ହେଡଲାଇନସ୍:

"ଜାଗା ମିଶନ" ଯୋଜନାରେ ଭୂମି ପ୍ରମାଣପତ୍ର ପ୍ରଦାନ। 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ) :ଓଡ଼ିଶା ସରକାରଙ୍କ "ଜାଗା ମିଶନ" ଯୋଜନା ଅନୁଯାୟୀ ଆଜି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବକିଶୋର ଦାସଙ୍କ ଦ୍ଵାରା ଝାରସୁଗୁଡ଼ାର ୬୦ ଭୂମିହୀନ ପରିବାରମାନଙ୍କୁ ଭୂମି ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଝାରସୁଗୁଡ଼ାର ମଙ୍ଗଳବଜାର ଅଡିଟୋରିୟମରେ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରାମଚନ୍ଦ୍ର ପ୍ରଧାନଙ୍କ ପରିଚାଳନାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ସ୍ଥାନୀୟ ଲୋକଙ୍କୁ ଭୂମି ଯୋଗ୍ୟତା ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଶ୍ରୀ ନବକିଶୋର ଦାସ ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମର ପ୍ରଶଂସା କରି କହିଛନ୍ତି ଯେ ରାଜ୍ୟର ପ୍ରତ୍ୟେକ ଗରିବ ଭୂମିହୀନ ପରିବାରକୁ ଭୂମି ପ୍ରମାଣପତ୍ର ଦେବାର ଲକ୍ଷ୍ୟ ରହିଛି। ଭୂମିହୀନ ପରିବାର ଭୂମି ପାଇବା ସଙ୍ଗେ ସଙ୍ଗେ ବିଜୁ ପକ୍କା ଘର ଯୋଜନାରେ ଆବାସ ମଧ୍ୟ ପାଇପାରିବେ। ଏହି ଯୋଜନାରେ ଝାରସୁଗୁଡ଼ାର ୨୩ ଶହ ପରିବାରଙ୍କୁ ଭୂମି ଯୋଗ୍ୟତା ପ୍ରମାଣପତ୍ର ଯୋଗାଇ ଦିଆଯିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। 

ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ତପିରାମ ମାଝୀ, ପୂର୍ବତନ ନଗରପାଳ ଶ୍ରୀ ହରିଷ ଗଣତ୍ରା,ପୂର୍ବତନ ନଗରପାଳ ଶ୍ରୀ ତାପସ କୁମାର ରାୟ ଚୌଧୁରୀ, ପୂର୍ବତନ କାଉନସିଲର ରାଜୁ ପାଣିଗ୍ରାହୀ, ପିଣ୍ଟୁ ପାଢ଼ୀ, ପ୍ରତାପ ନନ୍ଦ,ମଦନ ହାତୀ, ସୁଧାଂଶୁ ମହାପାତ୍ର, ଅଶୋକ ଦାସ, ପବନ ସିଂହ ଯାଦବ, ଆଲୋକ ତ୍ରିପାଠୀ, ରବୀନ ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault