ହେଡଲାଇନସ୍:

ଉଦ୍ଘାଟିତ ହେଲା "ଆଇ ଲଭ ୟୁ ବାରିପଦା" ସେଲଫି କର୍ଣ୍ଣର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି) : ଐତିହ ସମ୍ପର୍ଣ୍ଣ ମୟୂରଭଞ୍ଜ ଜିଲ୍ଲାର କଳା, ସଂସ୍କୃତି ଏବଂ କିର୍ତୀରାଜି ସମ୍ଭାର ତଥା ଭାତୃତ୍ୱ ଭାବର ପ୍ରସାର ନିମନ୍ତେ ବାରିପଦା ପୌରପାଳିକା ୟୁଡବ୍ଲୁ୍ୟଇଆଇ ପ୍ରକଳ୍ପ ଯୋଜନାରେ ରାସ୍ତା ପାଶ୍ୱର୍ ସୌନ୍ଦର୍ଯ୍ୟ କରଣ ପାଇଁ ଜିଲ୍ଲା ପ୍ରଶାସନ ତତ୍ୱାବଧାନରେ ବାରିପଦା ପୌର ପରିଷଦ ତରଫରୁ କାର୍ଯ୍ୟକାରୀ କରାଯାଉଥିବା ବେଳେ ମୁଁ ବାରିପଦାକୁ ଭଲପାଏ ବାର୍ତ୍ତା ବହନ କରୁଥିବା ଏକ ସେଲଫି କର୍ଣ୍ଣର ଆଜି ଅପରାହ୍ନରେ ଉଦ୍ଘାଟିତ ହୋଇଯାଇଅଛି । ଏହି ଅବସରରେ ବାରିପଦା ପୌରପାଳିକା ଆନୁକୂଲ୍ୟରେ ବାରିପଦା ଭଞ୍ଜପୁର ସ୍ଥିତ ବିଜୁ ପଟ୍ଟନାୟକ ପାର୍କଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ୍ ଭରଦ୍ୱାଜ୍, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ମିଥ୍ ପି.ପରମାର୍, ବାରିପଦା ପୌର ନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ବାରିପଦା ଉପଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ, ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ମୁଁ ବାରିପଦାକୁ ଭଲପାଏ ସେଲଫି କର୍ଣ୍ଣରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହିତ ଶୁଭେଚ୍ଛା ଜ୍ଞାପନ କରିଥିଲେ । ସୂଚନା ଯୋଗ୍ୟ ଯେ, ରାସ୍ତା ପାର୍ଶ୍ୱ  ସୌନ୍ଦର୍ଯ୍ୟ କରଣ ପାଇଁ ସରକାରଙ୍କ ୟୁଡବ୍ଲୁ୍ୟଇଆଇ ପ୍ରକଳ୍ପ ଯୋଜନାରେ ମୋଟ ୫ ଲକ୍ଷ ୪୯ ହଜାର ୫୦୦ଟଙ୍କା ବ୍ୟୟରେ ଉକ୍ତ କାର୍ଯ୍ୟ ତ୍ୱରାନ୍ନିତ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସମ୍ପୃକ୍ତ ବିଭାଗ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ଓ ଜନସାଧାରଣ ଉପସ୍ଥିତ ଥିଲେ ।

 

 

 

 

0
0
0
s2sdefault