ହେଡଲାଇନସ୍:

ସ୍ବେଚ୍ଛାସେବୀ ଅନୁଷ୍ଠାନ 'ସମ୍ବଳ'ର 450ତମ ଅଜଣା ଶବ ସଂସ୍କାର। 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ଦୀର୍ଘଦିନରୁ ଅଜଣା ମୃତଦେହର ସଂସ୍କାର କରୁଥିବା ସ୍ବେଚ୍ଛାସେବୀ ଅନୁଷ୍ଠାନ 'ସମ୍ବଳ'ର ସଦସ୍ୟମାନେ 450ତମ ଦାହ ସଂସ୍କାର କରିଛନ୍ତି । ସମ୍ବଲପୁରର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ 'ସମ୍ବଳ' ର ଏହି ମହତ କାର୍ଯ୍ୟକୁ ସହର ସାରା ପ୍ରଶଂସା କରାଯାଉଛି ।  ମୃତ୍ୟୁ ହେଉଛି ଚିରନ୍ତନ ସତ୍ୟ । ପ୍ରତ୍ୟେକ ମଣିଷ ଦିନେ ନା ଦିନେ ମୃତ୍ୟୁକୁ ପ୍ରାପ୍ତ ହେବେ । ତେବେ ମୃତ୍ୟୁ ପରେ ଅନେକ ସମୟରେ ସଂସ୍କାର କରିବାକୁ କେହି ସମ୍ପର୍କୀୟ ନଥାନ୍ତି । ଠିକ୍ ଏମିତି ଅଜଣା ମୃତଦେହଙ୍କ ସାଥୀ ହେଉଛି ସମ୍ବଲପୁରର ସ୍ବେଚ୍ଛାସେବୀ ଅନୁଷ୍ଠାନ 'ସମ୍ବଳ'।ଦୀର୍ଘଦିନରୁ ଅଜଣା ମୃତଦେହ ଦାହ କରୁଥିବା ଏହି ଅନୁଷ୍ଠାନର ସଦସ୍ୟମାନେ 450ତମ ଅଜଣା ମୃତଦେହର ସତ୍କାର କରିଛନ୍ତି । ସମ୍ବଲପୁରର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ 'ସମ୍ବଳ' ର ଏହି ମହତ କାର୍ଯ୍ୟକୁ ସହର ସାରା ପ୍ରଶଂସା କରାଯାଉଛି ।ଏହି ସ୍ବେଚ୍ଛାସେବୀ ସଙ୍ଗଠନର ସଦସ୍ୟମାନେ ସମ୍ବଲପୁର ରାଜଘାଟ ଶ୍ମଶାନ ଘାଟରେ 450 ତମ ଅଜଣା ମୃତଦେହର ଦାହ ସଂସ୍କାର କରିଛନ୍ତି । ଏହି ସଂଙ୍ଗଠନ ପକ୍ଷରୁ ଦୀର୍ଘବର୍ଷ ହେଲା ଅଜଣା ମୃତଦେହର ସତ୍କାର କରାଯାଉଛି । ତେବେ ସ୍ବେଚ୍ଛାସେବୀ ଅନୁଷ୍ଠାନର କାର୍ଯ୍ୟରେ ସମ୍ବଲପୁର ମହାନଗର ନିଗମ କମିଶନର ଅନିରୁଦ୍ଧ ପ୍ରଧାନ ମୁଖାଗ୍ନି ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏଠାରେ ଆଇନଜୀବୀ ସତ୍ୟନାରାୟଣ ପଣ୍ଡା, ସରୋଜ କୁମାର ସାହୁ, ବିପିନ ବିହାରୀ ପଣ୍ଡା, ସୁବ୍ରତ କୁମାର ନାଥ, ଅବିନାଶ ମିଶ୍ର ତଥା ସମ୍ବଲ ଅନୁଷ୍ଠାନର ସଭାପତି କାଳୀ ଦାସ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ।

        

0
0
0
s2sdefault