାଧୀନତା ସମୟର ଶିକ୍ଷା ବ୍ୟବସ୍ଥା ଓ ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥା ର ଏକ ତାର୍କିକ ବ୍ୟାଖ୍ୟା କରିଥିଲେ। ଏଥି ସହ ଭବିଷ୍ୟତ ସମ୍ପର୍କରେ ଚିନ୍ତା କରିବା ସମୟରେ ଆମ ଅତୀତ ଓ ମହାମନିଷୀ ମାନଙ୍କ ବିଚାର ଓ ମହତ୍ କାର୍ଯ୍ୟ ଗୁଡ଼ିକ ସମ୍ପର୍କରେ ଚିନ୍ତା କରିବା ନିମନ୍ତେ ଏହି ଭଳି ବୌଦ୍ଧିକ ଆଲୋଚନାଚକ୍ର ହିଁ ଶ୍ରେଷ୍ଠମାଧ୍ୟମ ବୋଲି ପ୍ରକାଶ କରିବା ସହ ଅଧିକରୁ ଅଧିକ ବୌଦ୍ଧିକ ଆଲୋଚନା ଦ୍ଵାରା ହିଁ ଶିକ୍ଷା କ୍ଷେତ୍ରରେ ନୂତନ ପରିକଳ୍ପନା ସମ୍ଭବପର ବୋଲି ମତବ୍ୟକ୍ତ କରିଥିଲେ। ଏହି ସଭାରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ପ୍ରଭାତ କୁମାର ତ୍ରିପାଠୀ ଯୋଗ ଦେଇ ଅବଦୁଲ କଲାମଙ୍କ ସ୍ମୃତି ଚାରଣ କରିବା ସହ ଦେଶ ନିର୍ମାଣ ଓ ପ୍ରଥମ ଶିକ୍ଷାନୀତି ପ୍ରଣୟନ କ୍ଷେତ୍ରରେ ସ୍ବର୍ଗତ କାଲାମଙ୍କ ଭୂମିକା ଅତୁଳନୀୟ ବୋଲି କହିଥିଲେ। ସେଭଳି ଖଡ଼ଗପୁର ଆଇ ଆଇ ଟି, ଜାମିଆ ମାଲିଆ ବିଶ୍ଵବିଦ୍ୟାଳୟ, ସଙ୍ଗୀତ ନାଟକ ଏକାଡେମୀ ପ୍ରତିଷ୍ଠା କ୍ଷେତ୍ରରେ ତାଙ୍କରି ଅବଦାନ ଅତୁଳନୀୟ ବୋଲି ଉଲ୍ଲେଖ କରିବା ସହ ସ୍ବର୍ଗତ କଲାମ ନୂଆଁ ଭାରତର ଶ୍ରେଷ୍ଠ ବିନ୍ଧାଣି ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟ ବକ୍ତା ଭାବେ ସଂଗଠନ ର ପରିଚାଳନା ସମ୍ପାଦକ ଶେଖର ଭଟ୍ଟାଚାର୍ଯ୍ୟ ଯୋଗ ଦେଇ ପୁରାତନ ଶିକ୍ଷାନୀତି ଆମକୁ ପ୍ରେମ,ଭାଇଚାରା ଓ ସହନଶୀଳତା ର ଶିକ୍ଷା ଦେଇ ଆସିଛି ଓ ଦେଶରେ ବିଶ୍ଵବିଦ୍ୟାଳୟ, ମହାବିଦ୍ୟାଳୟ,ପ୍ରାଥମିକ ଶିକ୍ଷାର ସମ୍ପ୍ରସାରଣ ଓ ଅନୁଦାନ ନିମନ୍ତେ ଶ୍ରୀ କଲାମ ଯେଉଁ ମହତ୍ ପରିକଳ୍ପନା କରିଥିଲେ ତାହା ନିଶ୍ଚିତ ଭାବେ ଆମ ଦେଶକୁ ଆଗକୁ ବଢ଼ିବାରେ ସାହାର୍ଯ୍ୟ କରିବା ସହ ଆମେ ଗବେଷଣା କ୍ଷେତ୍ରରେ ବହୁ ଆଗକୁ ଯାଇ ପରିଛୁ ବୋଲି ମତବ୍ୟକ୍ତ କରିଥିଲେ। ସେହିଭଳି ବିନା ବିଚାର ବିନା ଆଲୋଚନା ରେ କେନ୍ଦ୍ର ସରକାର ତରବରିଆ ଭାବେ ଆଣିଥିବା ନୂତନ ଶିକ୍ଷାନୀତି କୁ ଦୁର୍ଭାଗ୍ୟଜନକ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷାବିତ ସରୋଜିନୀ ପାଲ ନୈତିକ ଓ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ସହ ଧନ୍ଦାମୂଳକ ଶିକ୍ଷା ସମ୍ପର୍କ ରେ ଆଲୋଚନା କରିବା ସହ ନାରୀ ଶିକ୍ଷା ନିମନ୍ତେ ଶ୍ରୀ କଲାମ ଙ୍କ ବିଚାର ସମ୍ପର୍କରେ ନିଜ ଅଭିଭାଷଣ ରଖିଥିଲେ। 

ଏହି କାର୍ଯ୍ୟକ୍ରମରେ ଜୈବିକ କୃଷି ବିଶେଷଜ୍ଞ କିଶୋର ପଣ୍ଡା,ପ୍ରତ୍ୟୁଷ ପଣ୍ଡା, ସଗାରିକା ସ୍ୱାଇଁ, ସୌମ୍ୟ ରଂଜନ, ଅମ୍ଳାନ ବଡୁ ପ୍ରମୁଖ ଯୋଗ ଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମକୁ ଶିବ ପ୍ରସାଦ ଦାସ ସଂଯୋଜନା କରିଥିବା ବେଳେ ରାଜ୍ୟ ସଂଯୋଜକ ଶ୍ରୀକୃଷ୍ଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। 

ରିପୋର୍ଟ :ଡ଼ଃ. କୁମୁଦ ଚନ୍ଦ୍ର ବେହେରା

0
0
0
s2sdefault