-
ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ଏବଂ ଓ୍ୱାଲର୍ଡ ଫିସ୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ
-
ପାଇଲଟ୍ ପ୍ରକଳ୍ପ ଭାବେ ମୟୂରଭଞ୍ଜ ଜିଲ୍ଲାରେ ଆରମ୍ଭ କରାଯିବ ଏହି କାର୍ଯ୍ୟକ୍ରମ
-
ଖୁବ ଶୀଘ୍ର ସମଗ୍ର ରାଜ୍ୟରେ ପରିପୂରକ ପୁଷ୍ଟିସାଧନ କାର୍ଯ୍ୟକ୍ରମରେ ମାଛକୁ ସାମିଲ କରିବାକୁ ନିଆଯିବ ପଦକ୍ଷେପ
ଭୁବନେଶ୍ୱର,(ଶାସକ ପ୍ରଶାସକ) : ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧୀନରେ ଅଙ୍ଗନବାଡ଼ି କେନ୍ଦ୍ରରେ ୩ରୁ ୬ ବର୍ଷ ବୟସର ଶିଶୁ, ଗର୍ଭବତୀ ଓ ପ୍ରସୂତୀ ମହିଳା ଏବଂ କିଶୋରୀମାନଙ୍କୁ ଯୋଗାଇ ଦିଆଯାଉଥିବା ପରିପୂରକ ପୁଷ୍ଟିସାଧନ ଖାଦ୍ୟ ତାଲିକାରେ ଚୂନା ମାଛକୁ ସାମିଲ କରାଯିବା ପାଇଲଟ୍ ପ୍ରକଳ୍ପ ଭାବେ ମୟୂରଭଞ୍ଜ ଜିଲ୍ଲାର ୫୦ଟି ଅଙ୍ଗନବାଡ଼ି କେନ୍ଦ୍ରରେ ଏହି ଯୋଜନା ଆରମ୍ଭ କରାଯିବା ଏଥି ପାଇଁ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ଭର୍ଚୁଆଲ୍ ବୈଠକରେ ଆଜି ଅପରାହ୍ନ ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ଏବଂ ମତ୍ସ୍ୟ ଉତ୍ପାଦନ, ଗବେଷଣା ଏଥିପାଇଁ ବୈଷୟିକ ଜ୍ଞାନକୌଶଳ ଯୋଗାଇ ଦେଉଥିବା ଅନ୍ତର୍ଜାତୀୟ ସଂସ୍ଥା ଓ୍ୱାଲର୍ଡ ଫିସ୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛିା
ପୁଷ୍ଟିସାଧନ କ୍ଷେତ୍ରରେ ଓଡ଼ିଶାର ଉଲ୍ଲେଖନୀୟ ଅଗ୍ରଗତି ସଂପର୍କରେ ସିଏନ୍ଏନ୍, ନିତି ଆୟୋଗ, ଅନ୍ତର୍ଜାତୀୟ ଖାଦ୍ୟ ନୀତି ଗବେଷଣା ପ୍ରତିଷ୍ଠାନ (ଆଇଏଫ୍ପିଆର୍ଆଇ) ପ୍ରଭୃତି ଅନୁଷ୍ଠାନର ସକରାତ୍ମକ ରିପୋର୍ଟ ମିଳିଥିବାକୁ ଦୃଷ୍ଟିରେ ରଖି ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କ ୫"ଟି' ପଦକ୍ଷେପ ସ୍ୱରୂପ ନୂତନ ଏବଂ ଅଭିନବ କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାକୁ ସାରା ଦେଶରେ ପୁଷ୍ଟିସାଧନ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟର ପରିଣତ କରିବା ନିମନ୍ତେ ପ୍ରୟାସ ଜାରି ରହିଛିା ନ୍ୟାସନାଲ ଇନଷ୍ଟିଟ୍ୟୁଟ ଅଫ୍ ନ୍ୟୁଟ୍ରିସନ୍, ସିଏଫ୍ଟିଆର୍ଆଇ, ଆଇସିଏମ୍ଆର୍-ଆରଏମଆରସି ବିଶେଷଜ୍ଞମାନଙ୍କୁ ନେଇ ଗଠିତ ବୈଷୟିକ ଉପଦେଷ୍ଟା ଦଳଙ୍କ ପରାମର୍ଶ କ୍ରମେ ପରିପୂରକ ପୁଷ୍ଟିସାଧନ କାର୍ଯ୍ୟକ୍ରମରେ ମାଛକୁ ସାମିଲ କରିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଛିା ପାଇଲଟ୍ ପ୍ରକଳ୍ପ ସଫଳ ହେଲେ ଏହି କାର୍ଯ୍ୟକ୍ରମ ଜିଲ୍ଲାର ଅନ୍ୟ ଅଙ୍ଗନବାଡ଼ି କେନ୍ଦ୍ରକୁ ମଧ୍ୟ ପ୍ରସାରିତ କରାଯିବା
ଏହି ବୁଝାମଣାପତ୍ର ସ୍ୱାକ୍ଷରର ଉଦ୍ଦେଶ୍ୟ ହେଉଛି, ଗ୍ରାମ ପଞ୍ଚାୟତ ପୋଖରୀରେ ମାଛ ଚାଷ କରୁଥିବା ମିଶନ ଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ପ୍ରଶିକ୍ଷଣ ଦେଇ ସକି୍ରୟ କରିବା, ମାଛ ପ୍ରକ୍ରିୟାକରଣ ଏବଂ ବଜାର ସଂଯୋଗୀକରଣ ଯୋଗାଇବା, ପୁଷ୍ଟିସାଧନ କ୍ଷେତ୍ରରେ ମାଛର ଉପାଦେୟତା ସଂପର୍କରେ ସାମାଜିକ ଏବଂ ବ୍ୟବହାରିକ ସଚେତନତା ସୃଷ୍ଟି କରିବା, ବିଭାଗର ପୁଷ୍ଟିସାଧନ ପ୍ରବକ୍ତା ଟିକି ମାଉସୀର ସହଯୋଗରେ ବ୍ୟାପକ ପ୍ରଚାରପ୍ରସାର କରିବା ଏବଂ କାର୍ଯ୍ୟକ୍ରମରେ ସଂପୃକ୍ତ ସମସ୍ତଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ବୈଷୟିକ ଶିକ୍ଷାକୁ ନଥିକରଣ କରିବାା ଅଧିକ ମାଛ ଉତ୍ପାଦନ ହେଉଥିବା ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଆଧୁନିକ ସୌର ଶକ୍ତି ଚାଳିତ ବୈଷୟିକ ଜ୍ଞାନକୌଶଳରେ ମାଛ ଶୁଖାଇବା ଏବଂ ଖାଦ୍ୟ ସୁରକ୍ଷା ଓ ମାନକ କର୍ତ୍ତୃପକ୍ଷ (ଏଫ୍ଏସ୍ଏସ୍ଏଆଇ)ଙ୍କ ମାନ ଅନୁସାରେ ମାଛଗୁଣ୍ଡ ପ୍ରସ୍ତୁତି ସଂପର୍କରେ ମଧ୍ୟ ପ୍ରଶିକ୍ଷଣ ପ୍ରଦାନ କରାଯିବା
ଏହି କାର୍ଯ୍ୟକ୍ରମ ପାଇଁ ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ଏବଂ ଓ୍ୱାଲର୍ଡ ଫିସକୁ ଅଭିନନ୍ଦନ ଜଣାଇ ଉନ୍ନୟନ କମିଶନର ଶ୍ରୀ ମହାପାତ୍ର କହିଲେ ଏଭଳି ଏକ ୫ ବର୍ଷିଆ ବୈଷୟିକ ସହଯୋଗଭିତ୍ତିକ କାର୍ଯ୍ୟକ୍ରମ ରାଜ୍ୟର ପୁଷ୍ଟିସାଧନ କାର୍ଯ୍ୟକ୍ରମକୁ ଆହୁରି ଦୃଢ଼ୀଭୂତ କରିବା ଏହା ଦ୍ୱାରା ସ୍ଥାନୀୟ ସମ୍ବଳ ଭାବେ ଉପଲବ୍ଧ ଥିବା ମାଛର ଉତ୍ତମ ଉପଯୋଗ ହେବା ସହ ଭବିଷ୍ୟତରେ ମହିଳାମାନଙ୍କୁ ଆର୍ଥିକ ଦୃଷ୍ଟିରୁ ମଧ୍ୟ ସଶକ୍ତ କରିବା ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କହିଥିଲେ ମାଛରେ ପ୍ରଚରୁ ପରିମାଣରେ ଲୌହ, ଜିଙ୍କ୍, କ୍ୟାଲସିୟମ୍, ଭିଟାମିନ୍ (ଏ, ବି, ଡି, ଇ) ଏବଂ ଓମେଗା-୩ ଫ୍ୟାଟି ଏସିଡ୍ ମହଜୁଦ ଥାଏା ପରିପୂରକ ପୁଷ୍ଟିସାଧନ କାର୍ଯ୍ୟକ୍ରମରେ ମାଛକୁ ସାମିଲ କରିବା ଦ୍ୱାରା ପୁଷ୍ଟିସାଧନ କ୍ଷେତ୍ରରେ ଏହା ଏକ ସଂପୂର୍ଣ୍ଣ ରୂପାନ୍ତର ଆଣିପାରିବା ୩ରୁ ୬ ବର୍ଷ ବୟସର ଶିଶୁ, ଗର୍ଭବତୀ ଓ ପ୍ରସୂତୀ ମହିଳା ଏବଂ କିଶୋରୀମାନଙ୍କ ଅତିରିକ୍ତ ପୁଷ୍ଟିସାଧନ ସହିତ ଏହା ମଧ୍ୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ନିମନ୍ତେ ବ୍ୟବସାୟ ପାଇଁ ସୁଯୋଗ ସୃଷ୍ଟି କରିବା
ମିଶନ ଶକ୍ତିର କମିଶନର ତଥା ନିର୍ଦ୍ଦେଶିକା ଶ୍ରୀମତୀ ସୁଜାତା କାର୍ତ୍ତିକେୟନ୍ କହିଥିଲେ ମିଶନ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗ ସହ ସମନ୍ୱୟରେ ଚୂନା ମାଛ ଉତ୍ପାଦନ ଏବଂ ଶୁଖୀଲା ମାଛ ପ୍ରସ୍ତୁତିରେ ନିୟୋଜିତ ଅଛନ୍ତିା ପର୍ଯ୍ୟାପ୍ତ ପୁଷ୍ଟିସାଧନ ସହ ଅର୍ଥନୈତିକ ସୁଯୋଗ ସୃଷ୍ଟି ନିମନ୍ତେ ଏହି କାର୍ଯ୍ୟକ୍ରମ ବିଶେଷ ଉପଯୋଗୀ ସାବ୍ୟସ୍ତ ହେବା
ଓ୍ୱାଲର୍ଡ ଫିସର ମହାନିର୍ଦ୍ଦେଶକ ଡ. ଗରେଥ୍ ଜନଷ୍ଟୋନ୍ ସଂସ୍ଥାର ବୈଷୟିକ ବିଶେଷଜ୍ଞମାନେ ୬ ମାସ ମଧ୍ୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ସ୍ୱଚ୍ଛ ଏବଂ ସ୍ୱାସ୍ଥ୍ୟକର ପରିବେଶରେ ସୌରଚାଳିତ ମାଛ ଶୁଖା ଯନ୍ତ୍ର ସାହାଯ୍ୟରେ ମାଛ ଶୁଖାଇବା ସଂପର୍କରେ ଜ୍ଞାନକୌଶଳ ଯୋଗାଇଦେବେ ବୋଲି ସୂଚନା ଦେଇଥିଲୋ କୋଚି ସ୍ଥିତ ସେଣ୍ଟ୍ରାଲ୍ ଇନଷ୍ଟିଟ୍ୟୁଟ ଅଫ୍ ଫିସରୀ ଟେକ୍ନୋଲୋଜି, ଯିଏକି ଭାରତରେ ଓ୍ୱାଲର୍ଡ ଫିସ୍ର ଗବେଷଣା ସହଯୋଗୀ, ସେମାନଙ୍କ ଦ୍ୱାରା ସ୍ୱଳ୍ପ ମୂଲ୍ୟର ପଲିହାଉସ୍ ସୌରଚାଳିତ ମାଛ ଶୁଖା ଯନ୍ତ୍ର ଯୋଗାଇ ଦିଆଯିବା ଓଡ଼ିଶା ସରକାରଙ୍କ ସ୍ଥାନୀୟ ଅଞ୍ଚଳରୁ ଉତ୍ପାଦିତ ବିପୁଳ ମତ୍ସ୍ୟସମ୍ବଳକୁ ପୁଷ୍ଟିସାଧନ ପାଇଁ ବିନିଯୋଗ କରିବା ସହ ସମ୍ବେଦନଶୀଳ ବର୍ଗଙ୍କ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ନିଆଯାଇଥିବା ଏହି ପଦକ୍ଷେପକୁ ୟୁଏସ୍ଏଆଇଡିର କାର୍ଯ୍ୟକାରୀ ମିଶନ ନିର୍ଦ୍ଦେଶକ ରାମୋନା ଏଲ୍. ହାମ୍ଜୋଇ ଉଚ୍ଚ ପ୍ରଶଂସା କରିଥିଲୋ ଖୁବ ଶୀଘ୍ର ସମଗ୍ର ରାଜ୍ୟରେ ପରିପୂରକ ପୁଷ୍ଟିସାଧନ କାର୍ଯ୍ୟକ୍ରମରେ ମାଛକୁ ସାମିଲ କରିବା ସଂପର୍କରେ ବୈଷୟିକ-ଅର୍ଥନୈତିକ ବ୍ୟବହାରିକ ବିବରଣୀ ଓ୍ୱାଲର୍ଡ ଫିସ୍ ପକ୍ଷରୁ ପ୍ରସ୍ତୁତ କରି ବିଭାଗକୁ ପ୍ରଦାନ କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇଥିଲାା ବିଭାଗ ତରଫରୁ ନିର୍ଦ୍ଦେଶକ ଏବଂ ଓ୍ୱାଲର୍ଡ ଫିସ୍, ଓଡ଼ିଶାର ପ୍ରୋଗ୍ରାମ ମ୍ୟାନେଜର ଡ. ଅରୁଣ ପୋଦିଆର ବୁଝାମଣାପତ୍ର ସ୍ୱାକ୍ଷର କରିଥିଲୋ
ଟିକି ମାଉସୀଙ୍କ ଦ୍ୱାରା ଚୂନା ମାଛ ଖାଇବାର ଉପାଦେୟତା ସଂପର୍କରେ ଏକ ଆନିମେସନ୍ ଭିଡ଼ିଓ ଏବଂ ଶୁଖିଲା ଚୂନା ମାଛକୁ ଏସ୍ଏନ୍ପିରେ ସାମିଲ କରିବା ସଂପର୍କିତ ଏସ୍ଓପିର ଉନ୍ମୋଚନ କରାଯାଇଥିଲାା ନିର୍ଦ୍ଦେଶକ, ସମାଜ କଲ୍ୟାଣ ଅରବିନ୍ଦ ଅଗ୍ରଓ୍ୱାଲ ଧନ୍ୟବାଦ ଅର୍ପଣ କରିଥିଲୋ
ଏହି ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗର କମିଶନର ଶ୍ରୀ ରଘୁପ୍ରସାଦ, ମତ୍ସ୍ୟ ଗବେଷଣା ନିର୍ଦ୍ଦେଶକ ମାଇକେଲ୍ ଫିଲିପସ୍, ନ୍ୟୁଟ୍ରିସନ୍ ଆଣ୍ଡ ଭାଲ୍ୟୁ ଚେନର ପ୍ରୋଗ୍ରାମ ଲିଡର ଶକୁନ୍ତଳା ଥିଲଷ୍ଟେଡ୍, ପ୍ରିନସ୍ପାଲ ସାଇଣ୍ଟିଷ୍ଟ ଏବଂ ଇଣ୍ଡିଆ ପ୍ରୋଗ୍ରାମ ଲିଡ୍ ମୋହନ ଛଡାଗ୍, ନ୍ୟୁଟ୍ରିସନ୍ ଆଣ୍ଡ ଭାଲ୍ୟୁଚେନର ସାଇଣ୍ଟିଷ୍ଟ ଲରେନ୍ ପିନ୍କସ୍ ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲୋ