ହେଡଲାଇନସ୍:

ସୋଆ ଏନ୍ଏସ୍ଏସ୍ ପକ୍ଷରୁ  ଉନ୍ନତ ଭାରତ ଅଭିଯାନ ଅନୁଷ୍ଠିତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ) : ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ର ଏନ୍ଏସ୍ଏସ୍ ପକ୍ଷରୁ ଉନ୍ନତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଛି ।  ସୋଆ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀମାନେ ଭୁବନେଶ୍ୱର ଉପକଣ୍ଠ ଜାମୁଝରି ଗାଁର ଗୁପ୍ତପଡ଼ା, ଛତାବର,  କୁଜିମହଲ, ପାତ୍ରପଡା (ଭଗବାନପୁର) ଓ ନୂଆଗାଁ ର ଗ୍ରାମବାସୀଙ୍କୁ ମାସ୍କ ପିନ୍ଧିବା, ନିୟମିତ ସାବୁନରେ ହାତ ଧୋଇବା, ସାମାଜିକ ଦୂରତା ରକ୍ଷା କରିବା ଏବଂକରୋନାରୁ ରକ୍ଷା ପାଇବା ନେଇ ସମସ୍ତ ନିୟମ ମାନିବା ସମ୍ପର୍କରେ ସଚେତନତାର ବାର୍ତ୍ତା ଦେବା ସହ  ମାସ୍କ ବଂଟନ କରିଥିଲେ । 

ଏହି କାର୍ଯ୍ୟକ୍ରମରେ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଯୋଗ ଦେଇ ଏହି ପାଂଚଟି ପୋଷ୍ୟ ଗ୍ରାମର ସମସ୍ୟା ଚିହ୍ନଟ କରିବା ସହ ଏହାର ସମାଧାନ ସମ୍ପର୍କରେ ସୂଚନା ଦେଇଥିଲେ । ଏଠାରେ ସ୍ୱେଚ୍ଛାସେବୀମାନେ କିଭଳି ଅଧିକ ବିକାଶମୂଳକ କାର୍ଯ୍ୟ କରିପାରିବେ ସେ ସମ୍ପର୍କରେ ପ୍ରଫେସର ଦାସ ସୁଚିନ୍ତିତ ପରାମର୍ଶ ଦେଇଥିଲେ । ସେହିପରି ସୋଆ ଏନ୍ଏସ୍ଏସ୍ ସଂଯୋଜକ ଡ. ନଚିକେତା ଶର୍ମା କହିଥିଲେ ଯେ ଏହି ଉନ୍ନତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଆଗାମୀ ଦିନରେ ମଧ୍ୟ ଜାରୀ ରହିବ ବୋଲି କହିଥିଲେ । 

ଛତାବର ସରପଂଚ ଶ୍ରୀମତି ମନସ୍ୱିନୀ ମିଶ୍ର, ଶ୍ରୀ ବିଷ୍ଣୁ ପ୍ରସାଦ ଡେଙ୍ଗ, ସୋଆ ଏନ୍ଏସ୍ଏସ୍ ପ୍ରୋଗ୍ରାମ ସଂଯୋଜକ ଡ. ନଚିକେତା ଶର୍ମା,  ପ୍ରୋଗ୍ରାମ ଅଫିସର ଡ. କମଳ ଲୋଚନ ମହନ୍ତ, ଡ. ଶୋଭନ୍ ପଟ୍ଟନାୟକ, ଡ. ସରୋଜ କୁମାର ମହାନ୍ତି , ଡ. ରାଜାରାମ ମହାପାତ୍ର, ସ୍ୱେଚ୍ଛାସେବୀ  ଅମିତ, ଦେବାଶୀଷ, ରାଜଶେଖର ମାସ୍କ ବଂଟନ କାର୍ଯ୍ୟରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ଗ୍ରାମସାଥୀ ଅଚ୍ୟୁତ କୁମାର ବେହେରା, ପୂର୍ବତନ ସରପଂଚ ସନ୍ତୋଷ କୁମାର ପାଇକରାୟ ଓ ମାନସ କୁମାର ପାଇକରାୟଙ୍କ ସହାୟତାରେ ଏସବୁ ଗ୍ରାମରେ ୬୦୦ରୁ ଉର୍ଧ୍ଵ ମାସ୍କ ବିତରଣ କରାଯାଇଥିଲା । 

 

0
0
0
s2sdefault